ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ଭତ୍ତା ଏହି ତାରିଖରୁ ଲାଗୁହେବ ବଡ ନିଷ୍ପତ୍ତି ଜାଣନ୍ତୁ କ’ଣ କ’ଣ

0

ଏହି ସମୟ ରେ ସାରା ଦେଶ, ସାରା ରାଜ୍ୟ ଏପରିକି ସାରା ବିଶ୍ୱ ଏକ ଘଡି ସିନ୍ଧି ମୂହୁର୍ତ୍ତ ରେ ଗତି କରୁଛି। କରୋନା ମହାମାରୀ ପାଇଁ ଆଜି ବି ସାରା ବିଶ୍ଵ ଚିନ୍ତାରେ। କରୋନା ମହାମାରୀ ବିଶ୍ୱରେ ଅନେକ ଲୋକ ଙ୍କ ର ଜୀବନ ନେଇସାରିବା ପରେ ଏବେ ମଧ୍ୟ ଅନେକ ଲୋକ ଏହା ସହ ଯୁଦ୍ଧ କରୁଛନ୍ତି। ପ୍ରଥମେ କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ସାରା ଦେଶରେ ଆମ ସରକାର ଲକ୍ଡାଉନ୍ କରି ଦେଇଥିଲେ,ଏହା ଦ୍ୱାରା ଆମ ଦେଶର ପ୍ରତ୍ୟେକ ଲୋକ ନିଜ ନିଜ ଘରେ ରହୁଥିଲେ। କେବଳ ଜରୁରୀ କାଳୀନ ପରିସ୍ଥିତି ଛଡା ଆଉ କୌଣସି ବି କାର୍ଯ୍ୟ ପାଇଁ ଘରୁ ନ ବାହାରିବା ପାଇଁ ସରକାର କଡା ନିୟମ ଲାଗୁ କରିଦେଇଥିଲେ ଏହି ସମୟ ରେ ସବୁ କାମ କାର୍ଯ୍ୟ ବନ୍ଦ ଥିଲା। ଲୋକ ମାନେ ଘରୁ ବାହାରୁ ନଥିଲେ କାମ କାର୍ଯ୍ୟ ସବୁ ବନ୍ଦ ଥିଲା। ଏହି ସମ ରେ ସରକାର ଙ୍କୁ ଅନେକ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡିଥିଲା। ଏଥିପାଇଁ ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଆଗକୁ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।


ଚଳିତ ବର୍ଷ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋଗୀ ଙ୍କ ପାଇଁ ମହଙ୍ଗା ଭର୍ତ୍ତା ବୃଦ୍ଧି ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସରକାର ଏହି ଭର୍ତ୍ତା କୁ ଆଗାମୀ ଜୁଲାଇ ମାସରେ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଆଗାମୀ ଜୁଲାଇ ମାସରେ ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଙ୍କ ର ଭର୍ତ୍ତା 4 ପ୍ରତିଶତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କ ରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ମନି କଣ୍ଟୋଲର କହିବା ଅନୁଯାୟୀ ଏବଂ ରିପୋର୍ଟ ଅନୁଯାୟୀ ଏହା ଦ୍ୱାରା ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନ୍ ଉପଭୋକ୍ତା ଉପକୃତ ହେବେ।


କରୋନା ଭାଇରସ୍ ଯୋଗୁଁ ଆମ ଦେଶରେ ଅନେକ ଆର୍ଥିକ ସଙ୍କଟ ଦେଖାଦେଇଥିଲା। ଏହି କାରଣ ରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ମାନଙ୍କ ର ମହଙ୍ଗା ଭତ୍ତା ବୃଦ୍ଧି କୁ ରଦ୍ଧ କରିଦେଇଥିଲେ। ଅର୍ଥ ବିଭାଗ ର ନିର୍ଦ୍ଦେଶ ଅନୁଯାୟୀ ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ମାନଙ୍କୁ ୧ ଜାନୁଆରୀ ୨୦୨୦ ରୁ ମହଙ୍ଗା ଭତ୍ତା ର ଅତିରିକ୍ତ ରାଶି ଦିଆଯିବ ନାହିଁ।


ଏହା ଛଡା ୧ ଜୁଲାଇ ୨୦୨୦ ରୁ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି ଏବଂ ଅତିରିକ୍ତ କିସ୍ତି ଦେବା ପାଇଁ ଅର୍ଥ ବିଭାଗ ମନା କରି ଦେଇଥିଲେ। ସେହିପରି ଯେଉଁ ବିଭାଗରେ ମହଙ୍ଗା ଭର୍ତ୍ତା ବଢିଥିଲା ତାହାକୁ ମଧ୍ୟ ଅଟକାଇ ଦେଇଥିଲେ, ଏହା ବ୍ୟତୀତ କର୍ମଚାରୀଙ୍କୁ ଦୀପାବଳି ବୋନସ ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ପେନସନର ଲାଇଫ୍ ସାର୍ଟିଫିକେଟ୍ ସବମିଶନକୁ ନେଇ ବଡ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।