ନିଶ୍ଚୟ ଆପଣାନ୍ତୁ ଏହି କଲରା କୁ ଦେଖିବେ ଅଳ୍ପ ଦିନରେ ଆପଣଙ୍କ ଶରୀର ଏହିସବୁ ରୋଗ ଦୁର ହୋଇଯିବ।

0

ଆପଣ ତ ନିଶ୍ଚିତ ଭାବରେ କଲରା ଖାଇଥିବେ। ତେବେ ଏହି କଲରା ଅନେକ ଲୋକଙ୍କ ର ଅପ୍ରିୟ ଅଟେ। କାହିଁକି ନା ଏହା ପାଟି କୁ ପିତା ଲାଗି ଥାଏ। ତେବେ କଥାରେ ଅଛି ” ରୁଚ ନ ରୁଚ ଖା ପିତା ବୁଝ ନ ବୁଝ ପଢ଼ ଗୀତା” ଏହାର ଅର୍ଥ କଲରା ଆମ ପାଟିକୁ ଯେତେ ଖରାପ ଲାଗିଲେ ମଧ୍ୟ ଏହା ଆମର ଶରୀର ପାଇଁ ବହୁତ ଉପକାରୀ ଅଟେ।

କଲରା ମୁଖ୍ୟତ ମଧୁମେୟ ରୋଗୀ ମାନଙ୍କ ପାଇଁ ବହୁତ ଉପକାରୀ ଅଟେ। ଏହା ମଧୁମେୟ ରୋଗ କୁ ନିୟନ୍ତ୍ରିତ ରଖିବା ରେ ବହୁତ ସହାୟକ ହୋଇ ଥାଏ। ଯାହା ଫଳରେ ଏହା ମଧୁ ମେୟ ରୋଗଙ୍କ ପାଇଁ ବରଦାନ ସ୍ୱରୂପ ହୋଇଥାଏ। କଲରା ରେ ଥିବା ବିଭିନ୍ନ ପ୍ରକାର ର ଉପାଦାନ ଯଥା ଆଇରନ, ପୋଟାସିୟମ, ଫାଇବାର, ଭିଟାମିନ c, ଭିଟାମିନ b ଇତ୍ୟାଦି ଆମର ଶରୀର ର ଅନେକ ପ୍ରକାର ର ଉପକାର କରିଥାଏ।

କଲରା କୁ ଆପଣ ଜୁସ କରି ମଧ୍ୟ ପିଇ ପାରିବେ। କଲରା ର ଚୋପା କୁ ଭଲ ଭାବରେ ଛଡାଇ ଏହାକୁ ଧୋଇ ଗ୍ରାଇଣ୍ଡ କରି ଆପଣ ଏହାକୁ ବ୍ୟବହାର କରିବା ଦ୍ୱାରା ଆମର ବହୁତ ଉପକାର ହୋଇଥାଏ। କଲରା ଜୁସ ଆମର ପାକସ୍ଥଳୀ କୁ ସୁସ୍ଥ ରଖି ବାରେ ବହୁତ ସାହାଯ୍ୟ କରି ଥାଏ। କେବେଳ ଏତିକି ନୁହଁ ଏହା ଆମର ଶରୀର ରେ ମଧୁମେୟ କୁ ନିୟନ୍ତ୍ରିତ କରିଥାଏ।


କଲରା ଜୁସ ପିଇବା ଦ୍ୱାରା ଆମର ମସ୍ତିଷ୍କ ବହୁତ ସୁସ୍ଥ ରହିଥାଏ। ମସ୍ତିଷ୍କ ଆବଶ୍ୟକ କରୁଥିବା ପୋଟାସିଅମ ଓ କେଲସିଆମ ଏହି କଲରା ଭରପୁର କରି ଥାଏ। ଯାହା ଫଳରେ ଆମର ବୁଦ୍ଧି ବଢିଥାଏ ଓ ଆମର ମସ୍ତିଷ୍କ ସୁସ୍ଥ ରହିଥାଏ। କଲରା ଆମର ଶରୀର ର ଶର୍କରା ର ମାତ୍ର କୁ ନିୟନ୍ତ୍ରଣ ରେ ରଖି ଥାଏ। ନିୟମିତ କଲରା ଜୁସ ବ୍ୟବହାର କରିବା ଦ୍ୱାରା ଆମକୁ ଇନ୍ସୁଳୀନ ନେବାକୁ ପଡିନଥାଏ। ତେଣୁ ଆପଣ ନିୟମିତ ଭାବରେ କଲରା ଜୁସ ବ୍ୟବହାର କରିବା ଲାଭ ଦାୟକ ଅଟେ।


ଆପଣ ଚାହିଁଲେ କଲରା ଗୁଣ୍ଡ ମଧ୍ୟ ବ୍ୟବହାର କରି ପାରିବେ। ଏହା ପାଇଁ ଆଓଅନ କଲରା ର ଚୋପା ଛଡେଇ ତାହାକୁ ଭଲ ଭାବରେ ଧୋଇ ଶୁଖାଇ ଦେବେ ଓ ଏହା ପରେ ଏହାକୁ ଗ୍ରାଇଣ୍ଡ କରି ଦେବେ । ଯାହା ଫଳରେ ଆପଣ ଙ୍କ ର କଲରା ଗୁଣ୍ଡ ପ୍ରସ୍ତୁତ ହୋଇ ଯିବ। ଏହି କଲରା ଗୁଣ୍ଡ କୁ ଆପଣ ଏକ ଗ୍ଲାସ ପାଣି ସହ ବ୍ୟବହାର କରି ପାରିବେ ଯାହା ଦ୍ୱାରା ଏହା ଆପଣଙ୍କ ର ହଜମ ଶକ୍ତି କୁ ବୃଦ୍ଧି କରିବାରେ ବହୁତ ସହାୟକ ହେବ ଓ ଏହା ଦ୍ୱାରା ଆମକୁ ଭିଭିନ୍ନ ପ୍ରକାର ର ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳି ଥାଏ। ଏଣୁ ଆପଣ ନିୟମିତ କଲରା ର ବ୍ୟବହାର କରିବା ଆପଣ ଙ୍କ ପାଇଁ ଲାଭ ଦାୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।