ଆସୁଛି ଆଉ ଏକ ବାତ୍ୟା ! 4ରେ ମାଡ଼ କରିବ ଘୂର୍ଣ୍ଣିବାତ୍ୟା ‘ବୁରେବି’. ଜାଣନ୍ତୁ ଏହାର କଣ ପ୍ରଭାବ ରହିବ ଓଡିଶା ଉପରେ ?

0

ଆସନ୍ତୁ ଜାଣିବା ଭୟଙ୍କର ବାତ୍ୟାର ରୂପ ନେଇ ସାରିଥିବା ବୁରେବି ସମ୍ପର୍କ ରେ | ବଙ୍ଗୋପସାଗରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’  କ୍ରମଶଃ ନିଜର ରୂପ ବଢ଼ାଇବାରେ ଲାଗିଛି | ତେବେ ଏହା ଆସନ୍ତା ଡିସେମ୍ବର 4 ଶୁକ୍ରବାର ଦିନ ତାମିଲନାଡୁ ଉପକୂଳ ମଧ୍ୟ ଦେଇ ସ୍ଥଳଭାଗ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାଯାଇଛି| ତେବେ ଏହି ବାତ୍ୟାଟି ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି | ଏହି ସମୟରେ ପବନର ବେଗ ସର୍ବୋଚ୍ଚ 95 କିଲୋମିଟର ଘଣ୍ଟା ପ୍ରତି ରହିପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି | କେବଳ ପବନ ନୁହଁ ଏହା ସହିତ ଝୁଙ୍କ ସହ ବତାସର ବେଗ ମଧ୍ୟ୍ୟ ଏହା ପାଖା-ପଖି ରହିବାର ଭାରତୀୟ ପାଣିପାଗ କାନ୍ଦ୍ର ସୂଚନା ପ୍ରଦାନ କରାଯାଇଛି |


ତେବେ ମାସ 3 ଡିସେମ୍ବର ସକାଳ ସୁଦ୍ଧା ଏହା ମାନ୍ନର ଉପସାଗର ଏବଂ ତାହାର ନିକଟବତ୍ତୀ କମୋରିନ୍‌ ଅଞ୍ଚଳରେ ପହଞ୍ଚିବ | ତେବେ ପୁନଃ ‘ବୁରେବି’  ନିଜର ଦିଗ ଏବଂ ଗତିର ପରିର୍ତ୍ତନ କରି ତାର ପରଦିନ ସକାଳ ସୁଦ୍ଧା କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ତଟବର୍ତ୍ତୀ ଅଂଚଳ ଛୁଇଁବାର ଅଛି ବୋଲି ସମ୍ପୂର୍ଣ ସୂଚନା ପ୍ରଦାନ କରାଯାଇଛି | ମାତ୍ର ଆଶ୍ଚର୍ଯ୍ୟର କଥା ହଉଛି କିଯେ ବାତ୍ୟା ‘ବୁରେବି’ ବାତ୍ୟା ‘ନିଭାର’ ଭଳି ପ୍ରଳୟଙ୍କରୀ ରୂପ ଧାରଣ କରିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହା ନିର୍ଦେଶକ ସୂଚନା ଦେଇଛନ୍ତି | ତେବେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ପ୍ରଭାବ ସର୍ବାଧିକ 3 ରୁ 4 ଦିନ ରହିବାର ଆଶା କରାଯାଉଛି |


ମାତ୍ର ଖୁସିର ଖବର ହଉଛିକି ଏହି ଘୂର୍ଣ୍ଣିବାତ୍ୟା ‘ବୁରେବି’ ପ୍ରଭାବ ଓଡିଶା ଉପରେ ଆଦୌ ନାହିଁ | ଏହାର ପ୍ରଭାବ କେବଳ ତାମିଲନାଡୁର କନ୍ୟାକୁମାରୀ, ତିରୁନେଲବେଲି, ତୁତୁକୁଣ୍ଡି, ତେନକାସି, ରାମନାଥପୁରମ୍‌ ଏବଂ ଶିବଗଙ୍ଗାଇ ଅଞ୍ଚଳରେ ରହିଛି | ଯାହା ଦ୍ୱାରା ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କାଳ ବତାସର ମାଡ ମଧ୍ୟ ଅଧିକ ସୁଯୋଗ ରହିଛି | ଏହି ଘୂର୍ଣ୍ଣିବାତ୍ୟା ‘ବୁରେବି’ର ପ୍ରଭାବ କେରଳର କିଛି ଅଂଚଳ ଯେପରି କୋଲାମ, ପତନମତିତ୍ତ ଏବଂ ଆଲାପ୍ପୁଜାରେ ଆଦି ରହିଛ |


ତେବେ ବାରମ୍ବାର ଗୋଟେ ପରେ ଗୋଟେ ଏପରି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଗରିବ ଛୋଟ ଶ୍ରେଣୀ ଲୋକମାନଙ୍କ ଜୀବନ ରେ ବହୁତ ପ୍ରଭାବ ପକାଇବ | ଛୋଟ ଶ୍ରେଣୀ ଲୋକ  ନିହାତି ଭାବରେ ବହୁ କ୍ଷତି ସହିବେ ସେଥିଲାଗି ସରକାରଙ୍କର ପ୍ରାରମ୍ଭିକ ପଦକ୍ଷେପ ନିହାତି ଲୋଡ଼ା | ପ୍ରକୃତିର ଏପରି ବିପର୍ଯୟକୁ କିଏ ବା ଟାଳି ପାରିବ ମାତ୍ର ପ୍ରାରମ୍ଭିକ ସୂଚନା ଦ୍ୱାରା ଏଭଳି କିଛି ବିପର୍ଯୟକୁ ଆମେ କିଛିଟା ହାଲୁକା କରିପାରିବା | ତେଣୁ ସର୍ବଦା ସାବଧାନରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଉଥିବା ନିର୍ଦ୍ଦେଶ ମାନିବ ଉଚିତ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।