ସାରା ଦୁନିଆ ପାଇଁ ଉଦାହରଣ ସାଜିଛନ୍ତି ଏହି ପ୍ରେମୀ ଯୁଗଳ , ଏହିଭଳି ପ୍ରେମିଯୁଗଳଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆଜି ର ଏଇ ଦିନିଆ ରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା ବାର୍ତ୍ତା, ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ ମାତ୍ର କିଛି ଦିନ କିମ୍ବା କିଛି ବର୍ଷ ପାଇଁ। ପ୍ରେମ ର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲ ପାଇ ଯାଉଛନ୍ତି। ତେବେ ପ୍ରେମ ର ମାନେ କଣ ଏଇଆ କି, ସାମାନ୍ୟ କିଛି ଭୁଲ୍ ବୁଝାମଣା ପାଇଁ ନିଜ ପ୍ରେମ କୁ ଭୁଲି ଯାଇ ଆଉ କାହାକୁ ପ୍ରେମ କରିବା। ଏବେ ର ସମାଜ ରେ ଯୁବପିଢି ମାନେ ଏହା ହିଁ କରୁଛନ୍ତି। ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି।

ଆମେ ସବୁ ପିଲା ମାନଙ୍କୁ ସେହି ପରି ବୋଲି କହି ପାରିବାନି। ଏବେବି ଏପରି ପିଲା ମାନେ ଅଛନ୍ତି ଯିଏ କି ନିଜର ପରସ୍ପର ମଧ୍ୟରେ ଥିବା ପ୍ରେମ କୁ ଭଲ ଭାବରେ ବୁଝୁଛନ୍ତି, ଦୁହେଁ ଦୁହିଁଙ୍କୁ ଭଲ ଭାବରେ ବୁଝୁଛନ୍ତି, ଏବଂ ପରସ୍ପରକୁ ବାହା ମଧ୍ୟ ହେଉଛନ୍ତି। ସେମାନେ ପ୍ରେମ ର ସଠିକ୍ ମାନେ ବୁଝି ପାରୁଛନ୍ତି। ପରସ୍ପର ର ସୁଖ ଦୁଃଖ ସବୁଥିରେ ଠିଆ ହେଉଛନ୍ତି, ନା କି କେବଳ ସୁଖ ରେ ଠିଆ ହୋଇ ଦୁଃଖ ରେ ତାର ହାତ ଛାଡି ଚାଲି ଯାଉଛନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ସମ୍ପର୍କରେ କହିବୁ। ଯେଉଁ ମାନଙ୍କ ପ୍ରେମ ଆଗରେ ସେମାନଙ୍କ ର ଶାରୀରିକ ଅକ୍ଷମତା ବି ହାର୍ ମାନି ଯାଇଛି।

ହୁଇଲ୍ ଚିୟାର୍ ରେ ବସିଛନ୍ତି ଶାରୀରିକ ଅକ୍ଷମ ହୋଇ ପଡିଥିବା ବର, ଆଉ ପାଖରେ କନ୍ୟା ସାଜି ବସିଛନ୍ତି ତାଙ୍କ ପ୍ରେମିକା ଯିଏ କି ଛୋଟ ବେଳରୁ ହିଁ ପରସ୍ପର କୁ ବିବାହ ପାଇଁ କଥା ଦେଇ ସାରିଥିଲେ। ହୋମ ନିଆଁ କୁ ସାକ୍ଷୀ ରଖି କନ୍ୟା ମଥା ରେ ସିନ୍ଦୂର ଦେଇ ପରସ୍ପର କୁ ବିବାହ କୟିଛନ୍ତି ଦୁଇ ପ୍ରେମ ପକ୍ଷୀ। ବିବାହ ପରେ ନିଜ ର ପିଲା ବେଳ ର ପ୍ରେମ କୁ ପାଇଛନ୍ତି ଦିବ୍ୟାଙ୍ଗ ଯୁବକ। ଏହି ଦୁଇ ପ୍ରେମୀ ଙ୍କ ର ପ୍ରେମ ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା, ଆଉ ହୃଦୟ ହାଟ ରେ ହୁରି ପଡିଛି ଅନାତିକା ଉଈଡ୍ସ ରାହୁଲ୍।

ପିଲା ଦିନେ ପରସ୍ପର କୁ ଭଲ ପାଇ ବିବାହ କରିବେ ବୋଲି ପରସ୍ପର କୁ କଥା ଦେଇ ଦେଇଥିଲେ ରାହୁଲ୍ ଏବଂ ଅନାମିକା। ବିବାହ ର ବର୍ଷେ ପୂର୍ବରୁ ଏକ ଦୁର୍ଘଟଣା ରେ ରାହୁଲ୍ ଙ୍କ ଗୋଡ ଦୁଇଟି ଅକ୍ଷମ ହୋଇ ଯାଇଥିଲା। ଏହାପରେ ରାହୁଲ୍ ଙ୍କ ପ୍ରେମ ରେ ଛିଡି ପଡିଥିଲା ଏକ ବଡ ପାହାଡ। ହେଲେ ସେ ସବୁକିଛି କୁ ଖାତିର୍ କରିନଥିଲେ ଅନାମିକା, ନିଜ ପ୍ରେମ ର ଦୁଃଖ ସମୟ ବେଳେ ତାଙ୍କ ହାତ ଛାଡି ନଥିଲେ ଅନାମିକା। ଚଣ୍ଡୀଗଡ ରେ ବିବାହ କରିଛନ୍ତି ଏହି ଦୁଇ ପ୍ରେମୀ ଯୁଗଳ। ରାହୁଲ୍ ଅନାମିକା ଙ୍କ ର ବାହାଘର କୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚଣ୍ଡୀଗଡ ର ସ୍ପାଇନାଲ୍ ରିହାବ୍ ସେଣ୍ଟର୍ ଏମାନଙ୍କ ବାହାଘର ରେ ସେମାନଙ୍କୁ ସାହାଯ୍ୟ କରିଥିଲେ। ପରସ୍ପର କୁ ବାହା ହୋଇ ସାରା ଦୁନିଆ ପାଇଁ ଏକ ବିରାଟ ଉଦାହରଣ ସାଜିଛନ୍ତି ଏହି ଦୁଇ ପ୍ରେମୀ ଯୁଗଳ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।