ଏହି ୧୦ଟି ଟିଭି ସିରିଏଲ ହୋଇଗଲା ବନ୍ଦ୍ ।। ଦେଖନ୍ତୁ ଆପଣଙ୍କ ପ୍ରିୟ ସିରିଏଲ ଏଥିରେ ଅଛି କି ?

0

ଆଜି କାଲି ର ଯୁବପିଢି ତ ସମସ୍ତେ ସୋସିଆଲ୍ ମିଡିଆ ସହ ଯୋଡିତ, ସବୁବେଳେ ସୋସିଆଲ୍ ମିଡିଆରେ ବିଜି। ପୁଅ ମାନେ ହୁଏତ ଟିଭି ସିରିଏଲ୍ ସବୁ ଦେଖୁନଥିବେ ହେଲେ ଝିଅ ମାନେ ଓଡିଆ ଟିଭି ସିରିଏଲ୍ ସବୁ ନଦେଖିଲେ ବି ହିନ୍ଦୀ ସିରିଏଲ୍ ଦେଖୁଥିବେ। ଯଦି ଆପଣ ମାନେ ଜଣେ ସିରିଏଲ୍ ପ୍ରିୟ, ତେବେ ଆପଣ ମାନଙ୍କ ପାଇଁ ଏହି ଖବର ଟି ଜାଣିବା ନିହାତି ଆବଶ୍ୟକ ଅଟେ। ଏହି କରୋନା ପାଇଁ ସରକାର ଲକ୍ଡାଉନ୍ କରିଦେଇଥିଲେ। ଏହି ସମୟ ରେ ସବୁ କାମ ବନ୍ଦ ଥିଲା।

ସେହି ସମୟ ରେ ଆକ୍ଟର ମାନେ ମଧ୍ୟ ସୁଟିଂ ପାଇଁ ଆସୁନଥିଲେ ଏବଂ ସିରିଏଲ୍ ସବୁ ବନ୍ଦ ଥିଲା। ଏବେ ସବୁ ଧୀରେ ଧୀରେ ଗୋଟେ ପରେ ଗୋଟେ ସିରିଏଲ୍ ବନ୍ଦ ହେବାରେ ଲାଗୁଛି। ଏହି ସବୁ ସିରିଏଲ୍ ବନ୍ଦ ହେବା ପଛରେ ଅନେକ କାରଣ ରହିଛି, କେବଳ ଲକାଡାଉନ୍ ହିଁ ଗୋଟିଏ କାରଣ ନୁହେଁ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସିରୀଏଲ୍ ବନ୍ଦ ହୋଇଯାଇଛି, କେଉଁ ସବୁ କାରଣ ପାଇଁ ବନ୍ଦ ହେଉଛି ଏବଂ ସେହି ସବୁ ସିରିଏଲ୍ ମାନଙ୍କ ମଧ୍ୟରେ ଆପଣଙ୍କ ର ପ୍ରିୟ ସିରିଏଲ୍ ଅଛି କି ନାହିଁ।

1.ପବିତ୍ର ଭାଗ୍ୟ :-

ଏକତା କପୁର ଙ୍କୁ ଏହି ସିରିଏଲ୍ ର କୁଇନ୍ ବୋଲି କୁହାଯାଇଛି, ଏବଂ ଏକତା ଙ୍କ ର ଏହି ସୋ ରେ ଏବେ ତାଲା ପଡିଛି ଅର୍ଥାତ୍ ବନ୍ଦ ହୋଇଯାଇଛି। ଏହି ସିରିଏଲ୍ ଟି ର ନାମ ଥିଲା ପବିତ୍ର ଭାଗ୍ୟ, ଯାହାକି ଏବେ ବନ୍ଦ ହୋଇ ଯାଇଛି। ଏହି ସିରିଏଲ୍ ଟି ଏହି ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା, ଏହା ପରେ ଲକ୍ଡାଉନ୍ ହୋଇ ଯାଇଥିଲା ଏବଂ ସୁଟିଂ ମଧ୍ୟ ବନ୍ଦ ଥିଲା। ଏବେ ଲକ୍ଡାଉନ୍ ଖୋଲା ହେବା ପରେ ଏହି ସିରିଏଲ୍ ଟି କୁ ବନ୍ଦ କରିବାକୁ ପଡିଲା। ଏହି ସିରିଏଲ୍ ରେ କୁନାଲ୍ ଜୟସିଂହ ମୁଖ୍ୟ ନାୟକ ଭାବେ ନଜର ଆସିଥିଲେ, ଲୋକ ମାନେ ମଧ୍ୟ ତାଙ୍କୁ ଅନେକ ଭଲପାଇବା ଦେଉଥିଲେ।

