ଭାଇରାଲ୍ ହେଲା ଏହି ଭିଡିଓ – ପରୀ ର ମୃତ୍ୟୁ ମାମଲା କୁ ନେଇ ଆସିଲା ବଡ଼ ଖୁଲାସା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଲା

0

ଛୋଟ ଝିଅ ପରୀ ଥିଲା ଏକ ଶାନ୍ତ ଏବଂ ସରଳ ଝିଅ। ସେ ବା କେଉଁଟି ଜାଣିବା ଅନ୍ୟର ଅମଙ୍ଗଳ। ନିଜ ଶିଶୁ ରାଜ୍ୟରେ ବଞ୍ଚିଥିବା ନିରୀହ ଜୀବନ ଟା ବା କାହାର କଣ୍ ଭୁଲ କରିଥିଲା। ମାତ୍ର ତାର ଏହି ଅମୂଲ୍ୟ ଜୀବନ ର ମୂଲ୍ୟ ଏହି ଦୁଇ ଗୋଡିଆ ଜ୍ଞାନୀ ମଣିଷ ସବୁଦିନ ପାଇଁ ଗାୟବ କରିଦେଲେ। ତାର ହଠରୁ ହସ ସବୁଦିନ ପାଇଁ ହଜିଗଲା। ତାର କେବଳ ଗୋଟିଏ ଭୂଲ୍ ଥିଲା ତାର ମଣିଷ ଭାବରେ ଜନ୍ମ ନେବା ।

ତେବେ ପରୀ ର ମୃତ୍ୟୁ କୁ ନେଇ ପ୍ରତିଦିନ ନୂଆ ନୂଆ କିଛି ଗୁମର ଫିଟୁଛି। ପ୍ରକୃତ ରେ ତାକୁ କିଏ ହତ୍ୟା କରିଛି ଏବଂ କିଏ ଏପରି କରିବାକୁ କହିଛି ତାହା ଏବେ ସବୁଠାରୁ ସନ୍ଦେହ ର କଥା। ତାର ବାପା ଙ୍କ ଭୁଲ ପାଇଁ ତାର ନିରୀହ ଜୀବନ କଣ ଚାଲିଗଲା। ଏହି ଘଟଣା କୁ ନେଇ ପୋଲିସ ଚୁପ୍ ରହିବା ନିହାତି ଏକ ସନ୍ଦେହ ର କଥା। ପୋଲିସ କଣ ପାଇଁ ଏହି କେସ ର ଠିକ୍ ଭାବେ ତଦନ୍ତ କରୁନାହିଁ ? ଏହି ହତ୍ୟା ପଛରେ ଜଣେ ବଡ଼ ନେତା ଙ୍କ ହାତ ଥିବା ନେଇ ସିଧା ସଳଖ ପ୍ରଶ୍ନ ଉଠୁଛି।


ତେବେ ଏହି ମାମଲା ଏବେ ରାଜନୈତିକ ସ୍ତରରେ ଜୋର୍ ସର୍ ରେ ଘୁରି ବୁଲୁଛି। ଏପଟେ ପରୀ ଗାଆଁ ର ଥିବା ସରପଞ୍ଚ ବାବୁ ଏହି ମାମଲା ର ପୁରା ଖୁଲସା କରିବା ପାଇଁ ଅଧିକ ସକ୍ରିୟ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଅନେକ ଆଶଚର୍ଯ୍ୟଜନକ ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସୁଛି।

ଏହା ସହିତ ଅରୁଣ ସାହୁ ନିଜେ ଏହି ଫୋନ୍ କଲ୍ କରି ସରପଞ୍ଚ ବାବୁଙ୍କୁ ଧମକ ଦେଉଛନ୍ତି। ଏହି ଧମକ ପୂର୍ଣ୍ଣ ଅଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି। ତେବେ ପରୀ ଭଳି ଝିଅକୁ ନ୍ୟାୟ ଦେବା ପ୍ରତିବଦଳ ରେ ଏହିପରି ସରକାରୀ ରାଜନେତା ମାନେ ଯଦି ହସ୍ତକ୍ଷେପ କରନ୍ତି ତେବେ ଆଉ କିଏ ନ୍ୟାୟ ର କଥା ସାଧାରଣ ଜନତା ମାନଙ୍କୁ କହିବ।

ପରୀ ପାଇଁ ଗୋଟିଏ ପଟେ ତାଙ୍କର ମାଆ କାନ୍ଦି କାନ୍ଦି ମୂର୍ମୁସ୍ ହୋଇପଡୁଛନ୍ତି। କାରଣ କିଏ ବା ଏହି କୁନି ଝିଅ ର ମୃତ୍ୟୁ କୁ ସହ୍ୟ କରିପାରିବ ଜଣେ ମାଆ ହିସାବରେ। ତେଣୁ ଏହି କୁନି ଝିଅର ପ୍ରକୃତ ହତ୍ୟାକାରୀ ଧରା ପଡିବା ପାଇଁ ସବୁ ସାଧାରଣ ଲୋକ ବିରୋଧ କରୁଥିବା ବେଳେ ରାଜନେତା ମାନେ କିନ୍ତୁ ଗୁଣ୍ଡା ଗିରି କରି ଏହି ନିରୀହ ଝିଅ ମୃତ୍ୟୁ ମାମଲା କୁ ଚପାଇ ଦେବାକୁ ଲାଗିଛନ୍ତି।

ତେବେ ଏହି କଥାରୁ ଜଣାପଡୁଛି ରାଜନେତା ମାନେ କିପରି ନିଜର ପଦବୀ ର ଉପଯୋଗ କରି କୁନି ଝିଅ କୁ ନ୍ୟାୟ ଦେବ ବଦଳରେ ପ୍ରତିବାଦ କରି ଏକମୁଖି ଶାସନ କରି ଚାଲିଛନ୍ତି। ତେବେ ଏହି ଝିଅ ର ପ୍ରକୃତ ହତ୍ୟାକାରୀ ଯଦି ଧରା ନ ପଡେ ତେବେ ତା ଆତ୍ମା ଶାନ୍ତି ପାଇବ ନାହିଁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।