ଭଲପାଇ ବାହା ହୋଇ ଅଲଗା ହୋଇଥିବା ଓଡ଼ିଆ ସେଲିବ୍ରିଟି ସମ୍ପର୍କରେ କିଛି ଅଜଣା ସତ୍ୟ ସମ୍ପର୍କରେ

0

ଦୁନିଆର ରୀତି ହେଉଛି ସମସ୍ତେ ବଡ ହେଲା ପରେ ଦୁଇଟି ପୁଅ ଝିଅ ପରସ୍ପରକୁ ବିବାହ କରିବେ ଏବଂ ବଂଶ ରକ୍ଷା କରିବେ। ଏହି ନିୟମ ବହୁ ପୂର୍ବ ଯୁଗ ରୁ ଅର୍ଥାତ୍, ଯେବେ ଠାରୁ ଏହି ମଣିଷ ସମାଜ ଆରମ୍ଭ ହେଲାଣି ସେବେ ଠାରୁ ହିଁ ଏହି ନିୟମ ଲାଗୁ ହୋଇଛି। ତେବେ ବିବାହ ଦୁଇ ପ୍ରକାର ର ହୋଇଥାଏ। ଘର ଲୋକ ପିଲା କୁ ପସନ୍ଦ କରନ୍ତି ଏବଂ ପିଲା ମଧ୍ୟ ସେଠାରେ ବାହା ହୁଏ ନିଜ ର ଇଚ୍ଛା ଏବଂ ଅନିଚ୍ଛା ସତ୍ତ୍ଵେ ଯାହାକୁ ଆମେ ମାନେ କହୁ ଏରେନ୍ଜ୍ ମେରେଜ୍, ଆଉ ଏକ ହେଉଛି ଯେଉଁ ଠାରେ ପିଲା ମାନେ ପରସ୍ପରକୁ ପସନ୍ଦ କରି ଭଲ ପାଇ ବିବାହ କରନ୍ତି ଯାହାକୁ ଆମେ ଲଭ୍ ମେରେଜ୍ କହିଥାଉ। ତେବେ ବିବାହ ହେଉଛି ଦୁଇଟି ମନର ମିଳନ ଯାହାକି ପରସ୍ପର ର ଭରସା, ବିଶ୍ୱାସ, ଏବଂ ଭଲପାଇବା ଉପରେ ନ୍ୟସ୍ତ ଥାଏ।


ତେବେ ବିବାହ ପରେ ଆଜି କାଲି ଦେଖିବାକୁ ମିଳୁଛି ଅନେକ ଦମ୍ପତି ନିଜର ସମ୍ପର୍କରେ ଖୁସି ହୋଇ ପାରୁନାହାନ୍ତି ଏବଂ ସମ୍ପର୍କ ଭାଙ୍ଗି ଦେଉଛନ୍ତି। ତେବେ ସାଧାରଣତଃ ଏରେନ୍ଜ ମେରେଜ୍ ରେ ଦୁଇଟି ଲୋକ ପରସ୍ପର କୁ ଭଲ ଭାବରେ ଜାଣି ନଥାନ୍ତି, ଭଲ ସେ ପରସ୍ପରକୁ ବୁଝିନଥାନ୍ତି, ଯାହା ଦ୍ୱାରା ବି ସେମାନଙ୍କ ମଧ୍ୟରେ ଟିକେ ଟିକେ କଥା ରେ ପରସ୍ପର ମଧ୍ୟରେ ଝଗଡା ହୁଏ ଏବଂ ଭୁଲ୍ ବୁଝାମଣା ମଧ୍ୟ ହୁଏ। ଆଜି କାଲି ଦେଖିବାକୁ ମିଳୁଛି ଲଭ୍ ମେରେଜ୍ କରିଥିବା ଲୋକ ମାନେ ବି ବିବାହ ର କିଛି ମାସ କିମ୍ବା କିଛି ବର୍ଷ ପରେ ନିଜ ସମ୍ପର୍କ କୁ ନେଇ ଖୁସି ରେ ରହୁ ନାହାନ୍ତି ଏବଂ ସମ୍ପର୍କ କୁ ଭାଙ୍ଗି ଦେଉଛନ୍ତି।

ତେବେ ଆମେ ମାନେ ଓଡିଆ ସିରିଏଲ୍ ଏବଂ ଫିଲ୍ମ ଦେଖୁଥିବା। ସେଠାକାର ହିରୋ ହିରୋଇନ୍ ମାନଙ୍କୁ ମଧ୍ୟ ଜାଣିଥିବା। ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ହିରୋ ହିରୋଇନ୍ ଅଛନ୍ତି ଯେଉଁମାନେ କି ଲଭ୍ ମେରେଜ୍ କରି କିଛି ଦିନ ପରେ ପରସ୍ପରକୁ ଡିଭର୍ସ ଦେଇ ଅନ୍ୟ କାହାକୁ ବିବାହ କରିଛନ୍ତି କିମ୍ବା ସେପରି ଏକା ରହୁଛନ୍ତି। ତେବେ ଆମେ ଆଜି ସେହିପରି କେତେଜଣଙ୍କ ନା କହିବୁ ଯେଉଁମାନେ କି ଲଭ୍ ମେରେଜ୍ ପରେ ଅଲଗା ହୋଇଯାଇଛନ୍ତି।

