ଓଡ଼ିଶାକୁ ମାଡି ଆସୁଛି ପୁଣି ଗୋଟିଏ ମହାବାତ୍ୟା ଜାଣନ୍ତୁ କ’ଣ ରହିଛି ପାଣିପାଗ ବିଭାଗ ର ସୂଚନା

0

କହିବାକୁ ଗଲେ ୨୦୨୦ ମସିହା ଟି ଆମ ଦେଶ ପାଇଁ ଏକ ଅଭିଶାପ ପାଲଟି ଯାଇଛି । କାରଣ ଏହି ବର୍ଷ ର ଆରମ୍ଭ ରୁ କରନା ଭୁତାଣୁ ର ତାଣ୍ଡବ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବା ସହ ଏଥରର ପାଣିପାଗ ମଧ୍ୟ ଆମ ପରିବେଶ ର ଖିଲଫ ହେବାରେ ଲାଗିଛି ।ତେବେ ଚଳିତ ବର୍ଷର ଆରମ୍ଭରୁ ପ୍ରାୟ ଆମର ପାଣିପାଗ ଆମର ସାଥ ଦେଉନାହିଁ କାରଣ ଯେଉଁ ସମୟରେ ଆମ ରାଜ୍ୟ କୁ ବର୍ଷା ର ଆବଶ୍ୟକ ରହିଛି ସେହି ସମୟରେ ପ୍ରବଳ ଖରା ହେଉଛି ଏବଂ ଯେଉଁ ସମୟରେ ଆମ ପରିବେଶ ପାଇଁ ଖରା ର ଆବଶ୍ୟକତା ରହିଛି ସେହି ସମୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି ।ତେବେ ଆଜି ଆମେ ଆପଣମାନଙ୍କୁ ବର୍ତ୍ତମାନ ପାଣିପାଗ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ ।


ଉଲେକ୍ଷ୍ୟଯୋଗ୍ୟ ଯେ , ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ପ୍ରାୟ ପାଣିପାଗ ଓଦଳିଆ ରହୁଛି ଏବଂ ଅକ୍ଟୋବର ମାସରେ ର ପ୍ରଥମ ରୁ ଏବେ ପର୍ଯ୍ୟନ୍ତ ସବୁବେଳେ ଆମେ ବର୍ଷା କୁ ଅନୁଭବ କରୁଛୁ। ତେବେ କେବଳ ବର୍ଷା ହେଉଛି ତାହା ନୁହେଁ ବରଂ ଏହି ମାସର ଆରମ୍ଭରୁ ହିଁ ସବୁବେଳେ ଲଘୁଚାପ ସୃଷ୍ଟି ହେଉଛି ଏବଂ ଏହାର ପ୍ରଭାବରେ ଓଡ଼ିଶା ଘୁର୍ଣ୍ଣିବଳୟ ଦେଖାଯାଉଛି । ତେବେ ବର୍ତ୍ତମାନ କୃଷି ପାଣିପାଗ ବିଭାଗର ମୁଖ୍ୟ ଡକ୍ତର ସୁରେନ୍ଦ୍ର ପଶୁପାଳ ଏକ ସୂଚନା ଦେଇଛନ୍ତି ଯେ ଏହି ମାସରେ ପ୍ରାୟ ପାଗ ଶୁଖିଲା ହେବ ନାହିଁ କାରଣ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ଲାଗିଛି ।

ଡକ୍ଟର ପଶୁପାଳ କହିଛନ୍ତି ଯେ , ବର୍ତ୍ତମାନ ଅର୍ଥାତ ଅକ୍ଟୋବର ୧୩-୧୪ ରେ ଏକ ଲଘୁଚାପ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିଲା ଯାହାର ପ୍ରଭାବ ରେ ବର୍ତ୍ତମାନ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହ ପବନ ମଧ୍ୟ ଅନୁଭୂତ ହେଉଛି ଏବଂ ଏହାର ପ୍ରଭାବ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ରହିବ । ତେବେ ପୁଣି ଅନ୍ୟ ଦୁଇଟି ଲଘୁଚାପ ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ବସା ବାନ୍ଧିଲାଣି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସର ଶେଷ ପର୍ଯ୍ୟନ୍ତ ପାଣିପାଗ ଏହି ପରି ରହିବ ।


ପାଣିପାଗ କାର୍ଯ୍ୟାଳୟ ର ପୂର୍ବନୁମାନ ଅନୁସାରେ , ବର୍ତ୍ତମାନ ସୁଦ୍ଧା ଅନ୍ୟ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଯାହାର ପ୍ରଭାବ ୨୧ ତାରିଖ ସୁଦ୍ଧା ତେଲେଙ୍ଗାନା ରେ ରହିବ ଏବଂ ପରେ ଏହା ଆନ୍ଦ୍ରପ୍ରଦେଶ ଦେଇ ଓଡ଼ିଶା କୁ ଗତି କରିବ। ଡକ୍ଟର ପଶୁପାଳ କହିଛନ୍ତି ଯେ , ଏହି ଲଘୁଚାପ ଓଡ଼ିଶାରେ ଘୁର୍ଣ୍ଣିବଳୟ ର ରୂପଣେଇପାରେ । ତେଣୁ ସେ ଓଡ଼ିଶାର କେତେକ ଜିଲ୍ଲା ତଥା ଗଞ୍ଜାମ, ବାଲେଶ୍ୱର, ଯାଜପୁର ଆଦି କୁ ହାଇଆଲୋଟ କରାଯାଇଛି । ତେବେ ଭୁବନେଶ୍ୱର କୃଷି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ଏହି ବର୍ଷ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ପାଣିପାଗ ମେଘୁଆ ରହିବ ଏବଂ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସହ ପବନ ମଧ୍ୟ ହୋଇପାରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।