ପାଠ ମନେ ନ ରହୁଥିଲେ ନିଶ୍ଚୟ ଦେଖନ୍ତୁ । କିପରି ମନେ ରଖିବେ ପାଠ 100% Success

0

ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଚୁ ।ଏବଂ ଆମକୁ ଏହି ସମାଜ ରେ ସଂମାନର ସହ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହୋଇଥାଏ ।ଏବଂ ଆମକୁ ନିଜର ଏକ ପରିଚୟ କରିବାକୁ ହେଲେ ପ୍ରଥମେ ଭଲ ପାଠ ପଢିବା କୁ ହୋଇଥାଏ। କିନ୍ତୁ ବହୁ ସମୟରେ ଆମେ ପାଠ ପଢିବା କୁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଧ୍ୟାନ ଦେଇ ପାଠ ମଧ୍ୟ ପଢ଼ିଥାନ୍ତି ମାତ୍ର ପାଠ ଆପଣଙ୍କ ର ମନେ ରହେନାହିଁ ।ତେଣୁ ଆମେ ଆଜି ଆପଣଙ୍କୁ ପାଠ କୁ କିପରି ଭାବରେ ମନେ ରଖିପାରିବେ ସେ ବିଷୟରେ କିଛି ଉପାୟ ଜଣେଇବୁ।

୧.ପ୍ରଥମେ ଆପଣ ଯାହାବି ମନେ ରଖିବାକୁ ଚାହୁଁଛନ୍ତି ତାକୁ ଭଲ ଭାବରେ ପଢନ୍ତୁ ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ , ଯେପରି କି ଆପଣ ସେହି ଅଧ୍ୟାୟ ଟୀର ମୂଳ ଉଦେଶ୍ୟ କୁ ଜାଣିପାରିବେ ।

୨.ଯଦି ଆପଣ ପାଠ କୁ ଭଲଭାବରେ ବୁଝିବା କୁ ଚେଷ୍ଟା କରିବେ ତେବେ ପ୍ରଥମେ ଆପଣ ଶ୍ରେଣୀ କକ୍ଷ ବା ଟିଉସନ ଆପଣ ଙ୍କର ଶିକ୍ଷକ ଯାହା ପଢ଼ାଉଛନ୍ତି ତାହାକୁ ଭଲ ଭାବରେ ଶୁଣନ୍ତୁ । ପାଠ କୁ ମନେ ରଖିବାକୁ ହେଲେ ପ୍ରଥମେ ତାହାକୁ ଭଲ ଭାବରେ ଶୁଣନ୍ତୁ।

୩. ଆପଣ ଯେତେବେଳେ ପାଠ ପଢିବା କୁ ବହାରୁଛନ୍ତି ସେତେବେଳେ ନିଜକୁ ପ୍ରଶ୍ନ କରନ୍ତୁ କି ମୋର ବିଦ୍ୟାଳୟ ବା ମହାବିଦ୍ୟାଳୟ ଆସିବା ର ପ୍ରକୃତ ଉଦେଶ୍ୟ କଣ ।ଯେତେବେଳେ ଆପଣ ଏହି ଉଦେଶ୍ୟ କୁ ନିଜ ଆଗରେ ରଖିବେ ସେତେବେଳେ ଆପଣଙ୍କ ର ପଢା ରେ ଅଧିକ ଧ୍ୟାନ ରହିବ।

୪.ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ପ୍ରାୟ ସମସ୍ତେ ମୋବାଇଲ ର ବ୍ୟବହାର କରୁଛନ୍ତି । ଏବଂ ଆପଣ ଲକ୍ଷ କରିଥିବେ କି ଯେତେବେଳେ ଆମେ ମୋବାଇଲ ରେ କିଛି ଦେଖିଥାଉ ତାହା ଆମର ସମ୍ପୂର୍ଣ୍ଣ ମନେ ରହିଯାଇଥାଏ ।ତେଣୁ ଆପଣ ପାଠ କୁ ମନେ ରଖିବା ପାଇଁ ମୋବାଇଲ କୁ ବ୍ୟବହାର କରିପାରିବେ । ଆପଣ ମୋବାଇଲ ବ୍ୟବହାର କରି ଯେକୌଣସି ଟୋପିକ ଉପରେ ଜ୍ଞାନ ଅର୍ଜନ କରିପାରିବେ ।

୫.ଆପଣଙ୍କୁ ପାଠ ମନେ ରଖିବାର ସବୁଠାରୁ ସହଜ ଉପାୟ ଟି ହେଉଛି ଯାହା ଆପଣ ବହିରେ ପଢୁଛନ୍ତି ତାହାକୁ ପ୍ରାକ୍ଟିକାଲ ବା ବାସ୍ତବ ଜୀବନର କିଛି ଘଟଣା ସହ ଲିଙ୍କ କରିବା ।ଯେତେବେଳେ ଆପଣ କିଛି ବି କଥାକୁ ବାସ୍ତବରେ ଘଟୁଥିବା ଘଟଣା ସହିତ ସଂଜଗ କରିଥାନ୍ତି ସେତେବେଳେ ଏହା ସହଜରେ ମନେ ରହିଯାଇଥାଏ ଏବଂ ସହଜରେ ଆପଣ ମଧ୍ୟ ଏହାକୁ ଭୁଲିବେ ନାହିଁ ।

୬. ଏମିତି କୁହାଯାଏ କି ତିନି ଥର ପଢିବା ଯାହା ମାତ୍ର ଥରେ ଲେଖିବା ସହ ସମାନ ହୋଇଥାଏ । ତେବେ ଆପଣ ଯେଉଁ ଅଧ୍ୟୟ ଟୀକୁ ପଢିବାକୁ ଆଉ ମନେ ରଖିବାକୁ ଚାହାନ୍ତି ସେତେବେଳେ ଆପଣ ପ୍ରଥମେ ଏହାକୁ ପଢନ୍ତୁ ଏବଂ ତାକୁ ଲେଖା ମାଧ୍ୟମରେ ଅଭ୍ୟାସ କରନ୍ତୁ ।ଦେଖିବେ ବହୁତ ସହଜରେ ଆପଣଙ୍କ ର ପାଠ ମନେ ରହିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।