ଦେଖିବାକୁ ମିଳିଲା ପୁରୁଣା ଯୁଗ ର ବାଇଗଣୀ ଏବଂ ଗୋଲାପୀ ରଙ୍ଗର ହୀରା। ଏହାର ଦାମ୍ ସମ୍ପର୍କରେ ଶୁଣିଲେ ଆପଣ ମାନେ ବି ଆର୍ଶ୍ଚଯ୍ୟ ହୋଇଯିବେ।

0

ଆଜିର ଦୁନିଆ ଅନେକ ଆଗକୁ ଯାଇ ସାରିଲାଣି ଏବଂ ବହୁତ ଡେଭ୍ଲପ୍ ମଧ୍ୟ କରି ସାରିଲାଣି। ଆଜିକାଲି ର ଲୋକ ମାନେ ସମସ୍ତେ ଚାହୁଁଛନ୍ତି କି ପୁରୁଣା ଜିନିଷ କୁ ଆପଣେଇବା ପାଇଁ ଏବଂ ଆଜିର ଲୋକ ମାନଙ୍କ ର ଷ୍ଟାଇଲ୍ ସହ ଆଗକୁ ବଢିବା ପାଇଁ। ଆଗ କାଳ ର ଲୋକ ମାନେ, ସେମାନଙ୍କ କଥା ବାର୍ତ୍ତା, ସେମାନଙ୍କ ଜିନିଷ ଆଦି ସବୁ ବହୁତ ଓଲ୍ଡ ହୋଇଗଲାଣି,

ସେହି ସବୁକୁ ଓଲ୍ଡ ଫେସନ୍ ବୋଲି କହି ମଧ୍ୟ ଆମେ ମାନେ ଆଉ ସେହି ସବୁ ଜିନିଷ କୁ ବ୍ୟବହାର ମଧ୍ୟ କରୁନାହୁଁ। ଆଜି ର ଦୁନିଆ ତ ବିଜ୍ଞାନ ର ଯୁଗ ହୋଇଗଲଣି। ବୈଜ୍ଞାନିକ ମାନେ ନିଜର ବୁଦ୍ଧି ଦ୍ୱାରା ଅନେକ ନୂତନ ନୂତନ ଜିନିଷ ସବୁ ତିଆରି କରିଲେଣି,ଯାହା ଦ୍ୱାରା ଲୋକ ମାନଙ୍କୁ ଅନେକ ପ୍ରକାରର ସୁବିଧା ମଧ୍ୟ ମିଳୁଛି।


ଏହି ଦୁନିଆ ଯେତେ ଆଗକୁ ପଳେଇଲେ, ଯେତେ ନୂଆ ନୂଆ ଜିନିଷ ସବୁ ତିଆରି ହେଲେ ବି ପୁରୁଣା ଜିନିଷ ର ଚାହିଦା ହିଁ ଅଲଗା ଅଟେ। ପୁରୁଣା ଦିନ ର ସ୍ମୃତି ତ ପ୍ରାଇସ୍ ଲେସ୍ ଅଟେ ଯାହା କି ଆଉ ଫେରି ପାରିବ ନାହିଁ। ସେହି ପରି ପୁରୁଣା ଦିନ ର ଅନେକ ଜିନିଷ ରହିଛି ଯାହା କି ଆଜି ର ଦୁନିଆରେ ଅନେକ ବଡ ବଡ ମୂଲ୍ୟ ରେ ବିକ୍ରି ହେଉଛି, ଯେଉଁ ମାନଙ୍କ ପାଖରେ ପୁରୁଣା ଦିନ ର କିଛି ଜିନିଷ ରହୁଛି ସେମାନେ ଆଜି ତାହାକୁ ବିକ୍ରି କରି ଅନେକ ଧନୀ ମଧ୍ୟ ହୋଇ ଯାଉଛନ୍ତି।

ଦୁନିଆରେ ଆଜି ମଧ୍ୟ ଅନେକ ମୂଲ୍ୟବାନ ଜିନିଷ ଅଛି, ଯାହାର ମୂଲ୍ୟାୟନ କରିବା ଅନେକ କାଠିକର ପାଠ ଅଟେ। ପୁରୁଣା ସମୟ ର ଜିନିଷ ଗୁଡିକ ସାଧାରଣତଃ ବହୁ ଦୁର୍ଲଭ ଅଟେ। ଯେମିତି ପୁରୁଣା ସମୟ ର ରାଜସିଂହାସନ, ଇଜିପ୍ଟ ର ମୋମି, ଚର୍ଚ୍ଚିତ ଥିବା ହୀରା, ତେବେ ଆଜି ଆମେ ମାନେ ସେହି ପରି ଏକ ମୂଲ୍ୟବାନ୍ ହୀରା ସମ୍ପର୍କରେ ଆପଣ ମାନଙ୍କୁ କହିବୁ। ଯାହା କି ଆଜି ପର୍ଯ୍ୟନ୍ତ ଅବିଶ୍ୱଶନୀୟ ଦାମ୍ ରେ ବିକ୍ରି ହେଉଛି।


ସୁଇଜରଲ୍ୟାଣ୍ଡ ର ଜେନିଭା ରେ ଥିବା ଅକ୍ସନ୍ କମ୍ଫାନୀ ସୋଫେବିଜ୍ ରେ ଏହି କିଛି ଦିନ ତଳେ ଏକ ନିଲାମୀ ସଭା ର ଆୟୋଜନ କରିଥିଲା। ଯେଉଁଥିରେ ଏକ ହୀରା ର ନିଲାମୀ ହୋଇଥିଲା। ଯେଉଁ ହୀରା ଟି ର ରଙ୍ଗ ଥିଲା ବାଇଗଣୀ ଏବଂ ଗୋଲାପୀ ରଙ୍ଗ। ଏହି ହୀରା ଟି ଦୁର୍ଲଭ ହେବା ସହ ରୁଷିୟା କମ୍ପାନୀ ର ବୋଲି ଏକ ଖବର ରୁ ଜଣା ପଡିଛି। ଏହା ଶେଷରେ 26.6 ମିଲିୟନ୍ ଡଲାର୍ ଅର୍ଥାତ୍ ଦୁଇ ଶହ କୋଟି ଟଙ୍କା ରେ ହୀରା ଟି ବିକ୍ରି ହୋଇଥିଲା। ଏହି ହୀରା ଟି କୁ କିଏ କିଣିଛି ତାହା ଏପର୍ଯ୍ୟନ୍ତ ଗୋପନ ରଖାଯାଇଛି।

ବିବିସି ର ରିପୋର୍ଟ ଅନୁଯାୟୀ ଏହି ହୀରା ଟି ସବୁଠାରୁ ବଡ ହୀରା ବୋଲି ନାମ ଦିଆଯାଇଛି, ଏବଂ ଏହାର ନାମ ଦା ସ୍ପିରିଟ୍ ଅଫ୍ ରୋଜ୍ ବୋଲି ନାମ ଦିଆଯାଇଛି। ଏହା 14.8 କ୍ୟାରେଟ୍ ର ଅଟେ। ଋଷିଆନ୍ ମାଇନିଙ୍ଗ୍ କମ୍ପାନୀ ଏଲ୍ ରୋ ସୋ ରେ 3ଟି ସଂଗ୍ରହ କରାଯାଇଥିଲା, ତାହା ମଧ୍ୟରୁ ଏହି ହୀରା ଟି ଗୋଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।