ଆସିଲା ବ଼ଡ ଭବିଷ୍ୟତବାଣୀ !ରାଜ୍ୟ ଏବେ ଉଠୁଛି ପଡୁଛି , ମୁଖ୍ୟମନ୍ତ୍ରୀ ହେବେ ଅପରାଜିତା , ଭୟଭୀତ ହୋଇଛନ୍ତି ନବୀନ ବାବୁ ! ଆପଣଙ୍କ ମତରେ କିଏ ଭଲ ନବୀନ ବାବୁ ନା ଅପରାଜିତା ଷଡଙ୍ଗୀ ?

0

ସରା ଦେଶରେ ପ୍ରତେକ ରାଜ୍ୟରେ ଜଣେ ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତେବେ ଓଡିଶା ରେ ମଧ୍ୟ ରହିଛନ୍ତି କିନ୍ତୁ ଓଡିଶା ବିଗତ ୨୦ ବର୍ଷ ଧରି ବିଜେଡି ସରକାର ଶାସନ କରି ଆସୁଛି କିନ୍ତୁ ଏବେ ଓଡିଶା ରାଜନୀତିରେ ଏବେ ଧିରେ ଧିରେ ନିଆଁ ଉଠିବାରେ ଲାଗିଲାଣି। ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ସେହି ପ୍ରସଙ୍ଗ କୁ ନେଇ। ତେବେ ଏହି ନିଆଁ ଲଗଉଛନ୍ତି ଭାରତୀୟ ଜନତା ପାର୍ଟି ର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯିଏ କି ପୂର୍ବରୁ ଆଇଏଏସ୍ ଅଫିସର ରହିସାରିଛନ୍ତି ସିଏ ଆଇଏଏସ୍ ଥିଲା ବେଳେ ଲୋକ ମାନଙ୍କୁ ପାଣି ପିଆଉଥିଲେ। ରାଜ୍ୟ ରାଜନୀତି କୁ ଆସିବା ପରେ ବି ନେତା ମାନଙ୍କୁ ପାଣି ପିଆଉଛନ୍ତି। ତେବେ ତାଙ୍କର ଶାସନ ସମସ୍ତ ଙ୍କ ପାଇଁ ମହାଙ୍ଗା ପଡିଛି।

ତେବେ ଅପରାଜିତା ଷଡଙ୍ଗୀ ଜଣେ ଦକ୍ଷ ଏବଂ ବିଜ୍ଞ ବ୍ୟକ୍ତିତ୍ୱ ପାଲଟିଛନ୍ତି। ଏହି ସମୟ ରେ ସମସ୍ତ ଙ୍କ ମୁହଁ ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି କି ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡଙ୍ଗୀ ହେଉଛନ୍ତି ଦାବିଦାର ବୋଲି। ଏହି ପ୍ରାର୍ଥୀ ଜଣକ ନିଜର ନିର୍ଭୀକ ଶାସନ ଏବଂ ଲୋକପ୍ରିୟ ଚେହେରା ପାଇଁ ବେଶ୍ ଆଦୃତ ହୋଇପାରିଛନ୍ତି। ଅପରାଜିତା ଙ୍କ ର ରାଜନୀତି କୁ ଏଣ୍ଟ୍ରି ଏବଂ ଲୋକପ୍ରିୟତା ପାଇଁ ସମସ୍ତେ ଚାଁହୁଚନ୍ତି କି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଏବେ ସହର ରେ ବିଜେପି ରାଜନୀତି ଖୁବ ଭଲ ଚାଲିଛି। ଲୋକ ମାନେ ବିଜେପି ଶାସକ ମାନଙ୍କ ଅଧିକ ପସନ୍ଦ କରୁଛନ୍ତି। ତେବେ ଏବେ ଓଡିଶା ର ମୁଖ୍ୟମନ୍ତ୍ରୀ କିଏ ହେବ , ସେ ନେଇ ସମସ୍ତ ଙ୍କ ମନ ରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ନବୀନ ପଟ୍ଟନାୟକ ୨୦ ବର୍ଷ ଧରି ଶାସନ କରି ଆସୁଛନ୍ତି କିନ୍ତୁ ତାଙ୍କ ବିରୋଧ ରେ ଏମିତି କେହି ପ୍ରାର୍ଥୀ ଛିଡା ହୋଇ ନ ଥିଲେ। ତେବେ ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପଦବୀ ପାଇବ କିଏ ? ପୁଣି ନବୀନ ପଟ୍ଟନାୟକ ନା ନୂତନ ପ୍ରାର୍ଥୀ ଅପ୍ରାଜିତା ଷଡ଼ଙ୍ଗୀ ।


ତେବେ ଗତ କିଛି ଦିନ ତଳେ ଅପ୍ରାଜିତା ଙ୍କ ନାମ ରେ ଏକ ଅଭିଯୋଗ ଆସିଥିଲା କି ସେ କୋଭିଡ ର ନିୟମ କୁ ଭାଙ୍ଗି ଛନ୍ତି। ଆଉ ତାଙ୍କ ଅଫିସ କୁ ମଧ୍ୟ ସିଲ କରିବାକୁ କେହି ମାନୁ ନାହାନ୍ତି। ତେବେ ସେହି ସମୟରେ ଅପରାଜିତା କହିଛନ୍ତି କି ସେ ନିୟମ ଭାଙ୍ଗିଛନ୍ତି , ଯଦି ତେବେ ଆଇନ ତ ସମସ୍ତଙ୍କ ପାଇଁ ସମାନ ଅଟେ ସେଥିପାଇଁ ବିଧାୟକ ଉମା ସାମନ୍ତରାୟ ମନ୍ତ୍ର ସମୀର ଦାଶ ମଧ୍ୟ ନିୟମ ଭାଙ୍ଗିଛନ୍ତି ।

ଏହା ସହିତ ଭୁବନେଶ୍ୱରରେ ବିଜେଡି ଅଫିସରେ ମଧ୍ୟ ଅନେକ ଥର ନିୟମର ଖୋଲାଖୋଲି ଉଲଙ୍ଘନ କରାଯାଇଛି ମାତ୍ର ସେମାନଙ୍କ ପାଇଁ କୌଣସି କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଇନାହିଁ । ଏଭଳି କ୍ଷେତ୍ରରେ ଅପରାଜିତାଙ୍କର ଲୋକପ୍ରିୟତା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଗଲାଣି । ତେବେ ଅପ୍ରାଜିତା କହିଛନ୍ତି , ଆଗକୁ ଓଡିଶା ରେ ମଧ୍ୟ ଶାସନ କରି ବିଜେପି ର କାୟା ବିସ୍ତାର କରିବେ କିନ୍ତୁ ତାଙ୍କର ଏହି କଥାକୁ ବିଜେପି ଦଳ ର କୌଣସି ବି ସଦସ୍ୟ କିଛି ମତ ରଖି ନାହାନ୍ତି କି କୌଣସି ପ୍ରଶ୍ନ କରି ନାହାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।