ଶୀତ ଦିନ ରେ ଗରମ ପାଣି ରେ ଗାଧୋଉଛନ୍ତି କି ? ତେବେ ଦେଖନ୍ତୁ ହୋଇପାରେ ଏହି ସବୁ କ୍ଷତି

0

ଆଜି କାଲି ତ ପାଣିପାଗ ରେ ବହୁତ ପରିବର୍ତ୍ତନ ହେଉଛି। କେତେବେଳେ ବହୁତ ଗରମ ତ ସାଙ୍ଗେ ସାଙ୍ଗେ ପୁଣି ବହୁତ ଥଣ୍ଡା। ଏହି ପାଣିପାଗ ରେ ହଠାତ୍ ହେଉଥିବା ପରିବର୍ତ୍ତନ ଦ୍ୱାରା ଆମ ଶରୀର ରେ ଅନେକ କୁପ୍ରଭାବ ମଧ୍ୟ ପଡିଥାଏ। ପାଣିପାଗ ର ପରିବର୍ତ୍ତନ ହେବା ସହିତ ଆମ ମାନଙ୍କୁ ଆମ ଶରୀର ର ମଧ୍ୟ ଅନେକ ଯତ୍ନ ନେବାକୁ ପଡିବ। ଏବେ ତ ଶୀତ ଋତୁ ଚାଲିଛି, ଏହି ଋତୁ ରେ ଫ୍ଲୁ, ଇନ୍ଫେକ୍ସନ୍ ଆଦି ଅନେକ ରୋଗ ଦେଖାଯାଏ।

ଏହି ସବୁ ରୋଗ ରୁ ଲଢିବା ପାଇଁ ଆମ ମାନଙ୍କୁ ଆମ ଇମ୍ୟୁନ ସିଷ୍ଟମ୍ କୁ ସୁସ୍ଥ ରଖିବାକୁ ପଡିବ। ଆମେ ମାନେ ଜାଣିଚେ ବେଶୀ କରି ଶୀତ ଦିନ ରେ ହିଁ ବହୁତ ରୋଗ ସବୁ ଦେଖିବାକୁ ମିଳେ ଏହା ସତ୍ତ୍ବେ ବି ଲୋକ ମାନେ ଅନେକ ଏପରି କାମ କରିଥାଆନ୍ତି ଯାହା ଦ୍ୱାରା ସେମାନଙ୍କୁ ଅନେକ ପ୍ରକାରର ରୋଗ ସବୁ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଭୁଲ୍ ଲୋକ ମାନେ ଶୀତ ଦିନ ରେ କରି ଥାଆନ୍ତି।

*ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣି ରେ ଗାଧୋଇବା: –

ବଡ ବଡ ଏକ୍ସପର୍ଟ ମାନେ ମତ ଦିଅନ୍ତି କି ଶୀତ ଦିନ ରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣି ରେ ଗାଧୋଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ଏହା ଦ୍ୱାରା ଆମ ଶରୀର ଏବଂ ଆମ ମସ୍ତିଷ୍କ ଦୁହିଁଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଗରମ ପାଣି ଆମ ଶରୀର ରେ ଥିବା କେରଟିନ୍ ନାମକ ଏକ ସ୍କିନ୍ ସେଲ୍ସ କୁ ଡେମେଜ୍ କରିଦିଏ ଯାହା ଦ୍ୱାରା ଆମ ଶରୀରରେ କୁଣ୍ଡିଆଣ, ଡ୍ରାଏନେସ୍ ଏବଂ ରାସେସ୍ ଭଳି ବଡ ବଡ ସମସ୍ୟା ଦେଖିବାକୁ ମିଳେ।

*ଅଧିକ ପରିମାଣର କପଡା :-

ଆମେ ମାନେ ଶୀତ ଦିନରେ ଅଧିକ ପରିମାଣର କପଡା ପିନ୍ଧିଥାଉ, ଏହା ଦ୍ୱାରା ଆମ ଶରୀରରେ ଓଭର୍ ହିଟିଙ୍ଗ୍ ର ସମସ୍ୟା ଦେଖା ଦେଇପାରେ। ଥଣ୍ଡା ଲାଗିବା ଦ୍ୱାରା ଆମ ଇମ୍ୟୁନ ସିଷ୍ଟମ୍ ହ୍ୱାଇଟ୍ ବ୍ଲଡ୍ ସେଲ୍ ପ୍ରଡ୍ୟୁସ୍ କରେ ଯାହା କି ଆମ କୁ ଇନ୍ଫେକ୍ସନ୍ ଓ ଅନେକ ବେମାରୀ ରୂ ସୁରକ୍ଷା ଦିଏ। କିନ୍ତୁ ବଡି ରେ ଓଭର୍ ହିଟିଙ୍ଗ୍ ଦେଖାଦେଲେ ଏହି ସେଲ୍ ଶରୀରେ କାମ କରିବା ବନ୍ଦ କରି ଦିଏ।

