ପୁଣି ସମନ୍ନାକୁ ଆସିଲା ବହୁତ ଦିନଧରି ଲୁଚି ରହିଥିବା ସତ୍ୟତା ଏହିସବୁ କାରଣ ପାଇଁ ଫିଲ୍ନ ଛାଡି ସନ୍ୟାସୀ ହୋଇଗଲେ ଶ୍ରୀରାମ ପଣ୍ଡା

0

ଆମ ଓଡ଼ିଶା ଚଳଚିତ୍ର ଜଗତରେ ଅନେକ ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ର ଅଭିନୟ ର ଯାଦୁ ଦେଖିଲା ପରେ ଆଜି ବି ଲୋକ ଙ୍କ ର ମନ ମୁଗ୍ଧ ହୋଇ ଯାଇଥାଏ। ଉତ୍ତମ ମହାନ୍ତି ବିଜୟ ମହାନ୍ତି ଙ୍କ ପରି ଅନେକ ଅଭିନେତା ଆମ ଓଡ଼ିଆ ଫିଲ୍ମ ଜଗତ କୁ ଅତୁଳନୀୟ ଅବଦାନ ଦେଇ ଯାଇ ଛନ୍ତି। ସେମାନେ ଆମର ଓଡ଼ିଆ ଫିଲ୍ମ ଜଗତ କୁ ଏକ ଭିନ୍ନ ଦିଗକୁ ନେଇ ଆସିଥିଲେ।


ତେବେ ସେହି ସମୟର ଜଣେ ପ୍ରତିଭାବାନ ଅଭିନେତା ହେଉଛନ୍ତି ଶ୍ରୀରାମ ପଣ୍ଡା। ଯିଏ କି ସାରା ଓଡ଼ିଶାରେ ବାସୀଙ୍କୁ ଅନେକ ସୁପରହିଟ ଚଳ ଚିତ୍ର ଭେଟି ଦେଇ ଛନ୍ତି। ତେବେ ତାଙ୍କ ବିଷୟ ରେ ବହୁତ କମ ଲୋକ ଜାଣିଛନ୍ତି। ଆଜି ଆମେ ସେହି ମହାନ କଲା କାର୍ଙ୍କ ବିଷୟରେ କିଛି କଥା ଜାଣିବା।

ଶ୍ରୀରାମ ପଣ୍ଡା ନବରଙ୍ଗପୁର ଜିଲାର ବାସିନ୍ଦା ଅଟନ୍ତି। କିନ୍ତୁ ସେ ଓଡ଼ିଶାର ଗଞ୍ଜାମ ଜିଲାରେ ଜନ୍ମ ଗ୍ରହଣ କରି ଥିଲେ। ତାଙ୍କର ସ୍ତ୍ରୀ ଙ୍କର ନାମ ହେଉଛି ତ୍ରିପୁରା ମିଶ୍ର। ତେବେ ଶ୍ରୀରାମ ପଣ୍ଡା ନିଜର ଅଭିନୟ ପ୍ରତିଭା ପାଇଁ ଏବେ ମଧ୍ୟ ଘରେଘରେ ପରିଚିତ। ସେ 1972 ମସିହା ରେ ନିଜର ଚଳଚିତ୍ର ଜୀବନୀ ଆରମ୍ଭ କରିଥିଲେ। ତାଙ୍କର ଅଭିନୀତ ପ୍ରଥମ ସିନେମା ର ନା ଥିଲା ଧରିତ୍ରୀ। ଏହା ପରେ ସେ ଲଗାତର ସୁପରହିଟ ଫିଲ୍ମ ଦେଇ ଚାଲିଥିଲେ।


ଜୋର ଯାହାର ମୁଲାକ ତାହାର ଚଳଚିତ୍ର ରେ ତାଙ୍କର ଅଭିନୟ ର ପ୍ରତିଭା ସମସ୍ତଙ୍କର ଆଜିବି ମନେ ରହିଛି। ଏହି ଫିଲ୍ମ ରେ ଉତ୍ତମ ମହାନ୍ତି ଙ୍କ ପରି ଆଗ ଧାଡ଼ି ର ଅଭିନେତା ଥିବା ସତ୍ତ୍ୱେ ଶ୍ରୀରାମ ପଣ୍ଡା ଲୋକମାନଙ୍କ ର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ ଓ ଲୋକଙ୍କ ମନ ଜିତି ପାରି ଥିଲେ। ଏହା ପରେ ସେ କାବେରୀ ଚଳଚିତ୍ର ରେ ପୁଣି ଥରେ ନିଜର ଅଭିନୟ ର ଯାଦୁ ଦେଖାଇ ଥିଲେ। ଏଥିରେ ସେ ସୁନ୍ଦରୀ ମହାଶ୍ୱେତା ରାୟ ଙ୍କ ସହ ନଜର ଆସିଥିଲେ।

ତେବେ ଚଳଚିତ୍ର ଜଗତରେ ଅନେକ ଲୋକ ପ୍ରିୟତା ହାସଲ କରିବା ପରେ ଓ ନିଜର ଅଭିନୟ ର ଯାଦୁ ଦେଖାଇ ଅନେକ ପ୍ରଂସସା ପାଇବା ପରେ ହଠାତ ତାଙ୍କ ଜୀବନରେ ବାହିତ ବଡ ପରିବର୍ତନ ଆସିଥିଲା। ସେ ନିଜର ଆଧୁନିକ ଜୀବନ କୁ ପରିତ୍ୟାଗ କରି ସନ୍ୟାସ ନେବା କୁ ଇଛା ପ୍ରକାଶ କରିଥିଲା ତେଣୁ ସେ ଏହି ମୋହ ମାୟା ଜୀବନରୁ ଦୁରେଇ ଯାଇଥିଲେ ଓ ଶ୍ରୀରାମ ପଣ୍ଡା ରୁ ହେଇ ଯାଇଥିଲେ ସ୍ୱାମୀ ନିତ୍ୟ ଚୈତନ୍ୟ।


ତେବେ ତାଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅତୁଳନୀୟ ଅବଦାନ ପାଇଁ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଯୋଗ ଦାନ ପାଇଁ 2011 ମସିହା ରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା। ତେବେ ପ୍ରକୃତ ରେ ଓଡ଼ିଆ ଚଳଚିତ୍ର ଜଗତରେ ଶ୍ରୀରାମ ପଣ୍ଡା ଙ୍କ ର ଅବଦାନ ଅତୁଳନୀୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।