ଥଣ୍ଡାରେ ଥରୁ ଥିଲା ଭିକାରୀଟି – ଭିକାରି ଭାବେ ବୁଲୁଥିବା ବ୍ୟକ୍ତି ର ପରିଚୟ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡିଏସ୍‌ପି କାରଣ ଲୋକଟି ଥିଲା……

0

ବେଳେ ବେଳେ ଆମ ଯାହା ଦେଖି ଥାଉ ବା ଶୁଣିଥାଉ ତାହା ସତ୍ୟ ହୋଇନଥାଏ ।ଏହା ପଛରେ ଥିବା କାହାଣୀ ଜାଣିଲେ ଆମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ ।ତେବେ ଏହି ପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ରେ ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ କି ଏହା କିପରି ସମ୍ଭବ ହୋଇପାରେ ବୋଲି। ଏହି ଘଟଣା ଟି ଏକ ଗଳ୍ପ ପରି ଲାଗୁଥିଲେ ମଧ୍ୟ ଏହା ପ୍ରକୃତ ଘଟଣା ଅଟେ ।ଏବଂ ଏହାର ସତ୍ୟତା ଜାଣିଲେ ଆପଣ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ ।


ଉଲେଖଯୋଗ୍ୟ ଯେ , ମଧ୍ୟପ୍ରଦେଶ ର ଦୁଇ ଜଣ ଡିଏସପି ରାସ୍ତା ରେ ଯିବା ସମୟରେ ତାଙ୍କର ନଜର ରାସ୍ତା କଡରେ ଥିବା ଜଣେ ଭିକାରୀ ଙ୍କ ଉପରେ ପଡିଥିଲା ।କିନ୍ତୁ ସେମାନେ ଯେତେବେଳେ ସେହି ଭିକାରୀ ପାଖକୁ ଯାଇ ତା ବିଷୟରେ ଜାଣିପାରିଲେ ସେତେବେଳେ ସେମାନେ ନିଜର ଆଖି କୁ ବିଶ୍ଵାସ କରିପାରିଲେ ନାହିଁ ।ସେମାନେ ଯାହାକୁ ଜଣେ ଭିକାରୀ ବୋଲି ଭାବି ସାହାଯ୍ୟ କରିବାକୁ ଆସିଥିଲେ ତାଙ୍କର ପ୍ରକୃତ ପରିଚୟ ଜାଣିବା ପରେ ସେମାନ ଙ୍କର ହସ ଉଡ଼ିଗଲା ।


ତେବେ ଘଟଣା ଟି କିଛି ଏପରି ଥିଲା କି ,ମଧ୍ୟ ପ୍ରଦେଶ ର ଦୁଇ ଜଣ ଡିଏସପି ରତ୍ନେସ ସିଂହ ତୋମର ଓ ବିଜୟ ସିଂହ ଭୋଦରିଆ ଝାନ୍ସି ରୋଡ ରେ ଯିବା ସମୟରେ ସେମାନେ ସେହି ରାସ୍ତା ସେମାନେ ଜଣେ ଭିକାରୀ ଙ୍କୁ ଦେଖିଥିଲେ ଯିଏକି ଶୀତ ରେ ଥରୁ ଥିଲେ ।ତେଣୁ ସେମାନେ ନିଷ୍ପତ୍ତି ନେଲେ କି ତାକୁ ସାହାଯ୍ୟ କରିବେ ବୋଲି ।ତେଣୁ ସେମାନେ ତା ପାଖ କୁ ଯାଇରତ୍ନେସ ସିଂହ ତୋମର ତାଙ୍କର ଜୋତା ସେହି ଭିକାରୀ ଦେଇଥିଲେ ଏବଂ ବିଜୟ ସିଂହ ଭୋଦରିଆ ତାଙ୍କର ଜାକେଟ ଦେଇଥିଲେ ।


ତେବେ ସେମାନେ ସେହି ଭିକାରୀ ସହ କିଛି କଥାବାର୍ତ୍ତା କରିବା ପାଇଁ ଭାବିଲେ ଆଉ ଯେତେବେଳେ ତା ସହ ଅଧିକ କଥାବାର୍ତ୍ତା କଲେ ସେତେବେଳେ ସେମାନେ ଜାଣିପାରିଲେ କି ସେହି ଭିକାରୀ ଜଣଙ୍କ ପ୍ରକୃତ ରେ ହେଉଛନ୍ତି ଜଣେ ଡ଼ିଏସପି ଭାବରେ ରତ୍ନେସ ସିଂହ ତୋମର ଓ ବିଜୟ ସିଂହ ଭୋଦରିଆ ଙ୍କର ସହ ପୋଷ୍ଟ ପାଇଥିଲେ ।କିନ୍ତୁ ତାଙ୍କ ଚାକିରୀ ର କିଛି ବର୍ଷ ପରେ ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଥିଲେ ଫଳରେ ତାଙ୍କୁ ଚାକିରୀ ରୁ ବାହାର କରି ଦେଇଥିଲେ ।

 

ତେବେ ତାଙ୍କର ପରିବାର ଲୋକ ବହୁତ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଡକ୍ଟର ଙ୍କୁ ଦେଖାଇ ବହୁତ ଟଙ୍କା ଖର୍ଚ୍ଚ କାରିଥିଲେ କିନ୍ତୁ ବିଫଳ ହୋଇଥିଲେ ।ପରେ ତାଙ୍କର ପତ୍ନୀ ମଧ୍ୟ ତାଙ୍କୁ ଛାଡପତ୍ର ଦେଇ ଥିଲେ ।ତେବେ ସେ କହିଛନ୍ତି ଯେ ପ୍ରାୟ ୧୦ ବର୍ଷ ହେବ ଜଣେ ଭିକାରୀ ଭାବରେ ରହୁଛନ୍ତି । ତାଙ୍କ ବିଷୟରେ ସବୁ କଥା ଜାଣିବା ପରେ ତାଙ୍କୁ ନିଜ ସହ ନେଇଯିବ କୁ ଚାହୁଁଥିଲି କିନ୍ତୁ ସେ ଯିବାକୁ ମନା କରିଥିଲେ ।ତେବେ ସେହି ଡିଏସପି ଙ୍କର ନାମ ଥିଲା ମନୀଷ ମିଶ୍ର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।