ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ! ,22 ରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି ,ଆଜି ଠାରୁ ଶୀତର ପ୍ରକୋପ ବଢିପାରେ

0

୨୦୨୦ ବର୍ଷ ଟି ଅନ୍ୟ ବିଗତ ହଜାର ହଜାର ବର୍ଷ ମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର ଅଟେ ।ଏହି ବର୍ଷ ରେ ଗୋଟିଏ ପରେ ଗୋଟିଏ ଅଦ୍ଭୂତପୂର୍ବ ଘଟଣା ଘଟିବାରେ ଲାଗିଛି । ତେବେ ଚଳିତ ବର୍ଷର ଆରମ୍ଭ ରୁ ହିଁ ଏକ ଅଜଣା ଭୂତାଣୁ ତଥା କରନା ଭୂତାଣୁ (COVID-19) ର ଆତଙ୍କ ଆରମ୍ଭ ହୋଇଥିଲା ଯାହାକି ଏବେ ପର୍ଯ୍ୟନ୍ତ ଥମିବାର ନାମ ନେଉନାହିଁ। ତା ସଙ୍ଗରେ ପୁଣି ଚଳିତ ବର୍ଷର ପାଣିପାଗ ମଧ୍ୟ ଆମ ପରିବେଶର ଖିଲାଫ ଯାଉଛି । ଖାଲି ଏତିକି ନୁହେଁ ବରଂ ଏ ବର୍ଷ ରେ ପ୍ରାୟ ୪ ରୁ ୫ ଥର ସାମୁଦ୍ରିକ ଝଡ଼ ସହ ପ୍ରବଳ ବର୍ଷା ସହ ଘୁର୍ଣ୍ଣିବଳୟ ମଧ୍ୟ ଦେଖାଯାଉଛି ।


ତେବେ ପୁଣି ଥରେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଆସିଛି ଯାହା କି ଲୋକମାନ ଙ୍କର ମୁଣ୍ଡ ବିନ୍ଧା ର କାରଣ ସାଜିଛି ।ତେବେ ଉଲ୍ଲେଖ ଯୋଗ୍ୟ ଯେ,ପୁଣି ଥରେ ବଙ୍ଗପସାଗର ଓ ତାର ସାନିଗ୍ଧ ଅଞ୍ଚଳ ଗୁଡିକ ରେ ଗୁରୁଚାପ ସୃଷ୍ଟି ହୋଇଛି ।ଏବଂ ଏହାର ପ୍ରଭାବ ଓଡ଼ିଆ ର କେତେକ ଜିଲ୍ଲା ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।କୁହାଯାଇଛି ଯେ ,ବଙ୍ଗପସାଗର ରେ ସୃଷ୍ଟି ହୋଇଥିବା ଗୁରୁଚାପ ଫଳରେ ରାଜ୍ୟ ରେ ଆଗତ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଦେଖାଯିବ ।ଯାହାକି ଲୋକମାନ ଙ୍କର କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ର ଆଶଙ୍କା ରହିଛି ।


ପାଣିପାଗ କାର୍ଯ୍ୟାଳୟ ର ମୁଖ୍ୟ ସୂଚନା ଦେଇଛନ୍ତି ଯେ ସୃଷ୍ଟି ହୋଇଥିବା ଗୁରୁଚାପ ର ପ୍ରଭାବ ଓଡ଼ିଶା ର ୭ ଟି ଜିଲ୍ଲା ରେ ଅଧିକ ରହିବ ।ସେହି ଜିଲ୍ଲା ଗୁଡ଼ିକ ହେଉଛି ,କଟକ,କନ୍ଧମାଳ, ବାଲେଶ୍ଵର,ମୟୁରଭଞ୍ଜ ,ଢେଙ୍କାନାଳ, ଅନୁଗୁଳ ଏବଂ କେଉଁଝର ଜିଲ୍ଲା ରେ ଘନ କୁହୁଡି ଦେଖାଯିବ ।ଏ ନେଇ ସତର୍କ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ଏହି ୭ ଟି ଜିଲ୍ଲାର ୟଲ ୱାରନିଙ୍ଗ ଜାରି କରାଯାଇଛି ।କୁହୁଡି ର ଘନତା ଅଧିକ ହେବା କାରଣ ରୁ ଏହି ସବୁ ଜିଲ୍ଲା ରେ ଗାଡି ଚଲେଇବା ଉପରେ କଟକଣା ଲଗାଯାଇଛି।


ଏହାର ପ୍ରଭାବରେ ଆଜି ଓଡ଼ିଶାର କେତେକ ଉପକୂଳବର୍ତ୍ତି ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହୋଇଥିଲା ।ଏହି ଗୁରୁଚାପ ର ପ୍ରଭାବ ରେ କେତେକ ଜିଲ୍ଲା ରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଉମାକାନ୍ତ । ସେହିପରି ନଭେମ୍ବର ମାସର ଶେଷ ଆଡ଼କୁ ଓଡ଼ିଶାର କେତେକ ଜିଲ୍ଲା ରେ ବର୍ଷା ଅନୁଭବ ହୋଇପାରେ ।ବଙ୍ଗପସାଗର ରେ ସୃଷ୍ଟି ହୋଇଥିବା ଗୁରୁଚାପ ଫଳରେ ରାଜ୍ୟ ରେ ଚାରି ଦିନ ପର୍ଯ୍ୟନ୍ତ ଶୀତ ବହୁତ କମ ରହିବ ମାତ୍ର କେତେକ ସ୍ଥାନରେ ବର୍ଷା ଅନୁଭୂତି ହେବ ।ଏବଂ ଏହି ଗୁରୁଚାପ ପରେ ପୁଣି ରାଜ୍ୟ ରେ ଅଧିକ ଶୀତ ଦେଖାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।