ସେୟାର କରି ଜଣାନ୍ତୁ – ମୋଦି ସରକାର ଙ୍କର ଝିଅଙ୍କ ପାଇଁ ବଡ ଯୋଜନା ୧୦ରୁ କମ୍‌ ବୟସର ଝିଅଙ୍କ ପାଇଁ ଖୋଲନ୍ତୁ ଏହି ଖାତା ,

0

ଦେଶ ରେ ପ୍ରତେକ ଉନ୍ନ୍ନତି ରେ ସରକାର ଙ୍କ ହାତ ରହି ଥାଏ। ତେବେ ଦେଶ ରେ ରହୁ ଥିବା ପ୍ରତେକ ଲୋକ ଭଲ ରେ କେମିତି ରହିବେ ,ତା ପାଇଁ ସରକାର ସବୁବେଳେ ଯୋଜନା କରି ଥାନ୍ତି। ତେବେ ଆମ ଦେଶ ରେ ଅନେକ ଗରିବ ବା ମଧ୍ୟବିତ ପରିବାର ରହିଛନ୍ତି । ତେବେ ସେମାନଙ୍କ ସୁବିଧା ପାଇଁ ଅନେକ ଯୋଜନା ସରକାର କରି ଥାନ୍ତି, ଏହି ସବୁ ଯୋଜନା ରେ ପ୍ରତେକ ଲୋକ ଅନେକ ସୁବିଧା ଉଠାଇ ଥାନ୍ତି।ତେବେ ଏହା କରିବା ଦ୍ୱାରା ଲୋକ ଙ୍କର ଅନେକ ସମସ୍ୟା ଦୂର ହୋଇ ଯାଏ।ତେବେ ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି , ଯେଉଁ ଲୋକ ଙ୍କ ଘର ନାହିଁ ତାଙ୍କୁ ଘର ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ରହିଛି , ପାଠ ପଢା ଆଦି ଅନେକ କିଛି ପାଇଁ ଯୋଜନା ରହିଛି।

*ବୟସ ସୀମା:-

ତେବେ ଆମ ଦେଶ ରେ ଝିଅ ମାନଙ୍କ ପ୍ରତି ଚିନ୍ତାଧରା ଭିନ୍ନ , ଝିଅ ମାନଂକୁ ବୋଝ ଭାବି ତାକୁ ଜନ୍ମ ଦେବା କୁ ରୋକା ଯାଉଛି। ତେଣୁ ସରକାର ଝିଅ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ତେବେ ଝିଅ ମାନଙ୍କ ପାଠ ପଢା , ଝିଅ ମାନଙ୍କ ବାହାଘର୍ ଆଦି ସମସ୍ତ ଦାୟିତ୍ୱ ସରକାର ବୁଝିବେ। ତେବେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କ ମଧ୍ୟରୁ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟତମ ଅଟେ,ଯାହା ସାଧାରଣ ଲୋକଙ୍କୁ କ୍ଷୁଦ୍ର ସଞ୍ଚୟରେ ବଡ ପୁଞ୍ଜି ଦେଇଥାଏ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ ୭.୬ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ। ତେବେ ଏହି ଯୋଜନାରେ ଅନ୍ତର୍ଗତ ୧ ରୁ ୧୦ ବର୍ଷ ପର୍ଯ୍ୟନ୍ତ କନ୍ୟା ସନ୍ତାନ ବା ଝିଅଙ୍କ ପାଇଁ ଆପଣ ଆକାଉଣ୍ଟ ଖୋଲି ପାରିବେ।

*ଆବଶ୍ୟକ ଡକ୍ୟୁମେଣ୍ଟ:-

ସୁକନ୍ୟା ସମୃଦ୍ଧି ଯୋଜାନରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ପୋଷ୍ଟ ଅଫିସରେ ସମ୍ପର୍କ କରିବାକୁ ପଡିବ। ଯୋଜନା ଅନ୍ତର୍ଗତ ଏହି ଯୋଜାନାରେ ଆକାଉଣ୍ଟ ଖୋଲିବା ପାଇଁ ଜନ୍ମ ପ୍ରମାଣ ପତ୍ର, ମାତା-ପିତାଙ୍କ ଆଧାର, ତିନୋଟି ଫଟୋ ଆବଶ୍ୟକ ପଡିଥାଏ। ତେବେ ଏହି ଯୋଜନା ରେ ଆପଣ ନ୍ୟୁନତମ୍ ୨୫୦ ଟଙ୍କା ରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ଜମା କରି ପାରିବେ।ତେବେ ରୋଜଗାର କମ ଥିବା ଲୋକ ଏହି ଯୋଜନା ରେ ଫାଇଦା ଉଠାଇ ପାରିବେ।ତେବେ ଏହି ଯୋଜନା ଅନୁଯାୟୀ ଆପଣ ଅଧିକତମ ରାଶି ଜମା କରି ୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପାଇ ପାରିବେ ।ତେବେ ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା କରିବାରେ ସର୍ତ୍ତ କିଛି ରହିଛି।

ଏହି ଯୋଜନାର ଖାସିୟତ ହେଉଛି ଏଥିରେ କେବଳ ୧୪ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ।ତେବେ ଏହି ଯୋଜନା ପାଇଁ ଝିଅ ର ବୟସ ୧ ବର୍ଷ ରୁ ୧୦ ବର୍ଷ ହୋଇ ଥିବା ଦରକାର , ଆଉ ଆପଣ ଝିଅ ର ୧୮ ବର୍ଷ ହେଲେ ୫୦% ପଇସା ବାହାର କରି କାମ ରେ ଲଗାଇ ପାରିବେ,ଆଉ ୨୧ ବର୍ଷ ହେଲେ ଆପଣ ଙ୍କୁ ମାଚ୍ୟୁରିଟି ରାଶି ମିଳିବ । ତେବେ ଏହି ଯୋଜନା ଦ୍ୱାରା ଅନେକ ସୁବିଧା ମିଳିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।