ରୁଦ୍ରାକ୍ଷ କୁ ପିନ୍ଧିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ,ନଚେତ ହୋଇପାରେ ଭୀଷଣ କ୍ଷତି

0

ଇଶ୍ୱରଙ୍କ ପ୍ରଦତ୍ତ ଜିନିଷକୁ ନୀତି ନିୟମ ଅନୁସାରେ ବ୍ୟବହାର କରିବା ଉଚିତ ।ଏହା ଦ୍ୱାରା ଆମର ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।ଏହାର ଅନେକ ନୀତି ଏବଂ ନିୟମାବଳୀ ରହିଥାଏ ।ଏହାର ନୀତି ନିୟମକୁ ଅମାନ୍ୟ କରିଲେ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥାଏ ।ଆଜି ଆମେ ଯେଉ ଇଶ୍ୱରଙ୍କର ପ୍ରଦତ୍ତ ଜିନିଷ ବିଷୟରେ କୁହାଯାଇଛି ତାହା ହେଉଛି ରିଦ୍ରାକ୍ଷ ମାଳା ।ରୁଦ୍ରାକ୍ଷ ମାଳାକୁ ମହାଦେବଙ୍କର ଅଂଶ ବୋଲି କୁହାଯାଏ ।ଏହାକୁ ଧାରଣ କରିଥିବା ବ୍ୟକ୍ତିଙ୍କର ସର୍ବଦା ସମୃଦ୍ଧତା ,ସ୍ୱାସ୍ଥ୍ୟ ଏବଂ ଶାନ୍ତି ହାସଲ କରିବାର ସକ୍ଷମ ଅଟନ୍ତି ।

ମାତ୍ର ଏହି ରୁଦ୍ରାକ୍ଷ ଧାରଣ କରିବାର ଏବଂ ପୂଜା କରିବାର କିଛି ନୀତି ନିୟମ ରହିଥାଏ । ଯାହାକୁ ପାଳନ ନକଲେ ଏହି ରୁଦ୍ରାକ୍ଷ ମଧ୍ୟ କ୍ଷତି ଘଟାଇ ଥାଏ । ପ୍ରଥମେ ରୁଦ୍ରାକ୍ଷକୁ ସର୍ବାଦା ସିଦ୍ଧି କରିବା ପରେ ହିଁ ପିନ୍ଧିବା ଉଚିତ ।ଯେଉ ବ୍ୟକ୍ତି ମାନେ ଏହି ରୁଦ୍ରାକ୍ଷ ଧାରଣ କରିଥାନ୍ତି ସେମାନେ ପ୍ରତ୍ୟେକ ଦିନ ସକାଳେ ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଏବଂ ରାତିରେ ଶୋଇବା ପୂର୍ବରୁ ରୁଦ୍ରାକ୍ଷ ବାହାର କରି 9 ଥର ରୁଦ୍ରାକ୍ଷ ମନ୍ତ୍ର ଜପ କରିବା ଉଚିତ ।


ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତି ମାନେ ମାଂସାହାରୀ ଖାଦ୍ୟ ଛାଡିବା ଉଚିତ ।ଏବଂ ସେମାନେ ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ ।କୌଣସି ଶ୍ମଶାନ କିମ୍ୱା ଶବ ଦାହ ସ୍ଥାନ ମାନଙ୍କରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ ନୁହେଁ ।କୌଣସି ଘରେ ଶିଶୁ ଜନ୍ମ ହୋଇଥାଏ ସେଠାକୁ ମଧ୍ୟ ରୁଦ୍ରାକ୍ଷ ପିନ୍ଧି ଯିବା ଉଚିତ ନୁହେଁ ।ମହିଳା କିମ୍ୱା ପୁରୁଷ ମାନେ ଯୌନ ସଂପର୍କ ରଖିବା ସମୟରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ ନୁହେଁ ।ମହିଳା ମାନଙ୍କର ଋତୁସ୍ରାବ ସମୟରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ ନୁହେଁ । ରୁଦ୍ରାକ୍ଷକୁ ଅମାବାସ୍ୟା ,ସଂକ୍ରାନ୍ତି ,ପୂର୍ଣ୍ଣିମା ,ଚନ୍ଦ୍ରଗ୍ରହଣ ଇତ୍ୟାଦି ସମୟରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ ।ଏହା ଦ୍ୱାରା ଆମର ମଙ୍ଗଳ ହୋଇଥାଏ ।

ରୁଦ୍ରାକ୍ଷ ମାନଙ୍କରେ ପ୍ରବୃତି ଉତ୍ତାପ ରହିଥାଏ ।ଯାହା ଫଳରେ ଅଧିକାଶଂ ଲୋକ ପିନ୍ଧିବା ଦ୍ୱାରା ସେମାନଙ୍କ ଚର୍ମରେ ଆଲର୍ଜି ଚିହ୍ନ ଦେଖାଯାଏ । ସେମାନଙ୍କ ପାଇ ରୁଦ୍ରାକ୍ଷ ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ପାଠ କରିପାରିବେ । ସୂତା ରେ ସୁନା କିମ୍ୱା ରୂପା ଶୃଙ୍ଖଳରେ ରୁଦ୍ରାକ୍ଷ ପିନ୍ଧିପାରିବେ । ରୁଦ୍ରାକ୍ଷକୁ ସର୍ବଦା ସଫା ରଖିବା ଉଚିତ ।ପ୍ରତ୍ୟେକ ଦିନ ଏହାକୁ ନରମ ବ୍ରସ ସାହାର୍ଯ୍ୟରେ ସଫା କରିବା ଉଚିତ ।ଏହାକୁ ସୋରିଷ ତେଲ କିମ୍ୱା ରାଇ ତେଲରେ ମାଲିସ କରିବା ଉଚିତ ।

ରୁଦ୍ରାକ୍ଷକୁ ଶୋଇବା ସମୟରେ ବାହାର କରିଦେବା ଉଚିତ ।ଜପ କରୁଥିବା ରୁଦ୍ରାକ୍ଷକୁ ଗଳାରେ ଧାରଣ କରନ୍ତୁ ନାହିଁ । ଶୋଇବା ସମୟରେ ଏହାକୁ ବାହାର କରିଦିଅନ୍ତୁ ।ନଚେତ ଏହା ଚାପରେ ଭାଙ୍ଗି ଯାଇ ପାରେ ।ରୁଦ୍ରାକ୍ଷକୁ ତକିଆ ତଳେ ରଖାଯାଇ ପାରିବ ।ଏହାର ଧାରଣରେ ଆମର ସ୍ୱାସ୍ଥ୍ୟ ଠିକ ରହିଥାଏ ଏବଂ ଶାନ୍ତି ମଧ୍ୟ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।