ପ୍ରତିଦିନ ସକାଳେ ଉଠିବା ମାତ୍ରେ ଦେଖନ୍ତୁ ନାହିଁ ଏହି ୫ ଜିନିଷ , ହେବ ଅଶୁଭ

0

ମଣିଷର ଜୀବନ ଏକ ସଙ୍ଘର୍ଷମୟ ଏବଂ ରହସ୍ୟମୟ ଜୀବନ ଅଟେ। ପ୍ରତ୍ୟେକ ଦିନ ସକାଳ ର ସୂର୍ଯ୍ୟ କୁ ଦେଖି ଆରମ୍ଭ ହୋଇଥାଏ ଆମର ନିତିଦିନିଆ ଜୀବନ ତ ପୁଣି ରାତିର ଅନ୍ଧକାର ରେ ଶେଷ ହୋଇଥାଏ ଗୋଟିଏ ଦିନ । ଏହି ଦିନ ମଧ୍ୟରେ କେତେକ ଭଲ ଏବଂ କେତେକ ଖରପ ଘଟଣା ମଧ୍ୟ ଆମ ସହ ଘଟୁଥାଏ । କେବେ ଆମେ ଏହାର କାରଣ ଜାଣିଥାଉ ତ କେବେକେବେ ଅଜାଣତରେ କେତେକ ଭୁଲ କରିବସୁ ଫଳରେ ଆମର ଦିନ୍ ଟି ଖରାପ ରେ ଯାଇଥାଏ । ଏବଂ ଏହାର ଆରମ୍ଭ ହୋଇଥାଏ ପ୍ରତିଦିନ ସକାଳ ରୁ । ଯଦି ସକାଳ ଟି ଭଲରେ ଆରମ୍ଭ ହୋଇଥାଏ ତା ଆମ ଦିନ ଭଲରେ ଯାଏ ଏବଂ ଖରାପ ଦୃଶ୍ୟ ଦେଖି ଆରମ୍ଭ ହୋଇଥାଏ ତ ଦିନଟି ଖରାପ ରେ ଯାଏ ।


ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ କି , ସକାଳେ ଉଠିବା ପରେ କେଉଁ କେଉଁ ଜିନିଷ ଦେଖିବା ଉଚିତ ନୁହେଁ ।ତେଣୁ ଆମେ ଆପଣଙ୍କୁ କହିରଖୁଚୁ ଯେ ସକାଳେ ଉଠିବା ପରେ ଆପଣ କେବେହେଲେ ଏହି ୫ ଟି ଜିନିଷ କୁ ଦେଖନ୍ତୁ ନାହିଁ ନହେଲେ ଆପଣଙ୍କ ର ଦିନ ବହୁତ ଖରାପ ରେ ଯିବ ।
ସେହି ୫ ଟି ଜିନିଷ ହେଉଛି :-

୧.ଚରିତ୍ରହୀନ ନାରୀ

ସକାଳେ ଉଠିବା ମାତ୍ର କେବେହେଲେ ଚରିତ୍ରହୀନ ନାରୀ ଙ୍କର ମୁହଁ କୁ ଦେଖନ୍ତୁ ନାହିଁ ଏହା ଆପଣଙ୍କ ର ସମ୍ପୂର୍ଣ୍ଣ ଦିନ ଟୀକୁ ବର୍ବାଦ କରିଦେବ । ତେଣୁ ସକାଳେ ଉଠିବା ମାତ୍ରେ ଏହି ନାରୀ ମାନଂକ ଠାରୁ ଦୂରରେ ରୁହନ୍ତୁ ଏବଂ ଯାଦି ସମ୍ଭବ ତେବେ ନିଜର ବାପା ମା ବା ଭଗବାନ ଙ୍କର ମୁହଁକୁ ଦର୍ଶନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର ଦିନ ବହୁତ ଭଲରେ କଟିବ ।

 

୨.ଆଇନା

ବହୁତ ଲୋକଙ୍କ ର ଅଭ୍ୟାସ ରହିଥାଏ କି ସକାଳେ ଉଠି ଆଇନା ଦେଖିବା ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଏହା ସମ୍ପୂର୍ଣ୍ଣ ଅଶୁଭ ହୋଇଥାଏ ।ଯଦି ସକାଳେ ଉଠି ମୁହଁ ଧୋଇବା ପୂର୍ବରୁ ଆପଣ କୌଣସି ଆଇନା ବା ଭଙ୍ଗା କାଚ କୁ ଦେଖିଥାନ୍ତି ତ ଆପଣଙ୍କ ଉପରେ ନକରାତ୍ମକ ଦୃଷ୍ଟି ରହିଥାଏ । ତେଣୁ ସବୁବେଳେ ଏହାକୁ ନକରିବା ଉଚିତ ।ଏହା ଦ୍ଵାରା ଆପଣ କାଙ୍ଗାଳ ହୋଇଯିବେ ।

୩.ଓଲଟା ଚପଲ ଏବଂ ଧାରୁଆ ଜିନିଷ

ସକାଳେ ଉଠିବା ମାତ୍ରେ କେବେହେଲେ ଓଲଟା ଚପଲ କିମ୍ବା କୌଣସି ଧାରୁଆ ଜିନିଷ କୁ ଦେଖନ୍ତୁ ନାହିଁ ।ଏହିସବୁ ଜିନିଷ କୁ ଦେଖିବା ଦ୍ବାରା ଆପଣଙ୍କ ର ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ତେଣୁ କେବେହେଲେ ସକାଳେ ଏସବୁ ଜିନିଷ ଦେଖନ୍ତୁ ନାହିଁ ।

୪. ଅଇଁଠା ବାସନ

ସକାଳେ ଉଠିବା ମାତ୍ରେ ଆପଣ ଭୁଲରେ ବି ଅଇଁଠା ବାସନକୁ କିମ୍ବା ଖାଲି ବାଲ୍ଟି କୁ ଦେଖନ୍ତୁ ନାହିଁ । ଏହାକୁ ଦେଖିବା ଫଳରେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର କୁଦୃଷ୍ଟି ପଡିଥାଏ ।ଏବଂ ଆପଣଙ୍କ ପରିବାରରେ ଦାରିଦ୍ର୍ୟତା ଦେଖାଦିଏ ।

୫.କଳି ଝଗଡା

ସକାଳେ ଉଠିବା ପରେ ଆପଣ କେବେ ହେଲେ କଳିଝଗଡା ହେଉଥିବା ସ୍ଥାନ କୁ ଯାଆନ୍ତୁ ନାହିଁ କିମ୍ବା ଏହି ଦୃଶ୍ୟ କୁ ମଧ୍ୟ ଦେଖନ୍ତୁ ନାହିଁ ।ଏହା ଦ୍ୱାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।