ସମାଜରେ ଉଦାହରଣ ପାଲଟିଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…..

0

ଏବେ ସମାଜ ରେ ମଣିଷ ମାନେ ବହୁତ ବଦଳି ଗଲେଣି। ସେମାନେ ଅନେକ ନିଷ୍ଠୁର , ହିଂସ୍ର , ଲୋଭି ହୋଇ ଗଲେଣି, ଯାହା ପାଇଁ ଆଜି ସମାଜ ରେ ମାନବିକତା ଲୋପ ପାଇ ଗଲାଣି । ମଣିଷ ମାନେ ଆଉ ମଣିଷ ଭଳି ନାହାନ୍ତି। ସମସ୍ତେ କେବଳ ନିଜ ନିଜ କଥା ଚିନ୍ତା କରୁଛନ୍ତି ନିଜେ କେମିତି ଭଲ ରେ ରହିବେ ,ନିଜର ଯେମିତି କୌଣସି ଅସୁଵିଧା ନ ହୁଏ , ଏହା ଭାବି ଥାନ୍ତି। କିନ୍ତୁ ସମାଜ ରେ ଏଭଳି ଲୋକ ଅଛନ୍ତି , ଯେଉଁ ମାନେ ବହୁତ ଦୟାଳୁ ।

ସମସ୍ତ ଙ୍କୁ ସାହାଯ୍ୟ କରନ୍ତି। ତେବେ ଏମୋତି ଲୋକ ଏ ଦୁନିଆ ରେ ବହୁତ କମ ଦେଖିବାକୁ ମିଳେ। ଏମିତି ଲୋକ ଅଛନ୍ତି , ଯେଉଁ ମାନେ ଅନ୍ୟର ଅସୁବିଧା ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ତେବେ ଅନେକ ଘଟଣା ଦେଖିବାକୁ ମିଳେ କିନ୍ତୁ ସାହାଯ୍ୟ କରିବାକୁ କେହି ଆସନ୍ତି ନାହିଁ । ସବୁ ଆସି ଛିଡା ହେବେ ସତ କିନ୍ତୁ କେହି ସାହାଯ୍ୟ କରିବେନି। ତେବେ ଲୋକ ମାନେ କେବଳ ନିଜର ସୁବିଧା ଦେଖନ୍ତି। ସମସ୍ତେ ଛିଡା ହୋଇ ଦେଖୁ ଥିବେ ହେଲେ ପାଖକୁ କେହି ଯିବେନି। ହେଲେ ତାଙ୍କ ଭିତରେ ଏମିତି କିଛି ଲୋକ ଥାନ୍ତି , ଯେଉଁ ମାନେ ଅସୁବିଧା ଦେଖି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।ଏକ ଘାଟଣା ଦେଖିବାକୁ ମିଳିଛି ଯାହା ଉଦାରତା ଏବଂ ମାନବିକତା ର ନିଛକ ପ୍ରତିଛବ ।

ପୋଲିସ୍ ପ୍ରତି ରହିଥିବା ଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ , ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମୟ। କେବଳ ଆଇନ୍ ଉଲ୍ଲଂଘନ କଲେ ପୋଲିସ୍ କଠୋର ହୋଇ ଯାଏ ତାହା ନୁହେଁ ବରଂ ଅସୁବିଧା ସମୟରେ ମଧ୍ୟ ସେ ସହାୟତାର ହାତ ବଢ଼ାଇ ନିଜର ଦୟା ଭାବନା କୁ ପ୍ରଦର୍ଶନ କରିଥାଏ। ଅନେକ ସମୟରେ କିଛି ଘାଟଣା ଶୁଣିବାକୁ ମିଳିଥାଏ ଯେ ପୋଲିସ୍ ରାସ୍ତାରେ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାରେ ସାହାଯ୍ୟ କରିଥାଏ ଆଉ ସେଥିପାଇଁ ଅନେକ ପ୍ରଶଂସା ଏବଂ ସାବାସି ମଧ୍ୟ ମିଳିଥାଏ।


ତେବେ ସେମିତି ଏକ ଘଟଣା ଟି ଓଡ଼ିଶାର ରାଜଧାନୀରେ ଏବେ ଜଣେ ମହିଳା ଟ୍ରାଫିକ ପୋଲିସଙ୍କ ମହାନତା ଦେଖିବାକୁ ମିଳିଛି । ସେହି ପୋଲିସ ଜଣକ ଜଣେ ମହିଳା ରାସ୍ତା ରେ ଆହତ ହୋଇ ପଡି ଥିଲେ ହେଲେ ସାହାଯ୍ୟ ପାଇଁ କେହି ଆସି ନ ଥିଲେ କିନ୍ତୁ ସେ ପୋଲିସ ଜଣକ ଆସି ସେହି ମହିଳା ଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇ ଥିଲା।ତେବେ ସେହି ପୋଲିସ ଜଣକ ନିଜ ଡିଉଟି ରେ ଥିଲେ। ମହିଳା ଙ୍କ ଏପରି ପରିସ୍ଥିତି ଦେଖି ତାଙ୍କୁ ସହୟତା ର ହାତ ବଢ଼ାଇ ଥିଲେ ଆଉ ନିଜ ହାତ ରେ ଚିକିତ୍ସା କରି ଥିଲେ,ଏଥିପାଇଁ ସେ ଫାର୍ଷ୍ଟ୍ ଏଡ୍ ବକ୍ସ ଆଣି ତାଙ୍କ ପାଦ ଧରି ବାନ୍ଦେଜ କରିଛନ୍ତି ଯତ୍ନର ସହିତ।


ତେବେ ଘଟଣା ଅନୁସାରେ ଏକ ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେବେ ସେହି ପୋଲିସ ଜଣକ ତାଙ୍କର ଚିକିତ୍ସା କରିଥିଲେ।ତେବେ ତାଙ୍କର ଏହି ଭଳି କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ।ତାଙ୍କର ଏହି ମହାନତା ବିଷୟରେ ସୋସିଆଲ ମିଡିଆରେ ଖବର ପ୍ରସାରଣ ପରେ କମିଶନରେଟ ପୋଲିସ୍ ମଧ୍ୟ ତାଙ୍କୁ ଡାକି ସ୍ବାଗତ ଜଣାଇବା ସହିତ ମହିଳା ଟ୍ରାଫିକ ପୋଲିସ ଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି ବୋଲି ସୂଚନା ମିଳିଛି।ତେବେ ତାଙ୍କର ଏହି ମାନବିକତା ପାଇଁ ଯେତେ ପ୍ରଶଂସା କରିଲେ ମଧ୍ୟ କମ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।