ଏହି ସବୁ ଦିନ ଗୁଡିକରେ ରୁଟି ଖାଇବା ସମ୍ପୂର୍ଣ ନିଷେଧ,ରୁଟି ଖାଇଲେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି। ଆସନ୍ତୁ ଜାଣିବା ଏହି ସବୁ ଦିନ ଗୁଡ଼ିକ ବିଷୟରେ…….

0

ଆମ ହିନ୍ଦୁ ଘର ମାନଙ୍କରେ ସାଧାରଣତଃ ପ୍ରଧାନ ଖାଦ୍ୟ ହେଉଛି ଭାତ ଏବଂ ରୁଟି। ଆମ ହିନ୍ଦୁ ଘରେ ତ ବହୁତ ରୀତି ନୀତି ରହିଛି, ଆମ ହିନ୍ଦୁ ମାନଙ୍କର ତ ବାର ମାସ ରେ ତେର ପର୍ବ। ଏହି ସବୁ ପୂଜା ପଟା କୁ ବହୁତ ଧୁମ୍ ଧାମ୍ ର ସହ ଆମ ରାଜ୍ୟରେ ପାଳନ କରାଯାଏ। ଏହି ସବୁ ପୂଜା ମାନଙ୍କରେ ଓଡିଆ ଘର ର ବୋହୂ ମାନଙ୍କ ର ଖାଦ୍ୟ ପେୟ ରେ ଅନେକ ନିୟମ ଥାଏ। ସେହି ପୂଜା ଗୁଡିକରେ ଉପାସ କରି କେଉଁ ସବୁ ଖାଦ୍ୟ ଖାଇବେ କେଉଁ ସବୁ ଖାଦ୍ୟ ଖାଇବେନି ଏହିପରି।

ସାଧାରଣତଃ ଆମେ ମାନେ 2 ଟି ଚାଉଳ ରେ ଭାତ ଖାଇଥାଉ ଉଷୁନା ଏବଂ ଅରୁଆ।ଉଷୁନା ଭାତ ଆମେ ମାନେ ସବୁଦିନ ଖାଇଥାଉ, ଆଉ ଅରୁଆ ଭାତ କୁ ଆମେ ମାନେ ଓଷା ବାର ମାନଙ୍କ ରେ ଖାଇଥାଉ। ଅନେକ ଜଣ ଏହି ବାର ମାନଙ୍କ ରେ ରୁଟି ମଧ୍ୟ ଖାଇଥାନ୍ତି। ଆପଣ ମାନେ ଜାଣିଛନ୍ତି କି ଏହି ରୁଟି କୁ ଏମିତି କିଛି ଦିନ ରହିଛି ଯେଉଁ ଦିନ ଏହାକୁ ଖାଇବା ଏବଂ ଏହାକୁ ଘରେ ତିଆରି କରିବା ଅଶୁଭ ହୋଇଥାଏ। ଆମେ ଆଜି ଆପଣ ମାନଙ୍କୁ କହିବୁ କେଉଁ ଦିନ ମାନଙ୍କରେ ରୁଟି ତିଆରି କରିବା ଏବଂ ଖାଇବା ଅଶୁଭ ହୋଇଥାଏ।
ମୃତ୍ୟୁ –
କାହା ଘରେ ଯଦି କାହାଙ୍କର ମୃତ୍ୟୁ ହୋଇଯାଏ ତେବେ ମୃତ୍ୟୁ ର 13 ଦିନ ପରେ ଯାଇ ଘରେ ରୁଟି ତିଆରି କରାଯାଇଥାଏ। ଏପରି ବିଶ୍ୱାସ କରାଯାଏ କି ଯଦି 13 ଦିନ ପୂର୍ବରୁ ଘରେ ରୁଟି କରାଯାଏ ତେବେ ମୃତ ବ୍ୟକ୍ତିଙ୍କ ର ସୂକ୍ଷ୍ମ ଶରୀର ରେ ଛାଲ ପଡିଯାଏ। ମୃତ୍ୟୁ ପରେ ଯେଉଁ ପିଣ୍ଡ ଦିଆଯାଏ , ସେଥିରେ ମୃତ ବ୍ୟକ୍ତିର ସୂକ୍ଷ୍ମ ଶରୀର ଠିକ୍ ହୋଇଯାଏ,ତାର ଆତ୍ମା ଯମ ଦେବତାଙ୍କ ଦରବାର ରେ ପହଁଞ୍ଚାଇ ଦିଆଯାଏ ବୋଲି ବିଶ୍ଵାସ ରହିଛି।

ଶୀତଳାଷ୍ଟମୀ –
ଏହି ଦିନ ମାଆ ଶୀତଳା ଙ୍କୁ ପୂଜା କରାଯାଏ। ଏହି ଦିନ ଖାଲି ମାଆ ଙ୍କ ପାଖରେ କେବଳ ଭୋଗ ଲଗାଯାଇନଥାଏ,ଏହାକୁ ଖିଆ ମଧ୍ୟ ଯାଇଥାଏ। କୁହାଯାଇଥାଏ କି ଶୀତଳାଷ୍ଟମୀରେ ସଚ୍ଚା ମନ ରେ ପୂଜା କରିଲେ ମାଆ ଆରୋଗ୍ୟ ର ବର ଦେଇଥାନ୍ତି। ଆଉ ଯଦି ଏହି ଦିନ ରୁଟି ଖିଆ ଯାଏ ତେବେ ମାଆ ରାଗନ୍ତି ଏବଂ ଚର୍ମ ରୋଗ ଦେଖାଦେଇଥାଏ।
ଦୀପାବଳି –
ମାଆ ଲକ୍ଷ୍ମୀ ଙ୍କ ସହିତ ଯୋଡିତ ଯେତେବି ପୂଜା ପଟା ରହିଛି ସେହି ସବୁ ରେ ଘରେ ରୁଟି କରାଯାଏ ନାହିଁ। ଦୀପାବଳି କୁ ମାଆ ଲକ୍ଷ୍ମୀ ଙ୍କ ପୂଜା ବୋଲି ମଧ୍ୟ କୁହାଯାଏ। ଏହି ରାତି କୁ ମହାନିଶାର ରାତି ମଧ୍ୟ କୁହାଯାଇଥାଏ। ଏହି ଦିନ ଘରେ ଅନେକ ପ୍ରକାର ର ଖାଦ୍ୟ ତିଆରି କରାଯାଏ, ଅନେକ ପ୍ରକାରର ମିଠା ମଧ୍ୟ ତିଆରି କରି ଭୋଗ ଲଗାଯାଏ। ଏହି ଦିନ ଘରେ ତାୱା ବସେଇବା ଭଲ ନୁହେଁ।

ଏହିପରି ଆମ ହିନ୍ଦୁ ଧର୍ମ ରେ ଅନେକ ରୀତି ନୀତି ରହିଛି। ଯେଉଁ ଦିନ ଅନେକ ଖାଦ୍ୟ ଖିଆ ଯାଇନଥାଏ,ଅନେକ କାର୍ଯ୍ୟ କରାଯାଇନଥାଏ। ଏହି ପରି ଅନେକ କିଛି ନୀତି ନୀୟମ ରହିଛି। ବିଶ୍ୱାସ ରହିଛି ସେହି ସବୁ ଦିନ ସେହି ସବୁ କାର୍ଯ୍ୟ କରିବା ଦ୍ୱାରା ତାହା ଘର ପାଇଁ ଅଶୁଭ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।