ଗର୍ଭବତୀ ଅବସ୍ଥାରେ ଆପଣଙ୍କ ର ପ୍ରାଇଭେଟ ପାର୍ଟ ରେ କଷ୍ଟ ଅନୁଭବ ହେଉଛି କି ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ……

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ ।


କିନ୍ତୁ ଜଣେ ମହିଳାଙ୍କୁ ମା ହେବା ଏତେ ସହଜ ହୋଇନଥାଏ। ଏହା ପାଇଁ ତାଙ୍କୁ ୯ ମାସ ଧରି ବହୁତ କଷ୍ଟ ଅନୁଭବ ହୋଇଥାଏ ଏବଂ ତାଙ୍କୁ ବହୁତ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ ଯେ ଜଣେ ଗର୍ଭବତୀ ମହିଳା ଙ୍କ ଶରୀରର ଭିନ୍ନ ଭିନ୍ନ ଅଂଶ ରେ ପ୍ରାୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ସମୟରେ ସେମାନଙ୍କ ର ପ୍ରାଇଭେଟ ପାର୍ଟ ରେ ଅନେକ ସମୟରେ କଷ୍ଟ ଅନୁଭୂତ ହୋଇଥାଏ । କାହାର ଟିକେ ଶୀଘ୍ର ହୋଇଥାଏ ତା କାହାର ବିଳମ୍ବ ରେ ମାତ୍ର ସେମାନଙ୍କୁ କଷ୍ଟ ଅନୁଭବ ହୋଇଥାଏ।

ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯେ , ଗର୍ଭବତୀ ସମୟରେ ମହିଳା ମାନଙ୍କ ର ପ୍ରାଇଭେଟ ପାର୍ଟ ରେ କଣ ପାଇଁ କଷ୍ଟ ଅନୁଭୂତ ହୋଇଥାଏ ଏବଂ ଏହାର ସମାଧାନ କିପରି ହୋଇପାରିବ।

ପ୍ରାଇଭେଟ ଜାଗାରେ କଷ୍ଟ ହେବାର କାରଣ:-

୧.ଯେତେବେଳେ ଜଣେ ଗର୍ଭବତୀ ମହିଳା ଙ୍କର ପ୍ରାଇଭେଟ ଜାଗା ଟି ଶୁଖିଲା ହୋଇଯାଇଥାଏ ସେତେବେଳେ ସେମାନଙ୍କୁ ସେହି ସ୍ଥାନରେ କଷ୍ଟ ଅନୁଭଵ ହୋଇଥାଏ ।

୨.ଏହି ସମୟରେ ମହିଳାମାନ ଙ୍କ ଶରୀରର ସମସ୍ତ ହରମୋନ ର ଚଳପ୍ରଚଳ ରେ କୌଣସି ନିୟମତା ନଥିବା ରୁ ମଧ୍ୟ ସେଠାରେ କଷ୍ଟ ଅନୁଭବ ହୋଇଥାଏ ।

୩.ଗର୍ଭରେ ଥିବା ଶିଶୁଟି ର ଆକାର ବଢ଼ିଲେ ମଧ୍ୟ ମହିଳା ମାନଙ୍କର ପ୍ରାଇଭେଟ ଜାଗାରେ କଷ୍ଟ ହୋଇଥାଏ ।ଏହି ସମୟରେ ଶିଶୁର ବିକାଶ ହେବା ସହ ମହିଳାଙ୍କ ପେଟର ଆକାର ମଧ୍ୟ ବଢୁଥାଏ ଫଳରେ ସେମାନଙ୍କୁ ସେହି ସ୍ଥାନରେ କଷ୍ଟ ଅନୁଭବ ହୋଇଥାଏ ।

ଗର୍ଭବତୀ ଆବସ୍ଥାରେ ଏହି ସବୁ ହେବା ଏକ ସାଧାରଣ କଥା ହୋଇଥାଏ ମାତ୍ର ଯଦି ଆପଣଙ୍କ ର ପ୍ରାଇଭେଟ ସ୍ଥାନରୁ ହଳଦିଆ ରଙ୍ଗର କିଛି ବାହାରୁଚି ବା ସେଠାରୁ କିଛି ଦୁର୍ଗନ୍ଧ ଆସୁଛି ତ ଆପଣ ଡାକ୍ତର ଙ୍କ ସହ ପରାମର୍ଶ କରିବା ଉଚିତ ।

ଏହାର ସମାଧାନ ବା ଚିକିତ୍ସା:-

୧.ଯେତେବେଳେ ବି ପରିସ୍ରା ଲାଗୁଛି ତାହାକୁ ଚାପି ରଖନ୍ତୁ ନାହିଁ । ପରିସ୍ରା କରିନିଆନ୍ତୁ ।
୨.ଯେତେ ସମ୍ଭବ ଅଧିକରୁ ଅଧିକ ପାଣି ସେବନ କରନ୍ତୁ ।
୩.ଏହି ସମୟରେ ସବୁବେଳେ ଧୀରେ ଧୀରେ ଚାଲିବାର ଅଭ୍ୟାସ କରନ୍ତୁ ।
୪.ଧ୍ୟାନ ରଖିବେ କି ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି ସେତେବେଳେ ବାମ ପାର୍ଶ୍ୱ କୁ କଡେଇ ହୋଇ ଶୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।