ଛିଃ ଛିଃ ଫୁଣି ଲାଜ୍ୟା! ୮୭ ବର୍ଷର ବୃଦ୍ଧଙ୍କୁ ୫ ବର୍ଷର ଶିଶୁ କନ୍ୟା ସହିତ ଦୁଷ୍କର୍ମ ଅଭିଯୋଗରେ ଆଜି ପୋଲିସ ଯାହା କଲା …..

0

ଆଜିର ସମାଜ ରେ ପ୍ରତିଦିନ ଅପରାଧ ବଢ଼ି ଚାଲିଛି। ଆଇନ୍ ଯେତେ ଶକ୍ତ ଏବଂ ଜଟିଳ ହେଉଛି ଅପରାଧୀ ମାନେ ଆଇନ୍ ଠାରୁ ଗୋଟିଏ ପାଦ ଆଗରେ ଚାଲିଛନ୍ତି। ତେବେ ସବୁଠାରୁ ବଡ଼ ଦୁଃଖଦ କଥା ହେଉଛି ଅପରାଧର ସବୁ ସୀମା ଆଜି ଏହି ନର ରୂପୀ ମଣିଷ ମାନେ ଅତିକ୍ରାନ୍ତ କରି ସାରିଲେଣି। ଏପରି ଏକ ଘୃଣ୍ୟ କାର୍ଯ୍ୟ ଆଜି ସାମ୍ନା କୁ ଆସିଛି। ଯାହାକୁ ନେଇ ମଣିଷ ସମାଜ ପାଇଁ ଆଜି ଏହା କଳଙ୍କ ର ଛିଟା ଲଗେଇ ଦେଇଛି। ଜଣେ ବୟସ୍କ ଏବଂ ପରିଣତ ବୟସରେ ମଣିଷ ଟିଏ କେମିତି ଏପରି କୁକର୍ମ କରି ପାରିବ ତାହା ଭାବିବାକୁ ମଧ୍ୟ ଖରାପ ଲାଗୁଛି।


ଜଣେ ୮୭ ବର୍ଷ ବୟସ ର ବୃଦ୍ଧ ବ୍ୟକ୍ତି ଯାହା କରିଛନ୍ତି ତାହା ମଧ୍ୟ କହିବାକୁ ଖରାପ ଲାଗୁଛି। ସେହି ବୃଦ୍ଧ ବ୍ୟକ୍ତି ଜଣକ ନିଜର ନାତୁଣୀ ବୟସର କୁନି ଝିଅ ଯାହାର ବୟସ ମାତ୍ର ୫ ବର୍ଷ ତାହା ସହିତ କରିଛନ୍ତି ଦୁଷ୍କର୍ମ। ଏହି ଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରେ। ଏହି ଘଟଣା କୁ ନେଇ ଏବେ ଗଣମାଧ୍ୟମ ରେ ସମାଲୋଚନା ଜୋର୍ ଧରିଛି। ଏଇ ଘଟଣା କୁ ନେଇ ପୋଲିସ ପକ୍ଷରୁ ମଧ୍ୟ ସବୁ ପ୍ରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୮୭ ବର୍ଷୀୟ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଦେଇଛି।


ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ଥାନା ଅନ୍ତର୍ଗତ ଥିବା ଭୁଇଁପୂର୍ ଗ୍ରାମ ନିକଟରେ ଥିବା ବନ୍ଧସାହି ରେ ଏହି ଘଟଣା ଘଟିଛି। ତେବେ ଏହି ଘଟଣା ସେତେବେଳେ ସାମ୍ନା କୁ ଆସିଲା ଯେଉଁ ସମୟରେ ଏହି ନାବାଳିକା ର ମାଆ ଆସି ଥାନାରେ ଅଭିଯୋଗ କଲେ। ତେବେ ପୋଲିସ ଏହି ଅଭିଯୋଗ ଗ୍ରହଣ କରି ସେହି ସମୟରେ ବୃଦ୍ଧଙ୍କ ଘରକୁ ଯାଇ ତାଙ୍କୁ ଗିରଫ କରିଥିଲେ।

ଏହି ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ଦିନ ବନ୍ଧୁ ସାହିର ଥିବା ୮୭ ବର୍ଷୀୟ ବୃଦ୍ଧ ଯେ କି ପେଶା ରେ ଜଣେ ଦୋକାନୀ । ତାଙ୍କର ନାମ ହେଉଛି ସୁନାକର ପାତ୍ର। କେହି ଦୋକାନ ରେ ନଥିବା ଅବସ୍ଥାରେ ସେ ତାଙ୍କ ଘର ସାମ୍ନା ରେ ଥିବ ଏହି ନାବାଳିକା ଯାହାର ବୟସ ମାତ୍ର ୫ ବର୍ଷ ତାକୁ ଟେକି ନେଇ ସେହି ଦୋକାନ ଭିତରେ କବାଟ ମାରି ଅନେକ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଆଉ ଏହି ନାବାଳିକା ର ମାଆ ଯେତେେ ବେଳେ ଝିଅ କୁ ଖୋଜି ଖୋଜି ଆସନ୍ତି।

ଦେଖନ୍ତି ଝିଅ ସେହି ଦୋକାନ କେବିନ୍ ସାମ୍ନା ରେ ବେହସ୍ ହୋଇ ପଡ଼ିଥିଲା। ଆଉ ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରି ହସପିଟାଲ ନେବାର ବ୍ୟବସ୍ଥା କରିଥିଲେ। ଆଉ କଥା ସାମ୍ନା କୁ ନ ଆସିବା ପାଇଁଁ ମଧ୍ୟ ସୁନାକର ତାଙ୍କ ମାଆ ଙ୍କୁ ଧମକ ଦେଇଥିଲେ ଏ କଥା କାହାରିକୁ ପ୍ରକାଶ ନକରିବାକୁ। ମାତ୍ର ଝିଅ ମାଆ ଏହି ଧମକ କୁ ଖାତିର ନ କରି ଥାନା ରେ ଅଭିଯୋଗ କରିଥିଲେ। ଆଉ ପୋଲିସ ତାଙ୍କୁ ଗିରଫ କରିଥିଲା। ତେଣୁ ଏହି ଘଟଣା କୁ ନେଇ ଆଖ ପାଖ ରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ଆସାମୀ କୁ କଠିନ ରୁ କଠିନତର ଶାସ୍ତି ଦେବା ପାଇଁ ନିବେଦନ ଆସିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।