ଘରେ କିପରି ଏବଂ କେଉଁଠି ଲଗାଇବେ ( କ୍ୟାଲେଣ୍ଡର ) – ଭୟଙ୍କର କଥା ଜାଣନ୍ତୁ |

0

ପ୍ରତି ପୁରାତନ ବର୍ଷ ଶେଷରେ ଆସିଥାଏ ଗୋଟିଏ ନୂତନ ବର୍ଷ | ଯାହାକି ଆମ ଜୀବନ ରେ ଆଣିଥାଏ ସୁଖ ସମୃଦ୍ଧି | ମାତ୍ର ଆମ ଜୀବନଶୈଳୀ ର କେତୋଟି ଛୋଟ ଛୋଟ ଭୁଲ ଆମ ପଇଁ ଦୁଃଖର ବିଷୟ ହୋଇଥାଏ | ତେଣୁ ଏଥିପ୍ରତି ଧ୍ୟାନ ଦେବ ନିତ୍ୟାନ୍ତ ଆବଶ୍ୟକ | ସେଥିମଧ୍ୟରୁ କ୍ୟାଲେଣ୍ଡରର ସଠିକ ଅବସ୍ଥାନ, ଏବଂ ଏହାର ଆକାର ଆକୃତି ସହ ଏହା କେଉଁ ରଙ୍ଗ ହେବା ଆବଶ୍ୟକ ତାହା ମଧ୍ୟ ଜାଣିବା ଆବଶ୍ୟକ | ମଣିଷ ଜୀବନ ସମୟାନୁବର୍ତ୍ତିତ | ସମୟ ସହ ତାଳ ଦେଇ ଚାଲିବା ଆବଶ୍ୟକ ରହିଛି | ସେଥିଲାଗି କ୍ୟାଲେଣ୍ଡର ଆବଶ୍ୟକତା ନିହାତି ଆବଶ୍ୟକ |


ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ, ପ୍ରଥମେ ଜାଣିବା ପୁରୁଣା କ୍ୟାଲେଣ୍ଡର ବିଷୟରେ | ଯଦି ଆପଣ ମାନଙ୍କ ଘରେ ପୁରୁଣା କ୍ୟାଲେଣ୍ଡର ଅଛି ତାହାକୁ କାନ୍ଥରୁ କାଢି ଫୋପାଡ଼ି ଦିଅନ୍ତୁ | ଯଦି ସେଥିରେ କୌଣସି ଦେବା ଦେବି ଙ୍କ ଫୋଟଚିତ୍ର ଅଛି ତାହାଲେ ତାକୁ ଜଳାଶୟକୁ ଫୋପାଡ଼ି ଦିଅନ୍ତୁ | କାରଣ ପୁରୁଣା କ୍ୟାଲେଣ୍ଡର ଘରେ ରହିବା ସର୍ବଦା ଅଶୁଭ ବୋଲି ମନାଯାଏ |

ଦ୍ୱିତୀୟ କଥା କ୍ୟାଲେଣ୍ଡର ସର୍ବଦା ଗୃହର ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗରେ ଲଗାଇବା ଆବଶ୍ୟକ | ଏହା ଦ୍ଵାରା ଜୀବନ ସୁଖମୟ ବୋଲି ମାନାଯାଇଥାଏ | ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଇବ ଦ୍ଵାରା ସୂର୍ଯ୍ୟ ଦେବଙ୍କର ଅବସ୍ଥାନ ସଠିକ ଥାଏ |ଜାତକରେ ସୂର୍ଯ୍ୟଙ୍କର ଜୀବନରେ ସଠିକ ଚାଳନା ଜୀବନରେ ଆଣିଥାଏ ଅପୂର୍ବ ସୁଖ-ଶାନ୍ତି ଏବଂ ଉତ୍ତର ଦିଗ ରେ କ୍ୟାଲେଣ୍ଡର ଲଗାଇବା ଦ୍ବାରା ପରିବାରରେ ସର୍ବଦା ଶାନ୍ତି ବଜାୟ ରହେ | ଏହା ଛାଡ ପଶ୍ଚିମ ଦିଗ ମଧ୍ୟ କ୍ୟାଲେଣ୍ଡରଲଗାଇବା ଦ୍ଵାରା ଆମ ଜୀବନର ଅଧୁରା କାର୍ଯ୍ୟ ସମ୍ପୂର୍ଣ ହୋଇଥାଏ | ମାତ୍ର ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ରଖିବା ସମ୍ପୂର୍ଣ ନିଷେଧ ଅଟେ | ଏହା ଯମ ରାଜାଙ୍କ ଦିଗ ହୋଇଥିବାରୁ ଏଥି ସହିତ ଜଡିତ ସମୟ କିମ୍ବା କିଛି ଜିନିଷପାତ୍ର ନରଖିବା ଆବଶ୍ୟକ |


ତୃତୀୟ କଥା କ୍ୟାଲେଣ୍ଡର ଯେଉଁ ରଙ୍ଗର ହେଉନା କାହିଁକି ତାହା ସର୍ବାଧିକ ସମୟରେ ସବୁଜ ହେବା ଆବଶ୍ୟକ, କାରଣ ସବୁଜ ରଙ୍ଗକୁ ଶାନ୍ତିର ପ୍ରତୀକ ମାନାଯାଇଥାଏ | ଏହାଛଡା କ୍ୟାଲେଣ୍ଡରରେ ସର୍ବଦା ଯୁଗଳ ପକ୍ଷୀ କିମ୍ବା ଦେବା ଦେବିଙ୍କ ଚିତ୍ର ରହିବା ଶୁଭ ବୋଲି ମାନାଯାଇଥାଏ | ହିଂସ୍ର ଯିବ-ଜନ୍ତୁ କିମ୍ବା କୌଣସି ପ୍ରକାର ହତ୍ୟା ସମ୍ବଦ୍ଧିୟ ଚିତ୍ର ଥିବା କ୍ୟାଲେଣ୍ଡର ବ୍ୟବହାର ନକରିବା ଆବଶ୍ୟକ ଯାହାଦ୍ୱାରା କୁଶକ୍ତିର ପ୍ରଭାବ ସେ ଗୃହ ଉପରେ ପଡ଼ିନଥାଏ |

ଉପରକ୍ତ କଥାକୁ ମାନିଲେ ସମୟ ଜନିତ ବସ୍ତୁଦୋଷ ନିଶ୍ଚିତ ପ୍ରତିକାର ହୋଇପାରିବ | ତେଣୁ ନୂତନ ବର୍ଷକୁ ଆପଣାଇବା ସମୟରେ ଏସବୁ କିଛି ଜରୁରୀ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଲେ ଆମ ଜୀବନରେ ସୁଖ ଶାନ୍ତି ସ୍ଥାପିତ ହୋଇ ପାରିବ | ଇତି ମଧ୍ୟରେ ଆମେ ଏଇ ସିଦ୍ଧାନ୍ତ ରେ ଉପନୀତ ହେଲୁକି ଆମ ଜୀବନ ପ୍ରତ୍ୟକଟି ବସ୍ତୁ ଅମ ଜୀବନର କାର୍ଯ୍ୟ କଳାପ ଉପରେ ପ୍ରଭାବ ପକାଇଥାଏ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।