ଦେଖନ୍ତୁ ଭୟାନକ ! ଓଡ଼ିଶା ରେ ରହିଛି ସବୁଠାରୁ ରହସ୍ୟମୟ ଏହି ମନ୍ଦିର ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।

ତେବେ ଆମେ ଆଜି ଆପଣଙ୍କୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ମନ୍ଦିର ମାନଙ୍କ ମଧ୍ୟରେ ମୁଖ୍ୟ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ।ତେବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ତାହା ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଅବସ୍ଥିତ ଚଉସଠି ଯୋଗିନୀ ପୀଠ। ଏହି ଦେବୀ ଙ୍କର ମନ୍ଦିର ର ବିଶେଷତ୍ବ ଏହି କି ଯେ ଏହା ହେଉଛି ୫୦୦ ବର୍ଷ ପୁରାତନ ପ୍ରତ୍ୟକ୍ଷ ମନ୍ଦିର ଯେଉଁ ଠାରେ ଭକ୍ତ ମାନେ କେବେ ହେଲେ ଖାଲି ହାତରେ ଫେରିନ୍ତି ନାହିଁ ।କିନ୍ତୁ ଏହା ପ୍ରାୟ ତାନ୍ତ୍ରିକ ପୀଠ ଭାବରେ ସାରା ରାଜ୍ୟରେ ପରିଚିତ ଅଟେ ।ଏହା ମହାରଜ ଶିଶୁପାଳ ଙ୍କର ଦ୍ୱାରା ନିର୍ମିତ ଅଟେ ଯେଉଠରେ ୬୪ ଜଣ ଠାକୁର ନାରୀ ରୂପରେ ପୂଜା ପାଉଛନ୍ତି।

ତେବେ ଆମ ଦେଶରେ ଅନେକ ତାନ୍ତ୍ରିକ ପୀଠ ରହିଛି କିନ୍ତୁ ଏହା ତାନ୍ତ୍ରିକ ପୀଠ ଟି ସବୁ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଅଟେ ।ଏଠାରେ ୬୪ ଜଣ ଦେବତା ଙ୍କର ମୂର୍ତ୍ତି ପୂଜା ପାଇଥାନ୍ତି ।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଯେ ଏଠାରେ ଭଗବାନ ଗଣେଶ ନାରୀ ରୂପରେ ଅବସ୍ଥିତ ଅଟନ୍ତି ଯାହାକି କୌଣସି ମନ୍ଦିର ରେ ନାହିଁ କହିଲେ ଅତୁଟ ହେବ ନାହିଁ ।ତେବେ ଏଠାକାର ସେବକ ମାନଙ୍କ ର କହିବା ଅନୁସାରେ ଏଠାରେ ଥିବା ସମସ୍ତ ପ୍ରତିମା ର ଅଲଗା କାହାଣୀ ରହିଛି ।ଏହି ମନ୍ଦିର ଟି ପୁରୀ ମନ୍ଦିର ଠାରୁ ପ୍ରାୟ ୨୦୦ ବର୍ଷ ପୁରାତନ ବୋଲି କହିଛନ୍ତି ସେଠାକାର ବାସିନ୍ଦା ।

ଏହି ମନ୍ଦିର ର ଇତିହାସ ଅନୁସାରେ ଯେତେବେଳେ ସ୍ୱର୍ଗ ରେ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା ସେତେବେଳେ ସେହି ଅସୁର ମାନଙ୍କର ରକ୍ତ ପତଳା ରେ ପଡୁଥିଲା ଆଉ ସେଥିରୁ ଜନ୍ମ ନେଉଥିଲେ ହଜାର ହଜାର ଅସୁର ।ସେହି ଅସୁର ଙ୍କୁ ବଧ କରିବା ଲାଗି ମା ପାର୍ବତୀ ୬୪ଟି ଯୋଗିନୀ ରୂପ ନେଇ ତାଙ୍କର ବିନାଶ କରିଥିଲେ ।ତେଣୁ ଏହାକୁ ଚଉଷଠି ଯୋଗିନୀ ପୀଠ ବୋଲି କୁହାଯାଏ ।ଏହି ମନ୍ଦିର ର ବିଶେଷତ୍ବ ଏହି କି ଯେ ଏହି ମନ୍ଦିର କୁ ଆସି କେହି ବି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ ।ମା ସମସ୍ତ ଙ୍କର ମନସ୍କାମନା ପୁରା କରିଥାନ୍ତି ।ଏହି ମନ୍ଦିର କୁ ଦର୍ଶନ କରିବା ପାଇଁ ବହୁତ ଦେଶ ବିଦେଶ ରୁ ଭକ୍ତ ମାନେ ଏଠାକୁ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।