‘ S ‘ Letter ଥିବା ବ୍ୟକ୍ତିଙ୍କ ଅଦ୍ଭୁତ ସତ୍ୟ କଥା – ଜାଣିଲେ ଆଶ୍ଚର୍ଯ୍ୟ ହେବେ |

0

ନାମ ର ଅନେକ ମହତ୍ତ୍ୱ ଥାଏ। ସାଧାରଣତଃ ନାମ ରଖିବା ପୂର୍ବରୁ ଅନେକ କିଛି ଅନୁସରଣ କରଯାଏ ଯେପରି କୁଣ୍ଡଳୀ ଏବଂ ରାଶି ଓ ନକ୍ଷେତ୍ର। ତେଣୁ ନାମ ର ପ୍ରଥମ ଅକ୍ଷର ସାଧାରଣତଃ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚୟନ କରାଯାଇ ଥାଏ। ତେଣୁ ନାମ କରଣ ପୂର୍ବରୁ ଏହି ରାଶିର ସହିତ ଯେଉଁ ଅକ୍ଷର ମେଳ ଖାଇଥାଏ ତାକୁ କି ଚୟନ କରାଯାଏ।

ଇଂରାଜୀ ରେ ଆପଣ ମାନେ ଜାଣିଥିବେ ୧୯ ତମ ଲେଟର ହେଉଛି ‘S’. ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ବିଶେଷ ଙ୍କ ନାମ ଅତ୍ୟନ୍ତ ଉତ୍ତମ ଅଟେ। ଯେଉଁ ବ୍ୟକ୍ତି ମାନଙ୍କର ନାମ ଆରମ୍ଭରୁ S ଅକ୍ଷର ଥାଏ ସେମାନଙ୍କର ସ୍ଵଭାବ ଏବଂ ବ୍ୟକ୍ତି ଗତ ଜୀବନ ର କେଉଁ କେଉଁ ଗୁଣ ଥାଏ ଆସନ୍ତୁ ଜାଣିବା।


S ରୁ ଆରମ୍ଭ ହେଉଥିବା ବ୍ୟକ୍ତିମାନଙ୍କ ନାମ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ନାମ ଥିବା ବ୍ୟକ୍ତି ମାନେ ପାଠ ସଙ୍ଗେ ସଙ୍ଗେ ପ୍ରବଳ ଜ୍ଞାନ ର ଅଧିକାରୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ନିଜ ଜ୍ଞାନ ପାରିଦର୍ଶିତା ପାଇଁ ଅନେକ ଜାଗାରେ ସମ୍ମାନିତ ହୋଇଥାନ୍ତି। ତେଣୁ ଏମାନଙ୍କ ର ବିଦ୍ୟା କ୍ଷେତ୍ର ରେ ସଫଳତା ସର୍ବଦା ମିଳିଥାଏ।

ଏହି ବ୍ୟକ୍ତି ମାନଙ୍କ ର ସ୍ଵଭାବ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଏହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କୁ ନିଜ କଥା ମାଧ୍ୟମରେ ସମ୍ପର୍କ ରେ ବାନ୍ଧି ଦିଅନ୍ତି। ତେଣୁ ଅନେକ ଅପରିଚିତ ବ୍ୟକ୍ତି ମାନେ ଏହି ବ୍ୟକ୍ତି ବିଶେଷଙ୍କ ବନ୍ଧୁ ପାଲଟି ଯାଆନ୍ତି। ତାହା ସହିତ ଏହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ଅସୁବିଧା ସମୟରେ ଛିଡା ହୋଇଯାଆନ୍ତି। ପରୋପକାରୀ ପ୍ରକୃତି ର ହୋଇଥାନ୍ତି ଏହି ନାମ ଥିବା ବ୍ୟକ୍ତି ମାନେ ।


S ଏହି ଅକ୍ଷରରେ ନାମ ଥିବା ବ୍ୟକ୍ତି ମାନେ କିଛି ସାମାନ୍ୟ କାରଣ ପାଇଁ ରାଗି ଯାଆନ୍ତି। ଏହା ସହିତ ଏମାନେ ସତ୍ୟ ଏବଂ ନିଜ ସିଦ୍ଧାନ୍ତ ପାଇଁ ସର୍ବଦା ଲଢ଼ି ଥାନ୍ତି। ଏହି ବ୍ୟକ୍ତି ମାନେ ଖୋଲା ହୃଦୟ ର ହୋଇଥାନ୍ତି। ଆପଣା ର ହେବାକୁ ସର୍ବଦା ପ୍ରୟାସ କରନ୍ତି। ଏହା ସହିତ କୌଣସି ପର୍ବ ଏବଂ ମହୋତ୍ସଵ ମାନଙ୍କରେ ମଜା ଏବଂ ଧୂମ ଧାମ ରେ ସମୟ ବିତାନ୍ତି। S ଅକ୍ଷର ନାମ ଥିବା ବ୍ୟକ୍ତି ମାନେ ସର୍ବଦା କଠିନ କାମ କୁ କରି ଦେଖେଇବାର ଆଶା ରଖିଥାନ୍ତି।


ଏହି S ନାମ ଥିବା ବ୍ୟକ୍ତି ମାନେ ଅତି ସହଜରେ ଜଣକୁ ନିଜର ହୃଦୟ ଦେଇଦିଅନ୍ତି। ଏମାନେ ରୋମାଣ୍ଟିକ ହୋଇଥାନ୍ତି। ପ୍ରେମ ରେ ଅନ୍ୟ ର ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହା ସହିତ ଏହି ବ୍ୟକ୍ତି ମାନେ ଅନ୍ୟର ଭରଷା କେବେ ଭାଙ୍ଗତି ନାହିଁ। ଏହି ବ୍ୟକ୍ତି ମାନେ ପରିବାର ର ସଦସ୍ୟ ମାନଙ୍କୁ ଅନେକ ଭଲ ଏବଂ ସ୍ନେହ ମଧ୍ୟ କରନ୍ତି।

ବଡ଼ ଲୋକଙ୍କ ର ସମ୍ମାନ କରିବା ସହିତ ବୟସ୍କ ଲୋକ ପାଇଁ ସର୍ବଦା ଦୟାଶୀଳ ହୋଇଥାନ୍ତି। ଏହି ଅକ୍ଷରରେ ନାମ ଥିବା ବ୍ୟକ୍ତି ମାନେ କର୍ତ୍ତବ୍ୟ କୁ ବଡ଼ ମନେ କରି ସବୁ କାର୍ଯ୍ୟ କୁ ଠିକ ସମୟରେ ସମାପନ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।