ଖୁବ ଶୀଘ୍ର ହେବାକୁ ଯାଉଛି କଳିଯୁଗର ଅନ୍ତ ଜାଣନ୍ତୁ ମାଳିକାବଚନ କଣ କହୁଛି

0

କେବେକେବେ ଆମେ ଆମ ସମାଜରେ ଘଟୁଥିବା ଘଟଣା ଗୁଡିକୁ ପୂର୍ବ କାଳରେ ହୋଇଥିଲା ଘଟଣା ସହ ତୁଳନା କରିଥାଉ । ଏବଂ ଯେଉଁ ସବୁ ଘଟଣା ଏବେ ଘଟୁଛି ବା ଭବିଷ୍ୟତ ରେ ହେବାକୁ ଯାଉଛି ତାହା ପୂର୍ବରୁ କେହି ନା କେହି ଜ୍ଞାନି ଲୋକ କହିଥିବାର ଆମେ ବିଶ୍ୱାସ କରିଥାଉ । ଯେମିତି କି , ଏହି କରନା ଭୁତାଣୁ ସାରା ଦେଶରେ ଆସିବା ପରେ ଆମେ ଜାଣିପାରିଲୁ ଯେ ଏହା ଆମ ମାଳିକା ରେ ପୂର୍ବରୁ ଲିଖିତ ଥିଲା ମାତ୍ର ଏହା ଉପରେ କାହାର ଧ୍ୟାନ ନଥିଲା । ତେବେ ଏହି ମାଳିକା ରେ ଆହୁରି ଅନେକ କିଛି ତଥ୍ୟ ଆମ ପୂର୍ବପୁରୁଷ ମାନେ ଲେଖିଯାଇଛନ୍ତି ।ଆସନ୍ତୁ ଜାଣିବା ମାଳିକାର କିଛି ଭବିଷ୍ୟବାଣୀ ଉପରେ ।


ଉଲେଖଯୋଗ୍ୟ ଯେ , ମାଳିକା ରେ ଆମର ପୂର୍ବପୁରୁଷ ମାନେ ଆମ କଳିଯୁଗରେ କିପରି ଭାବରେ ଅନ୍ତ ହେବ ତାହା ବିଷୟରେ କହିଛନ୍ତି । ମାଳିକା ବଚନ ଅନୁସାରେ ବର୍ତ୍ତମାନ ଆମେ ଯେଉଁ ସମାଜରେ ବସବାସ କରୁଛୁ ତାହା ହେଉଛି କଳି ଯୁଗ ଏବଂ ଏହି କଳିଯୁଗ ର ଆରମ୍ଭ ସତ୍ୟ ଯୁଗ ସମୟରେ ହୋଇଥିଲା । ମାଳିକା ଅନୁସାରେ ଏହି କଳିଯୁଗ ରେ ନ୍ୟାୟ ଅପେକ୍ଷା ଅନ୍ୟାୟା ସବୁବେଳେ ଅଧିକ ରହିବ ।ଲୋକମାନେ ସତ୍ୟ ପଥ କୁ ଛାଡ଼ିଦେଇ ଅସତ ମାର୍ଗରେ ଗତି କରିବେ ଏବଂ ତାହା ମଧ୍ୟ ହେଉଛି ।ଏହି ଯୁଗରେ ଲୋକମାନେ କାମ, କ୍ରଧ, ଚୋରି, ଲୋଭ ର ସ୍ୱୀକାର ହେବେ ।

ଏହି ମାଳିକାରେ କଳି ଯୁଗର ଶେଷ ସମୟ ଟି କଣ ରହିବ ବୋଲି ମଧ୍ୟ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଯୁଗରେ ଶେଷ ସମୟ ଟି କେମିତି ରହିବ ।
୧.ମାଳିକା ବଚନ ଅନୁସାରେ କଳିଯୁଗର ଶେଷ ସମୟ ବେଳକୁ ମଣିଷ ମାନଙ୍କର ବଞ୍ଚିବାର ବୟସ ସୀମା କମିଯିବ ଏବଂ ପଶୁ ପକ୍ଷୀ ତଥା ସମସ୍ତ ଜୀବଜନ୍ତୁ ମଧ୍ୟ ଅକାଳରେ ମୃତ୍ୟୁ ବରଣ କରିବେ । ଏହି କଥାଟି ଭଗବାନ ବିଷ୍ଣୁ ନାରଦ ଙ୍କୁ କହିଥିଲେ ବୋଲି କୁହାଯାଇଛି ।

୨.ମାଳିକା ରେ କୁହାଯାଇଛି ଯେ କଳିଯୁଗର ଅନ୍ତ ହେବା ସମୟରେ ଲୋକମାନ ଙ୍କୁ ବିଭିନ୍ନ ପ୍ରକାର ର ରୋଗ ହେବ ।ଏହି ପୃଥିବୀର ପ୍ରାୟ ୮୦ ପ୍ରତିଶତ ଲୋକ ଭିନ୍ନ ଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ।

୩.ମାଳିକା ରେ କୁହାଯାଇଛି ଯେ , ଯୁଗର ସମାପ୍ତି ବେଳକୁ ଜୁଆ , ମଦ ତଥା ଗଞ୍ଜେଇ ଲୋକମାନଙ୍କ ପାଇଁ ସାଧାରଣ ହୋଇଯିବ । ଲୋକମାନେ ଛୋଟ ଛୋଟ କଥାରେ ହତ୍ୟା କରିବେ ।

୪. ମାଳିକାରେ ଲେଖାଯାଇଛି ଯେ, କଳିଯୁଗର ଶେଷ ବେଳକୁ ଲୋକମାନେ ଭୋଗବିଲସରେ ବ୍ୟସ୍ତ ରହିବେ । ସେମାନଙ୍କର ଭଗବାନଙ୍କ ପ୍ରତି ବିଶ୍ଵାସ ରହିବ ନାହିଁ । ସମସ୍ତ ଙ୍କ ମନରେ ପାପ ଚିନ୍ତାଧାରା ରହିବ ।


୫.ଏହି ଯୁଗର ଶେଷ ସମୟରେ ପ୍ରାୟ ସମସ୍ତ ନଦୀ ଓ ପୋଖରୀ ଶୁଖିଯିବ । ଗଛରେ ପତ୍ର କି ଫୁଲ ରହିବ ନାହିଁ ଏବଂ ଆକାଶ ମଧ୍ୟ ପ୍ରଦୂଷଣ ରେ କଳା ଦେଖାଯିବ ।

୬.ଏହି ମାଳିକରେ କୁହାଯାଇଛି ଯେ ଯେତେବେଳେ ଏହି ଯୁଗରେ ପାପର ଭାର ବଢିଯିବ ସେତେବେଳେ ଭଗବାନ ବିଷ୍ଣୁ କଳ୍କୀ ଆବତାର ନେବେ ଆଉ ମାତ୍ର ତିନି ଦିନରେ ସାରା ପୃଥିବୀକୁ ଧ୍ୱଂସ କରିଦେବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।