ଝିଟିପିଟି କେଉଁ ଅଙ୍ଗରେ ପଡିଲେ ଶୁଭ ଏବଂ କେଉଁ ଅଙ୍ଗରେ ପଡିଲେ ଅଶୁଭ ଜାଣନ୍ତୁ

0

ଆମ ଭାରତ ର ସଂସ୍କୃତି ଏବଂ ଶାସ୍ତ୍ର ଅନୁସାରେ ପଶୁ ଏବଂ ପକ୍ଷୀ ମାନଙ୍କୁ ମାରିବା ପାପ ବୋଲି କୁହାଯାଏ। କାରଣ ପ୍ରତେକ ଜୀଵ ମଧ୍ୟରେ ଭଗବାନଙ୍କ ଉପସ୍ଥିତି ରହିଛି । ତାହା ସହିତ ପ୍ରେତେକ ଜୀଵ ଏବଂ ଜନ୍ତୁ ମାନଙ୍କୁ ଅନେକ ଦେବା ଦେବୀ ମାନଙ୍କର ବାହାନ ରୂପେ ମଧ୍ୟ ପୂଜା କରାଯାଏ।

ସେଥିପାଇଁ ଆମ କୁ ଜୀଵ ପ୍ରତି ଦୟା କରିବାକୁ ଶାସ୍ତ୍ର ଉପଦେଶ ଦେଇଥାଏ।ଆପଣ ଜାଣିଥିବେ ସଂକୁନି ଶାସ୍ତ୍ର ଅନୁସାରେ ଅନେକ ଜୀଵ ହେଉଛନ୍ତି ଭବିଷ୍ୟତ ର ବାର୍ତା କାରୀ। ସେମାନଙ୍କ ର ଉପସ୍ଥିତି ଆମକୁ ଆଗାମୀ ଦିନର କଣ ଘଟିବ ତାର ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଆଜି ସେହିପରି ଝିଟିପିଟି ବିଷୟରେ।


ଆପଣ ଜାଣିଥିବେ ଝିଟିପିଟି ହେଉଛି ଅନେକ ଶୁଭ। କାରଣ ଏହାର ଗୃହରେ ଉପସ୍ଥିତି ହେଲେ ଅନେକ ମାଙ୍ଗଳିକ କାର୍ଯ୍ୟ ହେବାର ସଂକୁନି ଶାସ୍ତ୍ର ରେ ଉଲେଖ ରହିଛି। ତେଣୁ ଅନେକ ଜାଗାରେ ଭାରତରେ ମଧ୍ୟ ମନ୍ଦିର ମାନଙ୍କରେ ଏହି ଝିଟିପିଟି ମାନଙ୍କୁ ପୂଜା କରାଯାଏ । କଂଚିପୁରାମ ଠାରେ ଏହି ପରି ଭାବରେ ଝିଟିପିଟି କୁ ମନ୍ଦିର ସାମ୍ନା ରେ ରଖି ପୂଜା ଅର୍ଚନା କରାଯାଇ ଥାଏ। ଝିଟିପିଟି କୁ ଶିବଙ୍କ ଅଂଶ ବିଶେଷ ବୋଲି କୁହାଯାଏ।

ସେହିପରି ଝିଟିପିଟି ଯଦି ଘରକୁ ଆସି ଭଜନ ସମୟରେ ଶବ୍ଦ କରେ ତେବେ ଏହା ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ ଶୁଭ ଦାୟୀ ହୋଇଥାଏ। ତେବେ ଆପଣ ଜାଣିଥିବେ ଅନେକ ଜାଗାରେ ଝିଟିପିଟି ର ଉପସ୍ଥିତି କୁ ଆମ ପୂର୍ବଜ ମାନଙ୍କର ଆବାହକ ବୋଲି ମଧ୍ୟ କୁହାଯାଏ। ଏହି ଝିଟିପିଟି ଯେଉଁ ଗୁଡିକ ଘରେ ଦେଖା ଯାଆନ୍ତି ତାହା ବିଷାକ୍ତ ହୋଇ ନଥାନ୍ତି। ମାତ୍ର ଯଦି ଏହି ଝିଟିପିଟି ଗୁଡିକ ଘରେ ଥିବା ଖାଦ୍ୟରେ ପଡି ଯାଆନ୍ତି ତେବେ ଏହା ଅନେକ ବିଷାକ୍ତ ପାଲଟି ଯାଏ। ତେଣୁ ଝିଟିପିଟି ଏକ ସାଧାରଣ ଜୀଵ ନୁହେଁ। ଏହା ଆପଣଙ୍କ ଆଗତ ଭବିଷ୍ୟତ ବିଷୟରେ ମଧ୍ୟ ସୂଚନା ଦେଇଥାଏ।


ଯଦି ଆପଣଙ୍କ ମୁଣ୍ଡରେ ଝିଟିପିଟି ପଡେ ତେବେ ଆପଣଙ୍କ ପାଇଁ ଆଗାମୀ ସମୟରେ ଧନ ସମ୍ପତ୍ତି ପ୍ରାପ୍ତ ହେବାର ସୌଭାଗ୍ୟ ରହିଛି। ସେହିପରି ଯଦି ମୁଣ୍ଡରେ ଥିବା ଚୁଟି ରେ ପଡେ ତେବେ ଆପଣଙ୍କ ପାଇଁ ଏକ ଦୁର୍ଘଟଣା ଯୋଗ ରହିଛି। ସେହିପରି ଯଦି କାନ୍ଥ ରୁ ଉଲ୍ଲାଇ ଆସୁଥିବାର ଦେଖନ୍ତି ଏହା ଶୁଭ। ମାତ୍ର ଯଦି ପଡୁଥିବାର ଦେଖନ୍ତି ଏହା ଅଶୁଭ ଅଟେ।

ଝିଟିପିଟି ଯଦି ଆପଣଙ୍କ ବାମ କାନ୍ଧରେ ପଡେ ତେବେ ଆପଣଙ୍କ ସହିତ ଶୁଭ ହେବାର ଅଛି। ଯଦି ଆପଣଙ୍କ ବାମ କାନରେ ପଡେ ତେବେ ଅଶୁଭ ହୁଏ। ମାତ୍ର ଯଦି ଏହା ଆପଣଙ୍କ ଡାହାଣ କାନରେ ପଡେ ତେବେ ସ୍ୱର୍ଣ୍ଣ ପ୍ରାପ୍ତି ହେବାର ଯୋଗ ରହିଥାଏ। ତେବେ ସେହିପରି ଯଦି ବାମ ଆଖିରେ ପଡ଼େ ପୁରଣା ବନ୍ଧୁଙ୍କ ସହିତ ଭେଟ ହେବାର ଯୋଗ ରହିଛି। ଝିଟିପିଟି ଯଦି ସଙ୍ଗମ କରିଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ପୁରୁଣା କାର୍ଯ୍ୟ ସଫଳ ହେବାର ସଂକେତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।