ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ତୁଳସୀ ଜାଣନ୍ତୁ କେବେ ଓ କେଉଁଦିନ ବିବାହ କରିବେ

0

ଆମ ଓଲିଉଡ୍ ସିରିଏଲ୍ ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ କି ନିଜ ନିଜର ଚମତ୍କାର ଆକ୍ଟିଙ୍ଗ୍ ପାଇଁ ବହୁ ଲୋକପ୍ରିୟତା ହାସଲ କରିପାରିଛନ୍ତି ଏବଂ ସିରିଏଲ୍ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ କି ଅଳ୍ପ କିଛି ଦିନ ପାଇଁ ଆକ୍ଟିଙ୍ଗ୍ କରିଥାନ୍ତି ଏବଂ ତାପରେ ଆଉ ନଜର ଆସିନଥାନ୍ତି,କିନ୍ତୁ ଲୋକ ମାନେ ସେମାନଙ୍କ ର ଭଲ ଅଭିନୟ ମାନେ ସେମାନଙ୍କୁ ମନେ ରଖିଥାନ୍ତି। ସିରିଏଲ୍ ଦୁନିଆରେ ମଧ୍ୟ ଅନେକ ଏପରି କେତେଜଣ କଳାକାର ମାନେ ଅଛନ୍ତି ଯେଉଁମାନଙ୍କୁ କି ଲୋକ ମାନେ ବହୁତ ପସନ୍ଦ କରନ୍ତି। ସାଧାରଣତଃ ଲୋକ ମାନେ ନିଜ ନିଜର ପ୍ରିୟ କଳାକାର ମାନଙ୍କ ର ଆକ୍ଟିଙ୍ଗ୍, ଲାଇଫ୍ ଷ୍ଟାଇଲ୍ ଏବଂ ପସ୍ନାଲିଟି କୁ ଅନୁସରଣ କରିଥାନ୍ତି। ଏବଂ ସେମାନଙ୍କ ର ରିଏଲ୍ ଲାଇଫ୍ ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।


ତେବେ ଆମେ ଆଜି ଆପଣ ମାନଙ୍କୁ ଏପରି ଜଣେ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ ଯିଏ କି ଅଳ୍ପ ଦିନ ପାଇଁ ଲୋକ ମାନଙ୍କ ସାମ୍ନା କୁ ଆସିଥିଲେ ଏବଂ ନିଜ ର ଜବରଦସ୍ତ ଅଭିନୟ ପାଇଁ ଲୋକ ମାନଙ୍କ ମନ ରେ ଘର କରିଦେଇଥିଲେ। ସେହି ଅଭିନେତ୍ରୀ ଜଣକ ନିଜର ସୁନ୍ଦରତା ଏବଂ ଜବରଦସ୍ତ ଅଭିନୟ ପାଇଁ ରାତା ରାତି ଷ୍ଟାର ହୋଇଯାଇଥିଲେ।


ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି 2015 ମସିହାରେ ସାର୍ଥକ ଟିଭି ର ଏକ ଲୋକପ୍ରିୟ ସିରିଏଲ ‘ତୋ ଅଗଣା ର ତୁଳସୀ’ ମୁଁ ରେ ତୁଳସୀ ଭାବରେ ନଜର ଆସିଥିବା
ଶ୍ୱେତା ଭଟ୍ଟାଚାର୍ଯ୍ୟ। ଯିଏ କି କିଛି ଅଳ୍ପ ଦିନ ପାଇଁ ଏହି ଲିଡ୍ ରୋଲ୍ ରେ ନଜର ଆସିଥିଲେ। ସିଏ ନିଜର ଚମତ୍କାର ଅଭିନୟ ଦ୍ୱାରା ଲୋକ ମାନଙ୍କର ମନ କୁ କିଣିନେଇଥିଲେ। ତେବେ ଏବେ ଶୁଣିବାକୁ ମିଳୁଛି କି ସେ ଏହି ନିକଟ ଭବିଷ୍ୟତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ସେ ଜଣଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କୁ ହିଁ ବିବାହ କରିବାକୁ ଯାଉଛନ୍ତି।


ତେବେ ଏହି ନିକଟରେ ସେ ତାଙ୍କ ର ବୟଫ୍ରେଣ୍ଡ ଙ୍କ ଫଟୋ କୁ ଫେସବୁକ୍ ରେ ଏବଂ ଇନ୍ଷ୍ଟାଗ୍ରାମ ଏକାଉଣ୍ଟ ରେ ପୋଷ୍ଟ କରିଥିଲେ। ତେବେ ତାଙ୍କ ନାମ ହେଉଛି ଶିବା ଏବଂ ଦୁହେଁ ଦୁହିଁଙ୍କୁ ଖୁବ୍ ଶୀଘ୍ର ବାହା ହେବାକୁ ମଧ୍ୟ ଯାଉଛନ୍ତି। ଶ୍ୱେତା ଙ୍କୁ ସମସ୍ତେ ତୁଳସୀ ନାମରେ ମଧ୍ୟ ଜାଣିଛନ୍ତି। ସେ ଏବେ ତରଙ୍ଗ ର କାଳିଜାଇ ସିରିଏଲ୍ ରେ ନଜର ଆସୁଛନ୍ତି।ତେବେ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି କି ଏହି ଦୁଇ ଜଣ ଏହି ଡିସେମ୍ବର ମାସରେ ପରସ୍ପର କୁ ବାହା ହୋଇ ହାତ କୁ ଦି ହାତ ହେବାକୁ ଯାଉଛନ୍ତି। ସେ ନିଜର ବୟଫ୍ରେଣ୍ଡ ମାନେ ଶିବା ଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଶ୍ୱେତାଲିନା ଏବଂ ତାଙ୍କ ବୟଫ୍ରେଣ୍ଡ ଏହି ବାହାଘର କୁ ନେଇ ବହୁତ ଏକସାଇଟେଡ୍ ଏବଂ ବହୁତ ଖୁସି ଥିବା ମଧ୍ୟ ଶୁଣିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।