2.ଇସ୍କ ସୁଭାନ୍ଅଲ୍ଲା :-

ଏହି ସିରିଏଲ୍ ଟି ଦୁଇ ବର୍ଷ ହେବ ପ୍ରସାରିତ ହେଉଥିଲା, କିନ୍ତୁ ଏହି ସିରିଏଲ୍ ଟି ଏହି ଦୁଇ ବର୍ଷ ମଧ୍ୟରେ ଲୋକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଥିଲା। ଏହି ସିରିଏଲ୍ ଟି ଏବେ ଲକ୍ଡାଉନ୍ ରେ ବନ୍ଦ ହୋଇଯାଇଛି। 2018 ମସିହାରେ ଏହି ସିରିଏଲ୍ ପ୍ରଥମେ ପ୍ରସାରିତ ହୋଇଥିଲା, ଏହାର ଲାଷ୍ଟ ଏପିସୋଡ୍ ଅକ୍ଟୋବର ମାସରେ ପ୍ରସାରିତ ହୋଇଥିଲା। ଏବେ କୁହାଯାଉଛି ଯେ ଏହାର ଶେଷ ବେଳ କୁ ଏପିସୋଡ୍ ଗୁଡିକରେ ଲୋକ ମାନେ ବୋର୍ ହେଉଯାଉଥିଲେ, ଦେଖୁନଥିଲେ। ସେଥିପାଇଁ ଏହାକୁ ବନ୍ଦ କରିବାକୁ ପଡିଲା।

3.ମେରି ଡାଡ୍ କି ଦୁଲହନ୍ :-

ଏହି ସୋ ଟି ପ୍ରସିଦ୍ଧ ଅଭିନେତ୍ରୀ ସ୍ୱେତା ତିୱାରୀ ଙ୍କ ର ଥିଲା। ଏହି ସୋ ଟି ଏବେ ବନ୍ଦ ହେବା ଅବସ୍ଥା ରେ। ଏହି ସୋ ଟି ପ୍ରଥମ କରି ଗତ ବର୍ଷ ନଭେମ୍ବର ମାସରେ ଏହାର ଫାଷ୍ଟ ଏପିସୋଡ୍ ପ୍ରସାରିତ କରିଥିଲା। ଏହାର ଶେଷ ଏପିସୋଡ୍ ଏହି ବର୍ଷ ନଭେମ୍ବର ମାସରେ ମଧ୍ୟ ପ୍ରସାରିତ ହେବ।

4.ଶୁଭାରମ୍ଭ :-

ଏହି କିଛି ଦିନ ତଳେ ଆରମ୍ଭ ହୋଇଥିବା ସୋ ଶୁଭାରମ୍ଭ ସିରିଏଲ୍ ଏବେ ଆଗକୁ ବନ୍ଦ ହେବାକୁ ଯାଉଛି। ଏହି ସିରିଏଲ୍ ର ଲାଷ୍ଟ ଏପିସୋଡ୍ ର ସୁଟିଂ ମଧ୍ୟ ସରିଯାଇଛି। ତେବେ ଏହି ସୋ ଏବେ ଆଗକୁ ବନ୍ଦ ହେବାକୁ ଯାଉଛି।

5.ଆକବର୍ କି ବଲ୍ ବିରିବଲ୍ :-

ଏହି ସିରିଏଲ୍ ଟି ଏହି ଲକ୍ଡାଉନ୍ ପରେ ସୁଟିଂ ହୋଇଥିଲା। କିନ୍ତୁ ଏବେ ଏହି ସିରିଏଲ୍ ଟି ବନ୍ଦ ହେବାକୁ ଯାଉଛି। କୁହାଯାଉଛି ଯେ ଏହି ସିରିଏଲ୍ ଟି କୁ ଭଲ ଲୋକପ୍ରିୟତା ନ ମିଳିବାରୁ ଏହା ବନ୍ଦ ହେବାକୁ ଯାଉଛି।

6.ଗ୍ୟାଙ୍ଗ୍ ଅଫ୍ ଫିଲ୍ମସ୍ତାନ୍ :-

ଏହି ସୋ ଟି ଏବେ ଆଗକୁ ବନ୍ଦ ହେବାକୁ ଯାଉଛି। ଏହାର ଶେଷ ସୁଟିଂ 24 ଅକ୍ଟୋବର ରେ ହୋଇଥିଲା, ଏହି ସୋ କୁ ଲୋକପ୍ରିୟତା ନ ମିଳିବାରୁ ଏହା ବନ୍ଦ ହେବାକୁ ଯାଉଛି।

7.କହତ ହନୁମାନ ଜୟ ଶ୍ରୀରାମ :-

ଏହି ସିରିଏଲ୍ ଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଥିଲା। ଏହା ଲୋକ ମାନଙ୍କ ପାଖରେ ଏତେ ବି ଲୋକପ୍ରିୟ ହୋଇ ପାରିନଥିଲା। ଏହି ସୋ ର ଟିଆରପି ଲଗାତାର୍ କମ୍ ହେବାକୁ ଲାଗିଥିଲା। ତେଣୁ ଏହି ସିରିଏଲ ଟି ଆଗକୁ ବନ୍ଦ ହେବାକୁ ଯାଉଛି।

8.ୟେ ଯାଦୁ ହେ ଜିନ କା:-

ପୂର୍ବ ବର୍ଷ ଅକ୍ଟୋବର ମାସ ରେ ଏହି ସିରିଏଲ ପ୍ରସାରିତ ହୋଇଥିଲା । ପ୍ରଥମେ ଏହି ସୋ ର ଲୋକପ୍ରିୟତା ବଢିଥିଲା । କିନ୍ତୁ ପରେ ଏହାର ଟିଆର୍ପି କମିବାକୁ ଲାଗିଲା । ତେଣୁ ଏହି ସିରିଏଲ ବନ୍ଦ ହୋଇ ଗଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।