କେବଳ ପାଞ୍ଚ ମିନିଟରେ ପାଆନ୍ତୁ ଥଣ୍ଡା ଜ୍ଵର ଆଉ କାଶରୁ ଉପଶମ ପାଆନ୍ତୁ – ଘରେ କରନ୍ତୁ ଏହି ସହଜ ଉପାୟ..

0

ଆଜି ନେଇଆସିଛୁ ଥଣ୍ଡା ଜ୍ୱର ଓ କାଶରୁ ଆମେ କିପରି ନିଜକୁ ସୁରକ୍ଷିତ ରଖିବା ।ସେଥିପାଇ କିଛି ଘୋରଇ ଉପଚାର ରହିଛି ।ଯାହାକୁ ଆମେ ବ୍ୟବହାର କରିବା ଦ୍ୱାରା ଆମର ଏ ସମସ୍ତ ରୋଗରୁ ମୁକ୍ତି ପାଇପାରିବା ।ଏବେ ଥଣ୍ଡା ଜ୍ୱରର ସିଜିନ ଆସିସାରିଛି ତେଣୁ ନିଜକୁ ଅଧିକ ମାତ୍ରାରେ ନିଜର ଯତ୍ନ ନେବା ଆବଶ୍ୟକ ।ଏହି ଘୋରଇ ଉପଚାର ବ୍ୟବହାର କରିବା ଦ୍ୱାରା ସମସ୍ତ ଥଣ୍ଡା ଜ୍ୱର ଓ କାଶ ସବୁକିଛି ଦୂରେଇ ଯିବ । ଦେଖିବାକୁ ଗଲେ ଏହି ସିଜିନରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜର ଯତ୍ନ ନେବା ଆବଶ୍ୟକ ଅଟେ ।ଏବେ ଆସନ୍ତୁ ଜାଣିବା କଣ ସବୁ ରହିଛି ଏହି ଘୋରଇ ଉପଚାରରେ ।ଯାହା ଆମର ସମସ୍ତ କଷ୍ଟ ଦୂର କରି ଆମକୁ ଆରାମ ଦେବ ।

ପ୍ରଥମେ ଆବଶ୍ୟକ ରହିଛି କିଛି ଅଦା ।ଅଦାଟି ସମ୍ପୂଣ୍ଣ ଭାବରେ ତାଜା ରହିବା ଆବଶ୍ୟକ କାରଣ ଏଥିରେ ଅଧିକ ମାତ୍ରାରେ ରସ ବାହାରିଥାଏ ।


ଦ୍ୱତୀୟ ଜିନିଷଟି ହେଉଛି 7-8 ଟି ତୁଳସୀ ପତ୍ର ।ଏହି ତୁଳସୀ ପତ୍ରରେ ଅଧିକ ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ଆମକୁ ଖୁବ ଶୀଘ୍ର ଥଣ୍ଡା କାଶରୁ ଠିକ କରିଥାଏ ।

ତୃତୀୟରେ  – ଆମକୁ ଦରକାର ଅଧା ଚାମଚ ଜିରା ଏବଂ ଅଧା ଚାମଚରୁ କମ୍ ନେବା ହଳଦୀ । ତାପରେ ଅଳ୍ପ କିଛି ଗୁଡ।ଏବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବା । ଆଣିଥିବା ଅଦାକୁ ଭଲଭାବରେ ଧୋଇ ଏହାକୁ ଛୋଟ ଛୋଟ କରି କାଟି ତାର ରସ ବାହାର କରନ୍ତୁ ।ଏବଂ ସେଥିରେ ଗୁଡର ଟେଳାକୁ ଭଲ ଭାବରେ ହାତରେ ଭାଙ୍ଗି ସେହି ଅଦା ରସରେ ପକାନ୍ତୁ ।ଗୋଟିଏ ହେମାଦସ୍ତା ସାହାଯ୍ୟରେ 7-8 ଟି ତୁଳସୀ ପତ୍ରକୁ ଭଲଭାବରେ ଧୋଇ ସେଥିରେ ରଖନ୍ତୁ ଏବଂ ସେଥିରେ କିଛି ଜିରା ମଧ୍ୟ ଦିଅନ୍ତୁ ।ଏହାକୁ ଭଲଭାବରେ ଛେଚି ଦିଅନ୍ତୁ ।ଗୋଟିଏ କଢେଇରେ ଆଗରୁ ପ୍ରସ୍ତୁତ ହୋଇଥିବା ଅଦାରସ ଓ ଗୁଡକୁ କଢେଇରେ ପକାନ୍ତୁ ।


ଅଳ୍ପ ଆଞ୍ଚରେ ତାକୁ ଫୁଟାନ୍ତୁ ଏବଂ ସେଥିରେ ତୁଳସୀ ପତ୍ର ଜିରା ଛେଚାକୁ ପକାଇ ଅଳ୍ପ ହଳଦୀକୁ ସେଥିରେ ପକାନ୍ତୁ ।ହଳଦୀ ପକାଇବାର ମୁଖ୍ୟ କାରଣ ହେଉଛି ଏହା ଆଣ୍ଟିବ୍ୟାକ୍ଟେରିଆର କାମ କରିଥାଏ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ଆମ ଶରୀରରୁ ଥଣ୍ଡା ଦୂର କରିଥାଏ ଏବଂ ତଣ୍ଟି ସଫା କରିଥାଏ ।ଏ ସମସ୍ତ ଜିନିଷକୁ ପକାଇ ଅଳ୍ପ ଆଞ୍ଚରେ 1-2 ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦେବେ ଯେମିତି ଏହା ଗାଢା ହୋଇଯିବ ।ଏହାକୁ ଥଣ୍ଡା କରି ଏକ କାଚ ଜାରରେ ସାଇତି ରଖିପାରିବେ ।ଏହାକୁ 10-15 ଦିନ ପର୍ଯ୍ୟନ୍ତ ସମ୍ଭାଳି ରଖିପାରିବେ ।ଏହାକୁ ଦିନକୁ 2 ଥର 1ରୁ 2 ଚାମଚ କରି ସେବନ କରିପାରିବେ ।ଏହାକୁ ଶୋଇବା ପୂର୍ବରୁ ବ୍ୟବହାର କଲେ ଅଧିକ ଲାଭ ଦାୟକ ହୋଇଥାଏ .

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।