ଶରୀରର ମୋଟାପଣ କୁ ଶୀଘ୍ର ନିୟନ୍ତ୍ରଣ କରନ୍ତୁ ଏହି ସରଳ ଉପାୟ ୧୫ ଦିନ ମଧ୍ୟରେ ଆପଣ ବି ସଫଳ ହୋଇପାରିବେ

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି ।


କିନ୍ତୁ ଏହା ପାଇଁ ରାସାୟନିକ ପ୍ରଡକ୍ଟ ବ୍ୟବହାର କରିବା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଏକ ସରଳ ଉପାୟ ଯାହା ଦ୍ଵାରା ଆପଣଙ୍କର ଶାରୀରିକ ମୋଟା ପଣ କୁ ନିୟନ୍ତ୍ରଣ କରି ଆପଣ ଙ୍କୁ ଏକ ସୁନ୍ଦର ତଥା ସିଲ୍ମ ଫିଗର କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

୧.ସାଧାରଣ ଭାବରେ କହିବାକୁ ଗଲେ ,ଆମ ଶାରୀରିକ ଗଠନ ଉପରେ ଆମର ପ୍ରତିଦିନର ସକାଳ ର ସମସ୍ତ କାର୍ଯ୍ୟ ନିର୍ଦ୍ଧାରଣ କରିଥାଏ । ତ ଯଦି ଆପଣ ନିଜ ଶରୀରର ମୋଟାପଣ କୁ କମେଇବାକୁ ଚାହଁନ୍ତି ତା ପ୍ରତିଦିନ ସକଳେ ଶିଘ୍ର ଅର୍ଥାତ ୫-୫.୩୦ ମଧ୍ୟରେ ଉଠିବାକୁ ଚେଷ୍ଟା କରନ୍ତୁ କାରଣ ସକାଳ ର କିରଣ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୨.ଦ୍ୱିତୀୟ ରେ, ପ୍ରତିଦିନ ସକାଳେ ଉଠିବା ପରେ ନିଜର ଏକ ଅଭ୍ୟାସ ରଖନ୍ତୁ ଯାହାକି ଆପଣ ନିୟମିତ ଖାଇବା ପୂର୍ବରୁ କରିବେ। ତେବେ ଏହି ଅଭ୍ୟାସ ହେଉଛି କୌଣସି ପ୍ରକାରର ପନ୍ୟା ବ୍ୟବହାର କରିବା । ତେବେ ଆପଣ ପ୍ରତିଦିନ ସକାଳେ ଖାଇବା ପୂର୍ବରୁ ସାଧାରଣ ଗରମ ପାଣି ପିଅନ୍ତୁ ଏହା ଆପଣଙ୍କ ଶରୀରର ଓଜନ କୁ ନିୟନ୍ତ୍ରଣ କରେ ।

୩. ସକାଳ ର ଖାଇବା ଉପରେ ନିର୍ଭର କରିଥାଏ ଆମର ଶାରୀରିକ ଗଠନ। ନିଜର ମୋଟପଣ କୁ ଦୁରକରିବା ପାଇଁ କେବେହେଲେ ଖାଦ୍ୟ କମ କରନ୍ତୁ ନାହିଁ । ଖାଦ୍ୟ ଗ୍ରହଣ କରନ୍ତୁ କିନ୍ତୁ ଉଚିତ ଖାଦ୍ୟ ।ଯେପରିକି
– ପ୍ରତି ସକାଳେ କିଛି ପ୍ରଟିନ ଯୁକ୍ତ ଖାଦ୍ୟ ଯେପରିକି “ହେର୍ବଲ ସିଡ୍ସ ଏଣ୍ଡ ବ୍ରିଟେନ ” କିମ୍ବା କିଛି ବି ପ୍ରଟିନ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।
– ସକାଳ ଖାଦ୍ୟରେ କେବେ ହେଲେ ଅତ୍ୟଧିକ କ୍ୟାଲରୀ ଯୁକ୍ତ ଖାଦ୍ୟ ନଖାଇ କମ କ୍ୟାଲରୀ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଯେପରି କି ଆପଣ ଯଦି ଦଶା ଖାଇବାକୁ ଭଲ ପାଆନ୍ତି ତ ଚାଉଳ ଓ ବିରି ର ନଖାଇ ମୁଗ ଦଶା ଖାଆନ୍ତୁ ।ଆପଣ ଯଦି ଉପମା ଖାଇବାକୁ ପସନ୍ଦ କରନ୍ତି ତା ଉପମା ରେ ଅଧିକରୁ ଅଧିକ ପନିପରିବା ବ୍ୟବହାର କରନ୍ତୁ ।

ଆମ ଆପଣ ମାନଙ୍କୁ କହିରଖୁଚୁ ଯେ , ଯଦି ଆପଣ ନିଜର ମୋଟାପଣ କୁ କମ କରିବାକୁ ଚାହାନ୍ତି ତ ସବୁବେଳେ ନିଜର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ କି ଆପଣ କଣ ଖାଉଛନ୍ତି ।ଏବଂ ପ୍ରାକୃତିକ ଉପାୟରେ ଅର୍ଥାତ ଯୁଗ କରିବା ତଥା ଶାରୀରିକ ପରିଶ୍ରମ କରି ନିଜର ଓଜନ କମ କରନ୍ତୁ କିନ୍ତୁ କେବେହେଲେ ଖାଦ୍ୟ ନଖାଇ ରୁହନ୍ତୁ ନାହିଁ କାରଣ ଏହା ଆପଣଙ୍କ ଶରୀର ପ୍ରତି ହାନିକାରକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।