ଭକ୍ତ କେବେହେଲେ ଖାଲି ହାତରେ ଫେରିନାହିଁ ଏହି ଚମତ୍କାରୀ ମନ୍ଦିରରୁ ଏହି ମନ୍ଦିର ର ବିଶେଷତ୍ବ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ…….

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।


ତେବେ ଆମେ ଆଜି ଆପଣଙ୍କୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ମନ୍ଦିର ମାନଙ୍କ ମଧ୍ୟରେ ମୁଖ୍ୟ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ।ତେବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ତାହା ହେଉଛି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରେ ଅବସ୍ଥିତ ମା ସିଦ୍ଧି ଭୌରବୀ ମନ୍ଦିର। ଏହି ଦେବୀ ଙ୍କର ମନ୍ଦିର ର ବିଶେଷତ୍ବ ଏହି କି ଯେ ଏହା ହେଉଛି ୫୦୦ ବର୍ଷ ପୁରାତନ ପ୍ରତ୍ୟକ୍ଷ ମନ୍ଦିର ଯେଉଁ ଠାରେ ଭକ୍ତ ମାନେ କେବେ ହେଲେ ଖାଲି ହାତରେ ଫେରିନ୍ତି ନାହିଁ ।କିନ୍ତୁ ଏହାର କିମ୍ବଦନ୍ତୀ ବିଷୟରେ ଜାଣିଲେ ଆପଣଙ୍କୁ ବିଚକ୍ଷଣ ଲାଗିବ ।


ତେବେ ସେଠାରେ କାର୍ଯ୍ୟ କରୁଥିବା ସେବକ ମାନଙ୍କ କହିବା ଅନୁଯାୟୀ , ବିଗତ ୫୦୦ ବର୍ଷ ତଳେ ହିନା ମଙ୍ଗୁଳି ନାମକ ଜଣେ ବ୍ୟକ୍ତି ସେଠାରେ ଥିବା ଚାଷ ଜାଣିରେ ହଳ କରୁଥିଲେ ଠିକ ସେହି ସମୟରେ ତାଙ୍କର ଲଙ୍ଗଳ ଏକ ପଥର ଉପରେ ଲାଗିଥିଲା ।ଆଉ ସେ ଭାବିଲେ ଯେ ତାଙ୍କର ଲଙ୍ଗଳ ଭାଙ୍ଗି ଯାଇଛି କିନ୍ତୁ ଯେତେବେଳେ ପାଖକୁ ଯାଇ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।ସେ ଦେଖିଲେ କି ସେହି ପଥର ମଧ୍ୟରୁ ରକ୍ତ ବାହାରୁଚି ବୋଲି ।ତା ପରେ ତାହାକୁ ଆଣି ମା ସିଦ୍ଧି ଭୌରବୀ ଭାବରେ ନାମିତ କରିଥିଲେ ଗାଁ ଲୋକ ।


ଆହୁରି ମଧ୍ୟ ସେଠାକାର ଜନସାଧାରଣ ତଥା ବୟସ୍କ ବ୍ୟକ୍ତି ଙ୍କର କହିବା ଅନୁସାରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ରାତିରେ ମା ଏକ ଘୋଡା ଉପରେ ବସି ସେହି ଗ୍ରାମ କୁ ଆସିଥାନ୍ତି। ସେମାନ ଙ୍କର ଏପରି କହିବାର କାରଣ ହେଉଛି ଯେ ପ୍ରତି ମଙ୍ଗଳବାର ଓ ଶନିବାର ରାତିରେ ସେମାନେ ପାଉଜି ବଜେଇ ଘୋଡା ର ଟପୁରା ଶବ୍ଦ ସେମାନେ ଶୁଣିବାକୁ ପାଇଥାନ୍ତି ।ଏହି ମନ୍ଦିର ର ବିଶେଷତ୍ବ ଏହି କି ଯେ ଏହି ମନ୍ଦିର କୁ ଆସି କେହି ବି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ ।ମା ସମସ୍ତ ଙ୍କର ମନସ୍କାମନା ପୁରା କରିଥାନ୍ତି ।ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ବହୁତ ଦେଶ ବିଦେଶ ରୁ ଭକ୍ତ ମାନେ ଏଠାକୁ ଆସିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।