ପୁଣି ବିବାଦ ଘେରରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ !ଜଗନ୍ନାଥ ଙ୍କ ମୁରୁଜ ଉପରେ ଚପଲ ପିନ୍ଧି ଚଢିଗଲେ ଅପରାଜିତା ଷଢଙ୍ଗୀ ,! ଭାଇରାଲ ହେଉଛି ଭିଡିଓ……

0

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ। ଆଉ ଏହି ଗଣତନ୍ତ୍ର ରାଷ୍ଟ୍ର ସବୁଠାରୁ ବଡ଼ ଉପାଦାନ ହେଉଛି ସରକାର ।ଆମ ଦେଶ ର ଶାସନ ବ୍ୟବସ୍ଥା ଅନୁସାରେ ଆମର ସରକାର ଲୋକମାନ ଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି।ତେବେ ଏହା ଏମିତି ଏକ ପ୍ରକ୍ରିୟା ଅଟେ କି ,

ଲୋକମାନେ ପ୍ରଥମେ ପ୍ରତ୍ୟକ୍ଷ ଭାବରେ ସାଂସଦ ଏବଂ ବିଧାୟକ ମାନଙ୍କୁ ନିର୍ବାଚିତ କରିଥାନ୍ତି ଏବଂ ପରେ ଲୋକମାନ ଙ୍କର ଦ୍ବାରା ନିର୍ବାଚିତ ହୋଇଥିବା ସାଂସଦ ଏବଂ ବିଧାୟକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇ ଆମ ଦେଶକୁ ଶାସନ କରିଥାନ୍ତି ।ତେବେ ଗୋଟିଏ ଜିଲ୍ଲା ସ୍ତର ରେ କଲେକ୍ଟର ଙ୍କ ଅପେକ୍ଷା ଅଧିକ ଦାୟିତ୍ୱ ଗ୍ରହଣ କରିଥାନ୍ତି ଜଣେ ସାଂସଦ ।


କିନ୍ତୁ କେବେ କେବେ ଏହି ସାଂସଦ ମାନେ ଆମର ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏପରି ଭୁଲ କରିବିସିଥାନ୍ତି ଯେ ତାହା ବିଶ୍ଵାସ ଯୋଗ୍ୟ ନୁହେଁ। ତେବେ ଏହି ପରି କିଛି ଭୁଲ କରି ଭୁବନେଶ୍ୱର ର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ବିବାଦ ରେ ରହିଛନ୍ତି ।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଅପରାଜିତା ଷଡ଼ଙ୍ଗୀ ଏହି ବର୍ଷ ଆମ ଓଡ଼ିଶାର ଗର୍ବ ଓ ଗୌରବ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପ୍ରତିମୂର୍ତ୍ତି ରେ ହୋଇଥିବା ଏକ ମୁରୁଜ ଉପରେ ଚପଲ ମାଡି ଛିଡା ହୋଇ ବିବାଦରେ ରହିଛନ୍ତି ।ତେବେ ଏନେଇ ବାରିପଦା ଟାଉନ ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ , ଗତ ନିର୍ବାଚନ ରେ ଆପରାଜିତ ଷଡ଼ଙ୍ଗୀ ଭୁବନେଶ୍ୱର ର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।ତେବେ ସେ ପ୍ରଥମେ ଥର ପାଇଁ ବିବାଦରେ ନାହାନ୍ତି ବରଂ ଆଗରୁ ଆହୁରି ଅନେକ ଥର ଭିନ୍ନ ଭିନ୍ନ ପରିସ୍ଥିତି ଏବଂ ତାଙ୍କର ବ୍ୟକ୍ତବ୍ୟ କୁ ନେଇ ବିବାଦର ବିଷୟ ପାଲଟିଛନ୍ତି ।ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ଆପରାଜିତ ଷଡ଼ଙ୍ଗୀ ଜଣେ ଆଏଏସ (IAS) ଅଫିସର ଥିଲେ ପରେ ସାଂସଦ ଭାବରେ ନିହାର କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି ।

ତେବେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ନାଗାର୍ଜୁନ ବେଶ ଉପଲକ୍ଷେ ଓଡ଼ିଶା ର ଦ୍ୱିତୀୟ ପୁରୀ ବୋଲି କୁହାଯାଉ ଥିବା ବାରିପଟ ର ସର୍ବସାଧାରଣ ଲୋକମାନ ଙ୍କର ଭକ୍ତି ଭାବକୁ ପ୍ରଦର୍ଶନ କରିବାକୁ ନେଇ କଲେକ୍ଟର ଙ୍କର କକ୍ଷ ଆଗ ରେ କିଛି ମହିଳା ମାନେ ଏକ ମୁରୁଜ ପକେଇଥିଲେ ଯେଉଁ ମୁରୁଜ ରେ ସେମାନେ ତିନି ଭଗବାନ ଙ୍କର ପ୍ରତିମୂର୍ତ୍ତି କରିଥିଲେ ।ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସି ସିଧା ସେହି ପ୍ରତିମୂର୍ତ୍ତି ଉପରେ ପାଦ ପକେଇଦେଇଥିଲେ ।ତେବେ ଲୋକମାନେ ଏହାକୁ ବିରୋଧ କରିବା ପରେ ସେ ପଛଘୁଞ୍ଚା ଦେଇଥିଲେ ।


କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ଏପରି ଏକ ଜଘନ୍ୟ ଭୁଲ କରିବା ପରେ ମଧ୍ୟ ଆପରାଜିତ କୌଣସି ଦୁଃଖ ପ୍ରକାଶ କରିନଥିଲେ ଏବଂ ଏକ ସାଧାରଣ କଥା ଭାବରେ ଏହାକୁ ନେଇଥିଲେ ।ତେଣୁ ଏହି ଘଟଣା କୁ ନେଇ ସେବାୟତ ମହାସଂଘ ର ସଭାପତି ଆମେଶ୍ବରି ତ୍ରିପାଠି କଢା ପ୍ରତିକ୍ରିୟା ପ୍ରକାଶ ମଧ୍ୟ କରିଛନ୍ତି ଏବଂ ବାରିପଦା ଟାଉନ ଥାନା ରେ ଲିଖିତ ଅଭିଯୋଗ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।