SPECIAL ସରକାରଙ୍କ ବଡ ନିଷ୍ପତି ! ଦୁଷ୍କର୍ମ କାରୀଙ୍କୁ ମିଳିବନି ଆଉ ତ୍ରାହି, ଯେଉଁମାନେ ଦୁଷ୍କର୍ମ କରୁଛନ୍ତି ସେମାନଙ୍କୁ ଇଂଜେକସନ ଦେଇ ନପୁଂସକ କରାଯିବ, ଏମିତି ଆଇନ କରି ଉଦାହରଣ ପାଲଟିଛନ୍ତି ସରକାର

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ବୈଜ୍ଞାନିକ ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି ।କିନ୍ତୁ ଏହି ଆଧୁନିକ ଯୁଗର ଲୋକମାନେ ନିଜର ଚିନ୍ତା ଧାରାରେ ଉନ୍ନତି ଆଣିବା ବଦଳରେ ଏମାନେ କରିଚଲିଛନ୍ତି ଗୋଟିଏ ପରେ ଗୋଟିଏ ଅସାମାଜିକ ତଥା ଅମାନବୀୟ ଘଟଣା ।

ବର୍ତ୍ତମାନ ଆମ ସାମଜ ରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ହତ୍ୟା , ଲୁଟ , ବଳାତ୍କାର ପରି ସବୁ ଅଭବନୀୟ ଘଟଣା ।ତେବେ ଏସବୁ ମଧ୍ୟରେ ସବୁଠାରୁ ଅଧିକ ବଳାତ୍କାର ହେଉଛି। ତେବେ ନିଜର ଯୋୖନ ସମ୍ପର୍କ କୁ ତଥା ନିଜର କାମନା ବାସନା କୁ ପୁରା କରିବାକୁ ଯାଇ ଏହି ପୁରୁଷ ମାନେ ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼େଇବାରେ ଲାଗିଛନ୍ତି।

ତେବେ ଯଦିଓ ସେମାନଙ୍କ ର ଏହି କାର୍ଯ୍ୟ ପାଇଁ ସବୁ ଦେଶର ସରକାର ମାନେ ଭିନ୍ନ ଭିନ୍ନ ଦଣ୍ଡ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତଥାପି ଏହି ସୋଇତାନ ମାନେ ତାକୁ ଖାତିରି କରୁନାହାନ୍ତି ।ତେଣୁ ସେମାନ ଙ୍କୁ ଉଚିତ ଶିକ୍ଷା ଦେବା ପାଇଁ କାଜକିସ୍ତାନର ସରକାର ଏକ କଠୋର ଆଇନ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।


କାଜକିସ୍ତାନର ସରକାର ୨୦୧୮ ମସିହାରେ ଏକ ଆଇନ ପାସ କରିଥିଲେ ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ବ୍ୟକ୍ତି ନାବାଳିକା କୁ ଦୁଷ୍କର୍ମ କରିବ ତାହାକୁ ଜେଲ ଦଣ୍ଡ ସହ ନପୁଂସକ କରି ଦିଆଯିବ। ତେବେ ତାଙ୍କର ଏପରି କରିବା ର ଉଦେଶ୍ୟ ଏହିକି ଯେ ଏପରି କୋଠର ଶାସନ ବ୍ୟବସ୍ଥା ରହିଲେ ଏହି ସୋଇତାନ ମାନ ଦୁଷ୍କର୍ମ ପରି ଘୃଣ୍ୟ କାର୍ଯ୍ୟ କରିବା ପୂର୍ବରୁ ଥରେ ତାର ଦଣ୍ଡ କଥା ନଶ୍ଚିତ ଭାବିବ ।

କାଜକିସ୍ଥାନ ର ସରକାର ଙ୍କର କହିବା ଅନୁସାରେ ଦୁଷ୍କର୍ମ ଏକ ଏପରି ଲଜ୍ୟା ଜନକ ଘଟଣା ଯାହା କି ଜଣେ ଝିଅ ର ଜୀବନକୁ ସମ୍ପର୍ଣ୍ଣ ଭାବରେ ନଷ୍ଟ କରିଦେଇଥାଏ ।ମହିଳା ମାନେ ଦୁଷ୍କର୍ମ ପରେ ଏ ସମାଜ ର ନିନ୍ଦା ଏବଂ କୁପରିହାସ କୁ ସହ୍ୟ କରି ରହିଥାନ୍ତି ଆଉ କେହି କେହି ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା ମଧ୍ୟ କରିଥାନ୍ତି ।


ତେବେ କାଜକିସ୍ଥାନ ରେ ଏହି ନିୟମ ଲାଗୁ ହେବା ପରେ ,ଜଣେ ୧୬ ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଯୁବକ ଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ବିଧାନ କରିବା ସହ ତାହାକୁ ନପୁଂସକ କରିବା ର ଇଂଜେକସନ ଦିଆଯାଇଥିଲା ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାଜକିସ୍ଥାନ ରେ ପ୍ରାୟ ୧୧ ଜଣଙ୍କୁ ଏହି ଦଣ୍ଡ ଦେବା ସହ ୮୮ ଜଣଙ୍କ ର ନାମ ସେହି ଲିଷ୍ଟ ରେ ରହିଛି ।ତେବେ ଏହି ଦୋଷୀ ମାନଙ୍କ ଠାରେ Cyproterone ନାମକ ଷ୍ଟେରଏଡ୍‌କୁ ଆଣ୍ଟି-ଏଣ୍ଡ୍ରୋଜେନ୍‌ ଔଷଧର ବ୍ୟବହାର କରି ଏଠାରେ ଅପରାଧିଙ୍କୁ ନପୁଂସକ କରାଯାଏ,

ଯେଉଁ ଔଷଧର ବ୍ୟବହାର କ୍ୟାନସର ଚିକିତ୍ସା ପାଇଁ ହୋଇଥାଏ ଯାହା ଫଳରେ ସେମାନେ କେବେବି ନିଜର ପରିବାର ଗଠନ କରିବା କିମ୍ବା ବାପା ହେବାର ସୌଭାଗ୍ୟ କୁ ସବୁଦିନ ପାଇଁ ହରେଇଥାନ୍ତି ।ତେବେ ଆମ ଭାରତ ସରକାର ମଧ୍ୟ ଏହି ନିୟମ କୁ ଗ୍ରହଣ କଲେ ଆମ ଦେଶରେ ଦୁଷ୍କର୍ମ କମ ହୋଇପାରେ ବୋଲି ଆଶା କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।