ଯେତେ ପୁରୁଣା କଫ ହୋଇଥିଲେ ବି ଚୁଟକିରେ ହେବ ସଫା ଏହି ସହଜିଆ ଘରୋଇ ଉପଚାର ମାଧ୍ୟମରେ

0

ଆମ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଇଥାଏ ।ତାର ନିରାକରଣ କରିବା ପାଇ ଆମେ କେତେ ଗୁଡିଏ ଘୋରେଇ ଉପଚାର କରିଥାଉ ।ସେହିପରି ପୁରୁଣା ରୋଗ କଫ ଯାହା ଆପଣଙ୍କର ଛାତିରେ କଫ ଜମା ହୋଇ ରହୁଥାଏ ତେବେ ସେଥିରୁ ମୁକ୍ତି ପାଇବା ପାଇ ଘୋରେଇ ଉପଚାର ମାଧ୍ୟମରେ ଆମେ ଭଲ ହୋଇପାରିବା ।ଆମ ଶରୀରରେ ତନଟି ଦୋଷ ରହିଥାଏ ଯାହାକୁ ତ୍ରିଦୋଷ କୁହାଯାଏ ।ଯଥା ବାତ କଫ ,ପିତ । ମଣିଷର ଛାତିରେ କଫ ସେତେବେଳେ ଜମାହୋଇଥାଏ

ଯେତେବେଳେ କଫଟି ଇନବାଲେନ୍ସ ହୋଇଥାଏ ।ମଣିଷ ଶରୀରରେ ଗୋଟିଏ କେମିକାଲ ରହିଥାଏ ଯାହାର ନାମ ହେଲା ଫସଫରସ ଯେତେବେଳ ଶରୀରରେ ଫସଫରସର ମାତ୍ରା କମ ହୋଇଥାଏ ସେତେବେଳେ କଫଟି ଇନବାଲେନ୍ସ ହୋଇଥାଏ ଯାହା ଫଳରେ କଫ ଜମା ହୋଇଥାଏ ।ଯଦି ଶରୀରରେ ଫସଫରସର ମାତ୍ରା କମିଯାଇଥାଏ ତେବେ ତାକୁ ବଢାଇବା ପାଇ ଦେଶୀ ଗୁଡ ବ୍ୟବହାର କରିପାରିବେ ।ଏହି ଗୁଡକୁ ଗୋଟିଏ ଦିନରେ 50 ଗ୍ରାମରୁ ଶହେ ଗ୍ରାମ ପର୍ଯ୍ୟନ୍ତ ଖାଇପାରିବେ ।ଯେ କୌଣସି ସମୟରେ ଏହାକୁ ଖାଇ ପାରିବେ ।


ଦ୍ୱତୀୟରେ ଗୋଟିଏ ପାନରେ ସୁଣ୍ଠି,ଲବଙ୍ଗ ,ଅଳେଇଚ କୁପାନ ଉପରେ ରଖି ମୋଡି ଦେଇ ଏହି ପାନ ଖିଲଟିକୁ 10 ମିନିଟ ପର୍ଯ୍ୟନ୍ତ ଚୋବାଇ ଚୋବେଇ ଖାଆନ୍ତୁ ।ଏହା ମଧ୍ୟ କଫରୋଗରୁ ଉପଶମ ଆଣିଦେଇଥାଏ ।

ତୃତୀୟରେ କିଛି ଡାଲିଚିନି ଗୁଣ୍ଡକରି ସେଥିରେ ମହୁ ମିଶାଇବେ ଯେମିତି ଅଟା ଚକଟିଲା ବେଳେ ଆବଶ୍ୟକତା ଅନୁଯାୟୀ ପାଣି ଦେଇଥାଉ ସେହିପରି ଡାଲଚିନିରେ ଆବଶ୍ୟକ ଅନୁସାରେ ମହୁ ମିଶାଇ ଏହାକୁ ଛୋଟ ଛୋଟ ଗଳା ପ୍ରସ୍ତୁତ କରନ୍ତୁ ।ଏହା କରିସାରିବା ପରେ ଏହାକୁ ଚକ୍ଲେଟ ପରି ଚାଟିଚାଟି ଖାଆନ୍ତୁ ।ଖାଇ ସାରିଲା ଅଧା ଗ୍ଲାସ ଉଷମ ପାଣି ପିଅନ୍ତୁ ।ଯେପରିକି ଚା ପିଉଛନ୍ତି ସେହିପରି ଦିନରେ ସକାଳୁ ନେଇ ରାତି ପର୍ଯ୍ୟନ୍ତ 5 ଥର ଗରମ ପାଣି ପିଇବେ ।ଗରମ ପାଣିରେ 10 ମିନିଟ ପର୍ଯ୍ୟନ୍ତ କିଛି ଲୁଣ ପକାଇ ଦିନକୁ 3 ଥର ଗାର୍ଗୀଲିଙ୍ଗ କରନ୍ତୁ। ଦେଖିବେ ଆପଣଙ୍କର କଫ ଜନିତ ସମସ୍ୟା ସମ୍ପୂଣ୍ଣରୂପେ ଦୂର ହୋଇଯିବ ।


ଏହି ସମସ୍ତ ଉପାୟ ପ୍ରତ୍ୟେକ ଦିନ କରିବା ଦ୍ୱାରା ଆପଣଙ୍କର ଛାତିରୁ କଫ ବାହାରୁ ନଥିବାର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ । ଏପ୍ରକାର ରୋଗରୁ କିଛି ମାତ୍ରାରେ ଉପଶମ ପାଇ ପାରିବେ ।ଏ କଫ ଜନିତ ରୋଗ ଅଧିକ ମାତ୍ରାରେ ସବୁଠାରେ ଦେଖିବାକୁ ପାଉଛୁ ।ଏହା ଛାତିରେ ଅଧିକ କଷ୍ଟ ଦେଇଥାଏ ।ଶରୀରରେ ଫସଫରସର ମାତ୍ରା କମି ଯିବା ଯୋଗୁ କଫଟି ଇନବାଲେନ୍ସ ହୋଇଥାଏ ସେଥିପାଇ କଫ ଜନିତ ରୋଗ ଦେଖାଦେଇଥାଏ । ସେଥିପାଇ ଆମକୁ ଗୁଡ ଖାଇବା ଆବଶ୍ୟକ ହୋଇଥାଏ । ଗୁଡ ଦୁଇ ପ୍ରକାର ହୋଇଥାଏ ।ଗୋଟିଏ ହେଲା ଲିକୁଇଡ ଗୁଡ ଅନ୍ୟଟି ସଲିଡ ଗୁଡ ।ଲିକୁଇଡ ଗୁଡରେ ଫସଫରସର ମାତ୍ରା ଅଧିକ ରହିଥାଏ ।ଆପଣ ଯେଉ ଗୁଡ ବ୍ୟବହାର କରିପାରିବେ ।ଏହି ଉପାୟ ଗୁଡିକ କରିବା ଦ୍ୱାରା କଫ ଜନିତ ରୋଗରୁ ମୁକ୍ତି ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।