ପୁଣି ହେବାକୁ ଯାଉଛି ଆଉ ଏକ ଚନ୍ଦ୍ର ଗ୍ରହଣ। ତେବେ ଜାଣନ୍ତୁ ଏହି ସମୟ ରେ କଣ କରିବେ, କଣ କିପରି ଏହାର ପ୍ରଭାବ ରହିବ ସବୁକିଛି।

0

ସତରେ ଏହି ବିରାଟ ଦୁନିଆ ହେଉଛି ବହୁତ ବିଚିତ୍ର। ଏହି ଦୁନିଆ ରେ ହେଉଥିବା ପ୍ରତିଟି ଜିନିଷ ର ଅନେକ କାରଣ ଏବଂ ମହତ୍ତ୍ୱ ମଧ୍ୟ ରହିଛି। ତେବେ ଏହି ଦୁନିଆ ରେ ହେଉଥିବା ପ୍ରତିଟି ଜିନିଷ କୁ ଆମ ବିଜ୍ଞାନ ଏକ ରୂପ ଦେଉଥିବା ବେଳେ ଆମ ହିନ୍ଦୁ ଶାସ୍ତ୍ର ଆଉ ଏକ ରୂପ ଦେଇଥାଏ। ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ବାର, ବାଛ, ବିଚାର ଆଦି ରହି ଅଛି। ଅନେକ ଛୋଟ ଛୋଟ କଥା କୁ ମଧ୍ୟ ଧରା ଯାଇଥାଏ ଆମ ଧର୍ମ ରେ।

ଏହି ଯେପରି ଦେଖିବାକୁ ଗଲେ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ। ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ବିଜ୍ଞାନ ଏକ ରୂପ ଦେଉଥିବା ବେଳେ ଆମ ଶାସ୍ତ୍ର ଆଉ ରୂପ ଦେଇଥାଏ। ତେବେ ବିଜ୍ଞାନ ଅନୁଯାୟୀ ସୂର୍ଯ୍ୟ ପୃଥିବୀ ଏବଂ ସୂର୍ଯ୍ୟ ଚନ୍ଦ୍ର ମଧ୍ୟ ରେ ଅନ୍ୟ କିଛି ଗ୍ରହ କିମ୍ବା କିଛି ପଦାର୍ଥ ଚାଲି ଆସିଲେ ସେହି ଗ୍ରହ କିମ୍ବା ବସ୍ତୁ ଟି ଯିବା ପାଇଁ ଯେତିକି ସମୟ ଲାଗେ, ସେହି ସମୟ ରେ ପୃଥିବୀ ଉପରେ ସୂର୍ଯ୍ୟ ଏବଂ ଚନ୍ଦ୍ର ର ଆଲୋକ ପଡିବା ବନ୍ଦ ହୋଇଯାଏ।

ଏହା ଚାଲିଗଲା ଗଲେ ପରେ ପୁଣି ପୃଥିବୀ ଉପରେ ଆଲୋକ ପଡେ। ବିଜ୍ଞାନ ଆନୁସାରେ ଏହା କିଛି ବି ନୁହେଁ। କିନ୍ତୁ ଆତ ଧର୍ମ ଅନୁସାରେ ଏହାକୁ ଖରାପ ସମୟ ବୋଲି ମନା ଯାଇଥାଏ। କୁହାଯାଏ କି ସେହି ସମୟ ରେ ଚନ୍ଦ୍ର ଏବଂ ସୂର୍ଯ୍ୟ କୁ କିଏ ଖାଇ ଯାଇଥାଆନ୍ତି ସେଥିପାଇଁ ଏପରି ହୋଇଥାଏ। ତେବେ ଏହା ରାତି ସମୟ ରେ ହେଲେ ତାକୁ ଚନ୍ଦ୍ର ଗ୍ରହଣ ଏବଂ ଦିନ ରେ ହେଲେ ଏହାକୁ ସୂର୍ଯ୍ୟ ଗ୍ରହଣ ବୋଲି କୁହାଯାଏ। ଏହି ସମୟ ମଧ୍ୟରେ ଅନେକ ନିୟମ ସବୁ ପାଳନ କରାଯାଏ ଆମ ଶାସ୍ତ୍ର ରେ। ତେବେ ଆଗକୁ ନଭେମ୍ବର 30 ତାରିଖରେ ଏହି ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ଦେଖାଯିବ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ ସବୁ କିଛି।


ଆଗକୁ ଆସୁଛି ଆଉ ଏକ ଚନ୍ଦ୍ର ଗ୍ରହଣ। ହିନ୍ଦୁ ପାଞ୍ଜି ଅନୁସାରେ ଏହି ମାସ 30 ତାରିଖରେ ଏହି ଗ୍ରହଣ ଲାଗିବ। ଏହି ଗ୍ରହଣ ଏହି ବର୍ଷ ର ଶେଷ ଗ୍ରହଣ ହୋଇଥିବାରୁ ଏହାର ବିଶେଷ ମହତ୍ତ୍ୱ ରହିଛି। ଏସିଆ, ଅଷ୍ଟ୍ରେଲିଆ ଓ ଆମେରିକା ର କିଛି ଅଞ୍ଚଳ ରେ ଦେଖାଯିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ରେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି।

ନଭେମ୍ବର 30 ତାରିଖ ଅପରାହ୍ନ ଗୋଟାଏ ଚାରି ମିନିଟ୍ ରେ ଏହି ଗ୍ରହଣ ଆରମ୍ଭ ହେଉଥିବା ବେଳେ ଅପରାହ୍ନ 3 ଟା 13 ମିନିଟ୍ ରେ ଏହାର ମଧ୍ୟକାଳ ହୋଇଥିବା ବେଳେ ସନ୍ଧ୍ୟା 5 ଟା 22 ମିନିଟ୍ ରେ ଗ୍ରହଣ ସମାପ୍ତ ହେବ। ବିଶେଷ କରି ଗ୍ରହଣ ସମୟ କୁ ଅଶୁଭ ବୋଲି ଧରାଯାଏ।

ଚନ୍ଦ୍ର ଗ୍ରହଣ ସମୟ ରେ କିଛି ନିର୍ଦ୍ଧିଷ୍ଟ କାମ ନ କରିବାକୁ ବାରଣ କରାଯାଏ। ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ମାନେ ଖାଦ୍ୟ ଖାଇବା ଉଚିତ୍ ନାହିଁ। ଏହି ସମୟ ରେ ଏମାନେ ଘରୁ ବାହାରିବା ଏବଂ କୌଣସି ଆଡେ ଯାତ୍ରା କରିବା ମନା। ଏହି ସମୟ ରେ ଚନ୍ଦ୍ରମା ପୀଡିତ ଥାଆନ୍ତି, ଯାହା ଯୋଗୁଁ ଏହି ସମୟ ରେ ଏପରି କିଛି ଉର୍ଜ୍ୟା ବାହାର ଥାଏ

ଯାହା ସେମାନଙ୍କ ପାଇଁ ବହୁତ ଖରାପ ହୋଇଥାଏ। ଏହି ସମୟ ରେ ଘରେ ରହିବା ଉଚିତ୍, ଭଗବାନଙ୍କୁ ସ୍ମରଣ କରିବା ଉଚିତ୍। ଯେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ ସେତେବେଳେ ସୂତକ ସମୟ ପ୍ରତି ବିଷେଷ ଧ୍ୟାନ ଦେବା ଉଚିତ୍। ଏହି ସମୟ ରେ ସବୁ ନିୟମ ପାଳନ କରିବା ଉଚିତ୍ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।