ଆସିଲା ନୂଆ ନିୟମ ! ପୋଷ୍ଟ ଅଫିସ୍ ର ସଞ୍ଚୟ ଖାତାରେ ଏଣିକି 500 ଟଙ୍କା ରଖିବାକୁ ବାଧ୍ୟତାମୂଳକ ନହେଲେ ବନ୍ଦ ହୋଇଯିବ ଖାତା ! ପୋଷ୍ଟଟି ନିଶ୍ଚୟ ପଢନ୍ତୁ….

0

ଆମେ ଜାଣିଚୁ ଯେ ପ୍ରତ୍ୟେକ ବର୍ଷର ଆର୍ଥିକ ଅବସ୍ଥା ଦେଖିବା ପରେ ଆମ ଭାରତ ସରକାର ଆମକୁ କିଛି ନା କିଛି ଭଲ ସୂଚନା ଦେଇଥାନ୍ତି ।ତେବେ କରନା ଭୁତାଣୁ ର ପ୍ରବାହ ଯୋଗୁଁ ଚଳିତ ବର୍ଷ କୌଣସି କ୍ଷେତ୍ରରେ ସ୍ୱଚ୍ଛଳତା ନଥିଲେ ମଧ୍ୟ ସରକାର ଲୋକମାନ ମଙ୍ଗଳ ପାଇଁ ନୂଆ ନୂଆ ନୀତି ନିୟମ ର ପ୍ରଣିତ କରିଥାନ୍ତି । ତେବେ ଏହି ମାସ ଆମ ସରକାର ପୋଷ୍ଟ ଅଫିସ ରେ ଖୋଲିଥିବା ହିତାଧିକାରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି ।ତେବେ ଏହି ନିୟମ ଟି ପୋଷ୍ଟ ଅଫିସରେ ଥିବା ବ୍ୟାଙ୍କ ହିତାଧିକାରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ।


ସୂଚନାଯୋଗ୍ୟ ଯେ,ଦେଶର ଭରସା ଯୋଗ୍ୟ ସରକାରୀ ସଂସ୍ଥା ମାନଙ୍କ ମଧ୍ୟରୁ ପୋଷ୍ଟ ଅଫିସ ହେଉଛି ଅନ୍ୟତମ ।ଯେଉଁଥିରେ ଲୋକ ମାନେ ବିନା କୌଣସି ଚିନ୍ତା ବା ସନ୍ଦେହ ରେ ନିଜର ବାଣିଜ୍ୟ ପୁଞ୍ଜି କୁ ସଞ୍ଚୟ କରିବାର ରାସ୍ତା ରୂପରେ ବାଛିଥାନ୍ତି। ତେବେ ସରକାର ଙ୍କ ତରଫ ରୁ ଗ୍ରାହକ ମାନଙ୍କ ପାଇଁ ମଧ୍ୟ ନୂଆ ନୂଆ ଉନ୍ନତି ମୂଳକ ଯୋଜନା ଆଣିଥାନ୍ତି ।

ତେବେ ଏହି ନଭେମ୍ବର ମାସରେ ସରକାର ପୋଷ୍ଟ ଅଫିସ ରେ ନିଜର ସଞ୍ଚୟ ଆକାଉଣ୍ଟ ଙ୍କୁ ନେଇ ଏ ନୂଆ ନିୟମ ଆଣିଛନ୍ତି ।ଯାହାକି ୨୦୨୧ ଜାନୁୟାରୀ ମାସ ଠାରୁ ଲାଗୁ ହେବାର ନିଷ୍ପତ୍ତି ସରକାର ଙ୍କର ତରଫରୁ ନିଆଯାଇଛି ।


ତେବେ ସରକାର ଙ୍କର ନୂଆ ନିୟମ ଅନୁଯାୟୀ ,ଯେଉଁ ବ୍ୟକ୍ତି ଙ୍କର ପୋଷ୍ଟ ଅଫିସ ରେ ବ୍ୟାଙ୍କ ଖାତା ଖୋଲିଛନ୍ତି ସେମାନ ଙ୍କୁ ନିଜ ଆକାଉଣ୍ଟ ରେ ସର୍ବନିମ୍ନ ୫୦୦ ଟଙ୍କା ରଖିବାକୁ ହେବ।ତେବେ ଆମେ ଆପଣ ଙ୍କୁ ସୂଚାଇ ଦେଉଛୁ ଯେ ପୁର୍ବରୁ ପୋଷ୍ଟ ଅଫିସ ରେ ବ୍ୟାଙ୍କ ହିତାଧିକାରୀ ଙ୍କର ପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇନଥିଲା ।

କିନ୍ତୁ ଚଳିତ ବର୍ଷର ନୂଆ ପୋଷ୍ଟ ଅଫିସ ଆକ୍ଟ ଅନୁସାରେ ପ୍ରତି ପୋଷ୍ଟ ଅଫିସ ବ୍ୟାଙ୍କ ହିତାଧିକାରୀ ଙ୍କୁ ନିଜ ଆକାଉଣ୍ଟ ରେ ୫୦୦ ଟଙ୍କା ରଖିବାକୁ ହେବ ।ଆଉ ଯଦି କେହି ହିତାଧିକାରୀ ଙ୍କର ଖାତା ରେ ୫୦୦ ରୁ କମ ଟଙ୍କା ରହିଥାଏ ତ ଆପଣଙ୍କ ର ଆକାଉଣ୍ଟ ବନ୍ଦ କରିଦିଆ ଯିବ ।


ଏହି ନୂତନ ନିୟମ ଅନୁସାରେ ,ଯଦି ଜଣେ ବ୍ୟକ୍ତି ଙ୍କର ନିଜର ପୋଷ୍ଟ ଅଫିସ ଆକାଉଣ୍ଟ ରେ ୫୦୦ ଟଙ୍କା ରୁ କମ ଟଙ୍କା ରହିଥାଏ ତ ତାଙ୍କ ଉପରେ ୪ ପ୍ରତିଶତ ଟ୍ୟାକ୍ସ ଲାଗିବ ।ଫଳରେ ତାଙ୍କର ଆକାଉଣ୍ଟ ରୁ ୧୦୦ ଟଙ୍କା କଟିଯିବ। ଆଉ ଯଦି କେହି ହିତାଧିକାରୀ ଙ୍କର ପୋଷ୍ଟ ଅଫିସ ରେ ଥିବା ଆକାଉଣ୍ଟ ରେ କୌଣସି ଟଙ୍କା ନଥାଏ ତ ତାଙ୍କର ଖାତା ବନ୍ଦ ହୋଇଯିବ ।

ଆପଣଙ୍କ ଜାଣିବା ପାଇଂ ଆମେ କହି ରଖୁଛୁ ଯେ, ପୋଷ୍ଟ ଅଫିସ୍ ର ଉଭୟ ପର୍ସନାଲ ଏବଂ ଜଏଣ୍ଟ ଆକାଉଣ୍ଡ ଉପରେ 4 ପ୍ରତିଶତ ସୁଧ ମିଳି ଥାଏ । ଯଦି ଏହି ଆକାଉଣ୍ଡ ରେ ବାଲାନ୍ସ 500 ରୁ ଅଧି୍କ ଟଙ୍କା ନ ଥିବ ତେବେ ଏଥିରୁ କୌଣସି ସୁଧ ଆପଣ ଙ୍କୁ ମିଳିବ ନାହିଁ ।ଏବଂ ୧୧ ଡିସେମ୍ବର ୨୦୨୦ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ୫୦୦ ଟଙ୍କା ସର୍ବନିମ୍ନ ରଖିବା ବାଧ୍ୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।