ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆମେ ମାନେ ତ ଜାଣିଥିବା ଏବଂ ହୁଏତ ନିଜେ ବି ଦେଖିଥିବା କି ଆଜି କାଲି ଆମେ ଗୋଟେ ଜବ୍ କରିବାକୁ ଗଲେ ଏନ୍ଟ୍ରାନ୍ସ ଦେବାକୁ ପଡୁଛି। ସେହି ସବୁ ଏନ୍ଟ୍ରାନ୍ସ ରେ ଆମକୁ ଆମ ପାଠ ଅପେକ୍ଷା ସାଠ ଉପରେ ପ୍ରଶ୍ନ ପଚରା ଯାଉଛି। ଯେଉଁ ସବୁ ର ଉତ୍ତର ଆମକୁ ଆମ ବୁଦ୍ଧି ଦ୍ୱାରା ଦେବାକୁ ପଡିବ। ସେହି ପରି ଅନେକ ମଜାଦାର ପ୍ରଶ୍ନ ଅଛି ଯେଉଁ ସବୁ କୁ ଶୁଣିବା ପରେ ଆପଣ ମାନଙ୍କୁ ଅଜବ ଲାଗିବ ତାହାର ଉତ୍ତର ସମ୍ପର୍କରେ। କିନ୍ତୁ ସେହି ସବୁ ର ସକରାତ୍ମକ ଦିଗ ମଧ୍ୟ ରହିଛି ସେହି ସମ୍ପର୍କରେ ହୁଏତ ଆପଣ ମାନେ ଜାଣି ନଥିବେ। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ରାମାୟଣ ସମ୍ବନ୍ଧରେ କେତେକ ପ୍ରଶ୍ନ ଏବଂ ଉତ୍ତର ସମ୍ପର୍କରେ କହିବୁ।

1 . ହନୁମାନ ସୀତା ଙ୍କୁ ଖୋଜିବା ପାଇଁ ଯିବା ବେଳେ କଣ ନେଇ ଯାଇଥିଲେ ସାଙ୍ଗରେ?
ଉତ୍ତର :- ମୁଦ୍ରିକା

2 . କିଏ ଗୋଟିଏ ଗୋଡରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ?
ଉତ୍ତର :- ବିଭୀଷଣ

3 . ବାଲ୍ମିକୀ ଙ୍କୁ ରାମାୟଣ ରଚନା କରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ?
ଉତ୍ତର :- ବ୍ରହ୍ମା

4 . କେଉଁ ମୁନି ପିତା ଙ୍କ ଆଦେଶରେ ନିଜ ମାଆ ଙ୍କ ମୁଣ୍ଡ କାଟି ଦେଇଥିଲେ?
ଉତ୍ତର :- ପର୍ଶୁରାମ

5 . ବୈଷ୍ଣବ ଧନୁ କୁ ରାମ କାହାକୁ ପ୍ରଦାନ କରିଥିଲେ?
ଉତ୍ତର :- ବରୁଣ ଙ୍କୁ

6 . ଶୁଦ୍ର ମୁନି କୁ କିଏ ହତ୍ୟା କରିଥିଲେ?
ଉତ୍ତର :- ରାମ

7 .  ବାଲ୍ମୀକି ଙ୍କୁ ରାମାୟଣ ରଚନା କରିବା ପାଇଁ କିଏ ନିର୍ଦ୍ଦେଶ ଦେଇ ଥିଲେ ?
ଉତ୍ତର – ବାଲ୍ମୀକି ଙ୍କୁ ରାମାୟଣ ରଚନା କରିବା ପାଇଁ ବ୍ରହ୍ମା ନିର୍ଦ୍ଦେଶ ଦେଇ ଥିଲେ

8 . କେଉଁ ଋଷି ରାମଚଦ୍ର ଙ୍କୁ ବନବାସ ନ ପଠେଇବା ପାଇଁ ଚେଷ୍ଟା କରିଥିଲେ?
ଉତ୍ତର :- ଜାବାଳି

9 . ରାବଣ ର କେଉଁ ପୁତ୍ର କୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ?
ଉତ୍ତର :- ଅକ୍ଷକୁମାର