*ଅଧିକ ଖାଦ୍ୟ: –

ଶୀତ ଦିନ ରେ ଲୋକ ମାନେ ନିଜ ବଡି ଫିଟ୍ ନେସ୍ କଥା କୁ ପରୱା ନ କରି ଖାଦ୍ୟ ଖାଇବାରେ ଲାଗି ଯାଆନ୍ତି। ଏହି ଋତୁ ରେ କେବଳ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ଅଟେ। ଏହା ଦ୍ୱାରା ଆମ ଶରୀର ମଧ୍ୟ ଫିଟ୍ ରହିଥାଏ।

*କଫି: –

ଶୀତ ଦିନ ରେ ଗରମ ଗରମ ଚା ଏବଂ କଫି ଶରୀର କୁ ଗରମ ରଖିଥାଏ ଏବଂ ଆମକୁ ମଧ୍ୟ ଭଲ ଲାଗିଥାଏ ପିଇବାକୁ। କିନ୍ତୁ ଅଧିକ ପରିମାଣର କଫି ଶରୀର ପକ୍ଷେ କ୍ଷତିକାରକ ଅଟେ। ତେଣୁ ଗୋଟେ ଦିନ ରେ 2 ରୁ 3 କପ୍ ରୁ ଅଧିକ କଫି ପିଇବା ଉଚିତ୍ ନୁହେଁ।

*କମ୍ ପାଣି ପିଇବା :-

ସାଧାରଣତଃ ଶୀତ ଦିନ ରେ ଲୋକ ମାନଙ୍କୁ କମ୍ ଶୀତ ଲାଗିଥାଏ। ଏହା ର ମାନେ ନୁହେଁ କି ଶରୀର ପାଇଁ ପାଣି ର ଆବଶ୍ୟକତା ନାହିଁ। ୟୁରିନେସନ୍, ଡାଇଜେସନ୍ ଓ ଝାଳ ଦ୍ୱାରା ଅନେକ ଜଳ ଆମ ଶରୀର ରୁ ବାହାରି ଯାଏ। ପାଣି ନ ପିଇବା କାରଣ ରୁ ଶରୀରରେ ଡି ହାଇଡ୍ରେଡ୍ ହୋଇଯାଇଥାଏ। ଏହା ଦ୍ୱାରା କିଡନି ଓ ଡାଆଜେସନ୍ ରେ ବହୁତ ଅସୁବିଧା ଦେଖିବାକୁ ମିଳେ।

*ବାହାରକୁ ନଯିବା ଦ୍ୱାରା :-

ଶୀତ ଦିନ ରେ ଲୋକ ମାନେ ସାଧାରଣତଃ ଶୀତ ପାଇଁ ଘରୁ ବାହାରକୁ ଯିବା ବନ୍ଦ କରି ଦେଇଥାଆନ୍ତି। ଏହା ଦ୍ୱାରା ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ। ଘରେ ଏପରି ଥରି ଥରି ରହିବା ଦ୍ୱାରା ଫିଜିକାଲ୍ ଏକ୍ଟିଭିଟି ରେ ବାଧା ଆସିଥାଏ। ଏହା ଦ୍ୱାରା ଆପଣ ମାନଙ୍କ ର ଫେଟ୍ ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଠାରୁ ମିଳୁଥିବା ଭିଟାମିନ୍ ଡି ଆମକୁ ମିଳିପାରିନଥାଏ।

*ଏକ୍ସରସାଇଜ୍ :-

ଶୀତ ଦିନରେ କମ୍ବଳ ଭିତରେ ପସି ରହିବା ଦ୍ୱାରା ଫିଜିକାଲ୍ ଏକ୍ଟିଭିଟି କରି ନଥାନ୍ତି ଲୋକ ମାନେ। ଏହା ଦ୍ୱାରା ଇମ୍ୟୁନ ସିଷ୍ଟମ୍ ଉଇକ୍ ହେଇଯାଏ। ତେଣୁ ସେପରି ନବସି ସାଇକେଲିଂ, ୱାର୍କ୍ଆଉଟ୍ ଆଦି କାମ କରିବା ଉଚିତ୍।

*ସେଲ୍ଫ ମେଡିକେସନ୍ :-

ଏହି ସମୟ ରେ ଲୋକ ମାନଙ୍କ ପାଖରେ ଜ୍ୱର, ଥଣ୍ଡା ଆଦି ଅନେକ ରୋଗ ଦେଖାଯାଏ। ଏହି ସମୟ ରେ ଡକ୍ଟର ଙ୍କୁ ନ ପଚାରି ସେଲ୍ଫ ମେଡିକେସନ୍ କରିବା ଭଲ ନୁହେଁ। ସେହି ସବୁ ଲକ୍ଷଣ କେତେକ ବଡ ବେମାରୀ ର ଲକ୍ଷଣ ମଧ୍ୟ ହେଇଥାଇପାରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।