ପତଳା ଶରୀରକୁ ଶୀଘ୍ର ମୋଟା କରି ଓଜନ ବଢେଇବାର ଘୋରଇ ଉପାୟ ମାତ୍ର ୧୫ ଦିନରେ ଆପଣଙ୍କ ର ସବୁ ଚିନ୍ତା ଦୂର ହେଇଯିବ…..

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି । ଏହା ପ୍ରାୟ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଟିକେ ଅଧିକ ଚିନ୍ତା କରିଥାନ୍ତି ନିଜର ସୁନ୍ଦର ରୂପ ଓ ତ୍ୱଚା ଉପରେ । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିବା ସହ ବହୁ କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି ।


କିନ୍ତୁ ଆମେ ଆପଣମାନଙ୍କୁ ଜଣେଇଦେଉଛୁ ଯେ ଏହି ରାସାୟନିକ ପ୍ରଡକ୍ଟ ବା କସମେଟିକ ବ୍ୟବହାର କରିବା ଦ୍ବାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକେଇଥାଏ ।ତେବେ ବର୍ତ୍ତମାନ ଆପଣ ଦେଖୁଠୁବେ କି ଯୁବପୀଢ଼ି ମାନେ ନିଜର ପତଳା ଶରୀର କୁ ନେଇ ବହୁତ ଅସୁବିଧାରେ ରହୁଛନ୍ତି କାରଣ ତାଙ୍କର ଆବଶ୍ୟକ ଠାରୁ ଅଧିକ ପତଳା ଶରୀରର ହେବା କାରଣ ରୁ ଆମ ସମାଜ ତାଙ୍କୁ ଥଟ୍ଟା ପରିହାସ କରିଥାଏ ।ତେଣୁ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଚୁ ଏକ ସରଳ ଘୋରଇ ଉପାୟ ଯାହା ଆପଣଙ୍କ ପତଳା ଶରୀର କୁ ମୋଟା ଓ ଓଜନଦାର କରିବାରେ ସାହାଯ୍ୟ କରିଥାଏ ।

ଏହାକୁ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:-

୧.ଦୁଇ ଟି ପାଚିଲା କଦଳୀ(କାରଣ ଏଥିରେ ଯେଉଁ ସବୁ ଭିଟାମିନ ରହିଛି ତାହା ଆମ ଶରୀରର ଓଜନ କୁ ବଢ଼େଇବାରେ ସାହାଯ୍ୟ କରିଥାଏ )।
୨.ଖିସମିଶ (ଏଥିରେ ଥିବା ମିନେରାସ ଆମ ଶରୀରକୁ ଏକ ସୁନ୍ଦର ଆକୃତି ଦେବା ସହ ଓଜନ ବଢ଼େଇବାରେ ସାହାଯ୍ୟ କରିଥାଏ )।
୩.କ୍ଷୀର (ଆପଣ ମାନେ ଜଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ ଅଟେ )।

ଏହାକୁ ବନେଇବା ପ୍ରାଣାଳୀ:-

ପ୍ରଥମେ ନେଇଥିବା ଦୁଇଟି କଦଳୀ ର ଚୋପା ବାହାର କରି ତାକୁ ଛୋଟ ଛୋଟ ପିସ ରେ କଟିନିଆନ୍ତୁ ।ଏବେ ଏହି ଖଣ୍ଡ ଖଣ୍ଡ କଦଳୀ ଗୁଡିକ ସହ ଦୁଇ ଚାମଚ ଖିସମିଶ ଓ ଏକ ଗ୍ଲାସ କ୍ଷୀର ମିଶେଇ ଏହାକୁ ଗ୍ରାଇଣ୍ଡିଙ୍ଗ କରିନିଆନ୍ତୁ ।ପରେ ଏହାକୁ ଏକ ଜୁସ ପରି ହୋଇଯିବ ।ଏବେ ଏହାକୁ ଗ୍ଲାସ କୁ ଢାଳି ନିଅନ୍ତୁ ।ତେବେ ବର୍ତ୍ତମାନ ଆମର ଜୁସ ଟି ପ୍ରସ୍ତୁତ ହୋଇଗଲା।

କିପରି ଭାବରେ ସେବନ କରିବେ:-

ଏହାକୁ ଆପଣ ପ୍ରତିଦିନ ଦୁଇ ଥର ସେବନ କରନ୍ତୁ ।ତେବେ ମନେ ରଖିବେ କି ଏହାକୁ ଖାଇବା ମଧ୍ୟରେ ଥିବା ଗ୍ୟାପ ରେ ସେବନ କରନ୍ତୁ ।ଅର୍ଥାତ ଆପଣ ଏହାକୁ ସକାଳ ଏବଂ ଦିପହର ଖାଇବା ମଝି ଟାଇମ ରେ ଏବଂ ଦିପହର ଓ ରାତି ଖାଇବା ମଧ୍ୟରେ ସେବନ କରନ୍ତୁ । ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ବାରା ଆପଣ ମାତ୍ର ୧୫ ଦିନ ମଧ୍ୟରେ ଆପଣଙ୍କ ର ଶରୀରର ପରିବର୍ତ୍ତନ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।