10 . କାହାର କହିବା ଅନୁସାରେ ରାମଚନ୍ଦ୍ର ମାତା ସୀତା ଦେବୀ ଙ୍କୁ ତ୍ୟାଗ କରିଥିଲେ?
ଉତ୍ତର :- ଦୂର୍ମୁଖ

11 . କେଉଁ ବାନର ବାଳି ଏବଂ ସୁଗ୍ରୀବ ଙ୍କ ପିତା ଅଟନ୍ତି?
ଉତ୍ତର :- ରୁକ୍ଷରାଜ

12 . ମହର୍ଷି ବାଲ୍ମିକୀ ଙ୍କ ର ପିଲା ଦିନ ର ନାମ କଣ ଥିଲା?
ଉତ୍ତର :- ରତ୍ନାକର

13 . ଲଙ୍କା ରେ ଅଗ୍ନି ସଂଯୋଗ କରିବା ପରେ କେଉଁ ସମୁଦ୍ର କୁ ଲମ୍ଫ ମାରିଥିଲେ?
ଉତ୍ତର :- ଅରିଷ୍ଟ

14 . ରାମାୟଣ ର ଦ୍ୱିତୀୟ କାଣ୍ଡ ଟି ର ନାମ କଣ?
ଉତ୍ତର :- ଅଯୋଧ୍ୟାକାଣ୍ଡ

15 . ପିତାମହ ବ୍ରହ୍ମା କେଉଁ ବାୟୁ ବିମାନ ଟି କୁ କୁବେର ଙ୍କୁ ଦେଇଥିଲେ?
ଉତ୍ତର :- ପୁଷ୍ପକ

16 . କେଉଁ ଦେବତା ଙ୍କୁ ସର୍ପମାଳି ବୋଲି କୁହାଯାଏ?
ଉତ୍ତର :- ଶିବ

17 . ଲକ୍ଷ୍ମଣ ଙ୍କ ର ଥରକରେ କେତୋଟି ସର ମାରିବାର କ୍ଷମତା ଥିଲା?
ଉତ୍ତର :- ୫୦୦ ଟି

18 . ରାବଣ କାହାଠାରୁ ସିଦ୍ଧିମନ୍ତ୍ର ଲାଭ କରିଥିଲା?
ଉତ୍ତର :- ବ୍ରହ୍ମା

19 . ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମା ଙ୍କୁ କେଉଁ ବର ମାଗିବା ପାଇଁ ଯଜ୍ଞ କରିଥିଲା?
ଉତ୍ତର :- ଇନ୍ଦ୍ରାସନ

20 . ରାକ୍ଷସ କୁମ୍ଭକର୍ଣ୍ଣ ବ୍ରହ୍ମା ଙ୍କୁ କେଉଁ ବର ମାଗିଥିଲା?
ଉତ୍ତର :- ନିଦ୍ରାସନ

21 . ରାବଣ ର ପୁତ୍ର ମେଘନାଦ ର ନାମ ଇନ୍ଦ୍ରଜିତ କିଏ ରଖିଥିଲେ?
ଉତ୍ତର :- ବ୍ରହ୍ମା

22 . ସୂପ୍ଣରେଖା ର ସ୍ୱାମୀ ଙ୍କୁ କିଏ ମାରିଥିଲେ?
ଉତ୍ତର :- ରାମ

23 . ରାବଣ ସୀତାଙ୍କୁ ଲଙ୍କା କୁ ନେଇ କେଉଁ ଠାରେ ରଖଗଥିଲା?
ଉତ୍ତର :- ଅଶୋକବନରେ

24 . ଶିବ ଧନୁ ସଭା ସ୍ଥଳ ରେ କିଏ ଭାଙ୍ଗିଥିଲେ?
ଉତ୍ତର :- ରାମ

25 . ମାୟା ମୃଗ କୁ କିଏ ଚିହ୍ନି ପାରିଲେ?
ଉତ୍ତର :- ଲକ୍ଷ୍ମଣ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।