1 . ପ୍ରିୟା: –

ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ପ୍ରିୟା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ। ସେ ବହୁ ସାରା ଫିଲ୍ମ ରେ ହିରୋଇନ୍ ଭାବେ କାମ କରିଛନ୍ତି। ସେ ପ୍ରଥମେ ଏକ ବିବାହ କରିଥିଲେ କିନ୍ତୁ କିଛି କାରଣରୁ ସେ ଅଲଗା ହୋଇଯାଇଛନ୍ତି। ଏବେ ସେ ଆଉ ଏକ ବିବାହ କରି ସେଥିରେ ସେ ବହୁତ ଖୁସିରେ ଅଛନ୍ତି।

2 . ସବ୍ୟସାଚୀ :-

ସବ୍ୟସାଚୀ ତ ଓଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଜଣା ମାନା ଚେହେରା। ସେ ତାଙ୍କ ର ଜବରଦସ୍ତ ଆକ୍ଟିଙ୍ଗ୍ ପାଇଁ ଓଡିଶା ର ଘରେ ଘରେ ପରିଚିତ। ତେବେ ସେ ମଧ୍ୟ ନିଜର ଜଣେ କଲେଜ୍ ବେଳର ସାଙ୍ଗ ଙ୍କୁ ଭଲପାଇ ବାହା ହୋଇଥିଲେ। କିନ୍ତୁ କିଛି ବର୍ଷ ପରେ ଅଲଗା ହୋଇ ଯାଇଥିଲେ। ଏବେ ସେ ଆଉ ବିବାହ ନକରି ଏକା ରହୁଛନ୍ତି।

 

3 . ସିଦ୍ଧାର୍ଥ: –

ତେବେ ସିଦ୍ଧାର୍ଥ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ। ତେବେ ସେ ପ୍ରଥମେ ରଚନା ବାନାର୍ଜୀ ଙ୍କୁ ଭଲପାଇ ବାହା ହୋଇଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ। ତେବେ ଏବେ ସେ ମାମା ମିଶ୍ର ଙ୍କୁ ବାହା ହୋଇ ବହୁତ ଖୁସି ରେ ଅଛନ୍ତି।

4 . ଅନୁ ଚୌଧୁରୀ: –

ସେ ମଧ୍ୟ ପ୍ରଥମେ ଏକ ବିବାହ କରିଥିଲେ, ସେ ଭଲ ପାଇ ବିବାହ କରିଥିଲେ। କିନ୍ତୁ ପରେ ସେ ଅଲଗା ହୋଇଯାଇଥିଲେ। ଏବେ ବି ସେ ସେପରି ଅଛନ୍ତି।

5 . ଅସୀମା ପଣ୍ଡା: –

ତେବେ ୟାଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ। ସେ ଆମ ଓଲିଉଡ୍ ର ଜଣେ ବହୁ ଫେମସ୍ ସିଙ୍ଗର୍। ତେବେ ସିଏ ମଧ୍ୟ ପ୍ରଥମେ ଏକ ବିବାହ କରିଥିଲେ ।ପରେ ଦୁହିଁଙ୍କ ର ଡିଭର୍ସ ହୋଇଯାଇଥିଲା ଏବେ ସେ ଏକା ଅଛନ୍ତି।

6 . ଚନ୍ଦନ: –

ଚନ୍ଦନ ଙ୍କୁ ତ ଆପଣ ମାନେ ଜାଣିଥିବେ। ସେ ଅନେକ ଗୁଡିଏ ଫିଲ୍ମ ରେ ହିରୋ ଭାବେ କାମ କରିଛନ୍ତି। ସେ ମଧ୍ୟ ପ୍ରଥମେ ବିବାହ କରିଥିଲେ। ପରେ ସେମାନୃ ଅଲଗା ହୋଇ ଯାଇଥିଲେ। ଏବେ ସେ ବିବାହ ନ କରି ଏକା ଅଛନ୍ତି।

7 . ବର୍ଷା :-

ବର୍ଷା ଅନୁଭବ ଙ୍କ ବିବାଦ ସମ୍ପର୍କରେ ତ ଆପଣ ମାନେ ସବୁ ଜାଣିଥିବେ। ସେମାନଙ୍କ ବିବାଦ ଏବେବି ଥମୁନି। ତେବେ ସେମାନେ ବି ଭଲପାଇ ପରସ୍ପରକୁ ବିବାହ କରିଥିଲେ ଏବଂ ବିବାହ ର କିଛି ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇଯିବା ର ନିଷ୍ପତ୍ତି ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।