ଜାଣନ୍ତୁ ପ୍ରତ୍ୟେକ ଦିନ ଗୋଟିଏ ଭିଟାମିନ E କ୍ୟାପସୁଲ ଖାଇଲେ କେଉଁ ଚମତ୍କାର ହୁଏ ?

0

ଆମ ମାନେ ଦେଖିଥିବା ଅନେକ ଲୋକ ମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ଦେଖାଯାଏ। ସେହି ସବୁ ରୋଗ ଆମ ଶରୀରରେ ବିଭିନ୍ନ ପ୍ରକାରର ଭିଟାମିନ ର ଅଭାବ ଯୋଗୁଁ ଦେଖାଯାଏ। ଆମ ମାନଙ୍କ ଶରୀରରେ ଭିଟାମିନ୍ ର ଅଭାବ ଯୋଗୁଁ ଆମ ଚୁଟୀ ଠାରୁ ଆରମ୍ଭ କରି ସବୁ ଅଙ୍ଗ ରେ ଅନେକ ପ୍ରକାରର ଅସୁବିଧା ଦେଖିବାକୁ ମିଳିଥାଏ। ତେବେ ସେହି ସବୁ ଅସୁବିଧା ରୁ ମୁକୁଳିବା ପାଇଁ ଆମେ ମାନେ ବଜାରରେ ମିଳୁଥିବା ଅନେକ ପ୍ରକାରର ଭିଟାମିନ୍ ମଧ୍ୟ ଆଣି ଖାଇଥାଉ। ଏହା ଦ୍ୱାରା ଆମ ପାଖରେ ଯେଉଁ ସବୁ ଅସୁବିଧା ଦେଖାଯାଏ ତାହା ଦୂରେଇ ଯାଇଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ଭିଟାମିନ ଇ କ୍ୟାପସୁଲ୍ କଥା କହିବୁ। ତାକୁ ଖାଇବା ଦ୍ୱାରା ଆମ ଶରୀର ରେ କଣ ସବୁ ଲାଭ ହୋଇଥାଏ।


କୋଷର ବଞ୍ଚିବା ପାଇଁ ଭିଟାମିନ୍ ଇ ସେମାନଙ୍କ ର ବାହ୍ୟ ସେଲ୍ କିମ୍ବା ସେଲ୍ ମେମ୍ବ୍ରେନ୍ ର ରକ୍ଷଣାବେକ୍ଷଣ କରିଥାଏ। ଭିଟାମିନ୍ ଇ ଆମ ଶରୀର ରେ ଫ୍ୟାଟି ଏସିଡ୍ କୁ ସନ୍ତୁଳିତ ମଧ୍ୟ କରିଥାଏ। ଏହି ଭିଟାମିନ୍ ଇ କ୍ୟାପସୁଲ୍ ବିଷୟ ରେ ଆପଣ ମାନେ ନିଶ୍ଚିତ ଶୁଣିଥିବେ। ଏହା ଅନେକ ଫଳ, ତେଲ ଏବଂ ଶୁଖିଲା ଫଳ ଆଦି ରୁ ମିଳିଥାଏ। ଏହା ଆମ ଶରୀର ପାଇଁ ମଧ୍ୟ ବହୁତ୍ ଲାଭଦାୟକ ଏବଂ ଆମ ସୌନ୍ଦର୍ଯ୍ୟ ବୃଦ୍ଧି ରେ ମଧ୍ୟ ଏହା ଲାଭଦାୟକ ହୋଇଥାଏ। ଯେଉଁ ମାନଙ୍କ ର ଚୁଟି ଜନିତ କିଛି ବି ସମସ୍ୟା ଦେଖାଯାଏ, ସେମାନେ ଏହାକୁ ଖାଇ ଚୁଟି ସମସ୍ୟା ରୁ ମୁକ୍ତି ପାଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ଆଉ କଣ ସବୁ ଲାଭ ମିଳିଥାଏ ଏହା କୁ ଖାଇବା ଦ୍ୱାରା।

୧) ଏହାକୁ ଖାଇବା ଦ୍ୱାରା ଚର୍ମ ଜନିତ କୌଣସି ବି ଅସୁବିଧା ହୁଏ ନାହିଁ। ଯଦି ଆପଣ ଭିଟାମିନ ଇ କ୍ୟାପସୁଲ୍ ପ୍ରତିଦିନ ଖାଆନ୍ତି ତେବେ ସେହି ସବୁ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ,କିନ୍ତୁ ଆପଣ ମାନଙ୍କୁ ଏହାକୁ ଏକ ମାସ ସେବନ କରିବାକୁ ହେବ।

୨) ଭିଟାମିନ୍ -ଇ ଆମ ଶରୀରରେ ରକ୍ତର ତରଳତା ବଜାୟ ରଖେ।ଏବଂ ଏହା ଆମ ଆଣ୍ଠୁ ଏବଂ ଗଣ୍ଠିରେ ଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ,ଆଉ ଏହା ସହିତ ଯଦି ଶରୀରର ଅନ୍ୟ ଅଙ୍ଗରେ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ଆରାମ ମଧ୍ୟ ଦେଇଥାଏ। ତେବେ ଭିଟାମିନ୍ ଇ ମାଂସପେଶୀ କୋଷଗୁଡ଼ିକର ମରାମତି କରିବାରେ ମଧ୍ୟ ସାହାଯ୍ୟ କରେ।


୩) ଦୈନିକ ଭିଟାମିନ୍-ଇ ଖାଇବା ଦ୍ୱାରା ଅଲଜାଇମର ଭଳି ବଡ଼ ସମସ୍ୟା ହେବାର ଆଶଙ୍କା କମିଯାଏ ।ଏହା ବ୍ୟତୀତ ଏହା କର୍କଟ ରୋଗର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିଥାଏ, କାରଣ ଯେଉଁମାନଙ୍କର କର୍କଟ ରୋଗ ଥାଏ, ସେମାନଙ୍କ ଶରୀରରେ ଭିଟାମିନ୍ ଇ କମ୍ ଥାଏ,ଆଉ ଏହା ଖାଇବା ଦ୍ୱାରା ଶରୀର ରେ ଭିଟାମିନ୍ ଇ ବଢ଼ି ଥାଏ।ଆଉ ଯାହା ଦ୍ୱାରା ସେମାନେ ସୁସ୍ଥ ରୁହନ୍ତି। ତେବେ ସମସ୍ତେ ଏହାର ସେବନ କରିବା ଦରକାର ଏହା ବହୁତ ଉପୋଯୋଗୀ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।