ଦେଖନ୍ତୁ ଭିଡିଓ – ଗାଁ ଦାଣ୍ଡରେ ସ୍ତ୍ରୀକୁ ଉଲଗ୍ନ କରି ବାଡେ଼ଇଲେ ସ୍ୱାମୀ, ଦେଖିଲେ ଆପଣ ବି କହିବେ ଧିକ ସେ ସ୍ଵାମୀପଣିଆ

0

ସମାଜରେ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ମାତ୍ରା ଅଧିକ ବଢିବାରେ ଲାଗିଛି ଏବଂ ସେମାନଙ୍କ ପ୍ରତି ଏପରି ଅତ୍ୟାଚାର ହେଉଛି କି ସେମାନେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି ସମାଜରେ ପୁରୁଷ ପଣିଆକୁ ଧିକ କରାଯାଇଛି । ନିଜର ପୁରୁଷ ପଣିଆ ଦେଖାଇ ବିଚ ରାସ୍ତାରେ ମଦ ପିଇ ନିଜର ସ୍ତ୍ରୀକୁ ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଏପରି ପ୍ରତ୍ୟକ ଦିନ ମଦ ପିଇ ଘରକୁ ଆସି ପ୍ରଥମେ ଗାଳି ଓ ତାପରେ ମାଡ ମାରନ୍ତି କିନ୍ତୁ ଗୁରୁବାର ଦିନ ଅଧିକ ଉତ୍ପାତ କରିଥିଲେ ଏହାକୁ ସହି ନପାରି ଦୌଡି ପଳାଇଲେ ପଡୋଶୀ ଘରକୁ କିନ୍ତୁ ସେହି ପଡୋଶୀ ଘରଟି ଥିଲା ସରପଞ୍ଚଙ୍କ ଘର । ପତ୍ନୀ ଭାବିଥିଲେ ସେଠାରେ ତାଙ୍କ ସ୍ୱାମୀ ଟିକିଏ ଥମିଯିବେ ବୋଲି କାହିଁକି ନା ସେ ସରପଞ୍ଚଙ୍କ ଶରଣରେ ଥିଲେ କିନ୍ତୁ ସରପଞ୍ଚଙ୍କୁବି ଛଡିଲେ ନାହିଁ ମଦ୍ୟପ ସ୍ୱାମୀ ।


ସରପଞ୍ଚଙ୍କ ଘରୁ ଘୋଷାଡି ଘୋଷାଡି ଆଣି ସମସ୍ତଙ୍କ ସାମ୍ନରେ ମାଡ ମାରାଇଥିଲେ ଏବଂ ସରପଞ୍ଚଙ୍କ ପତ୍ନୀ ଏ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ସମସ୍ତଙ୍କ ସାମ୍ନରେ ଜଣେ ନିର୍ଦୟ ପତ୍ନୀଙ୍କୁ ତାଙ୍କର ସ୍ୱାମୀ ମଦ୍ୟପାନ କରି ଉଲଗ୍ନ କରାଇ ମାଡ ମାରିଛନ୍ତି ଏପରି ଘଟଣା ସମାଜ ପାଇ ଅତ୍ୟନ୍ତ ନିନ୍ଦନୀୟ ଅଟେ । ନାରୀ ମାନଙ୍କୁ ସମାଜରେ ଏପରି ନିର୍ଯାତନା ଭାର ଧୀରେ ଧୀରେ ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

https://www.facebook.com/knewsodisha/videos/2500516870249623/

ଯାଜପୁର କୋରେଇ ଥାନା ଅନ୍ତର୍ଗତ କାଚେରା ସାହିରେ ଘଟିଛି ଅଭାବନୀୟ ଘଟଣା ଏବଂ ଗାଁର ନଟ ବାରିକଙ୍କ ପୁଅ ସୁଶାନ୍ତ ବାରିକଙ୍କୁ କିଛି ଜଣ ଲୋକ କାବୁ କରିବା ପାଇ ଚେଷ୍ଟା କରିଥିଲେ କାରଣ ସେ ତାଙ୍କ ସ୍ତ୍ରୀଙ୍କୁ ଉଲଗ୍ନ କରି ଘୋଷାଡି ଘୋଷାଡି ନେଇ ମାଡ ମରାଉଥିଲେ । ଏମିତିକି ତାଙ୍କ ମୁଣ୍ଡରେ ଭୂତ ସବାର ହୋଇଥିଲା ଓ ତାଙ୍କ ସ୍ତ୍ରୀର ଲୁଗାକୁ ଟାଣି ଟାଣି ବେଜିତ କରାଇଥିଲେ ଗାଁ ଦାଣ୍ଡରେ ।


କଳି ଯୁଗର ଏହି ଦୁର୍ଶାସନଙ୍କ ଠାରୁ ଉଦ୍ଧାର କରିଥିଲେ ଗାଁର କିଛି ଲୋକମାନେ ଏବଂ ମହିଳା ଜଣକ କାକତି ମିନତୀ ହୋଇ ଚଉରାମୂଳକୁ ଜାବୁଡି ଧରିଥିଲେ ଯେମିତିକି ସେ ତୁଳସୀ ମାଆଙ୍କୁ କହୁଥିଲେ ମୋର ଇଜତ ଏବେ ମା ତହରି ହାତରେ । ଏହି ସବୁ ଘଟଣା ଘଟିବା ପରେ ସେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ ।


ଏପରି ସର୍ବ ସମ୍ମୁଖରେ ମହିଳା ଜଣଙ୍କୁ ଉଲଗ୍ନ କରି ମାଡ ମାରିବା ସମାଜ ପାଇ ସତରେ ଏକ ନିନ୍ଦନୀୟ ଘଟଣା ଅଟେ ଏବଂ ସମସ୍ତ ନାରୀ ମାନଙ୍କ ପ୍ରତି ଅପମାନ ଜନକ ଅଟେ । ସେଥିପାଇ ନାରୀ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଦେବା ଆବଶ୍ୟକ ହୋଇଥାଏ ଯାହାଦ୍ୱାରା ମହିଳା ମାନେ ସବୁଠାରେ ନିଜକୁ ସୁରକ୍ଷିତ ମନେ କରିବା ସହିତ ନିର୍ଭୟରେ ଜୀବନ ଅତିବାହିତ କରି ପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।