ମହାମାରୀ ଭିତରେ ବଡ ନିଷ୍ପତି : ବିଡି, ସିଗାରେଟ୍, ଗୁଟୁଖା ସେବନ କରୁଥିଲେ ଏଣିକି ମିଳିବନି ଚାକିରୀ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆଜି କାଲି ର ପିଲା ମାନେ ଅନେକ ମାତ୍ରାରେ ନିଶାସକ୍ତ ହୋଇଗଲେଣି। ଆମେ ଯଦି ଦେଖିବା ଶହେ ରୁ ନବେ ପ୍ରତିଶତ ଲୋକ ନିଶ୍ଚିତ ଭାବେ କିଛି ନା କିଛି ନିଶା ନେଉଥିବେ। ଲୋକ ମାନେ ଏତେ ପରିମାଣରେ ନିଶା ନେଉଛନ୍ତି କି ସେମାନେ ନିଶାରେ ଥିବା ସମୟ ରେ କଣ କଣ ସବୁ କାମ କରି ଦେଉଛନ୍ତି ତାହା ମଧ୍ୟ ସେମାନେ ଜାଣି ପାରୁନାହାଁନ୍ତି। ଆମେ ଯଦି ଦେଖିବା ଆମ ସମାଜରେ ଯେତେ ସବୁ ଦୁର୍ଘଟଣା, ଦୁଷ୍କର୍ମ କି ଆଉ କିଛି ବି ସବୁ ଘଟଣା ଦେଖିବାକୁ ମିଳୁଛି, ସେହି ସବୁ ଲୋକ ମାନେ ମଦ ପିଇ ହିଁ କରୁଛନ୍ତି। ମଦ ପିଇ ଲୋକ ମାନେ ଗାଡି ଚଲାଉଛନ୍ତି, ହୋସ୍ ରେ ନରହି ଗାଡି ଚଲାଉଛନ୍ତି ଆକ୍ସିଡେଣ୍ଟ୍ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କ ର ତ ଜୀବନ ଯାଉଛି ଯାଉଛି, ତାହା ସହ ଆଉ ଏକ ନୀରିହ ଲୋକ ର ଜୀବନ ମଧ୍ୟ ଯାଉଛି।


ଆଉ ଯେଉଁ ସବୁ ଦୁଷ୍କର୍ମ ସବୁ ଦେଖିବାକୁ ମିଳୁଛି ସେହି ସବୁ ତ ଲୋକ ମାନେ ନିଶା ରେ ରହି କରୁଛନ୍ତି। ଏହା ଦ୍ୱାରା ଏକ ଝିଅ ର ଭବିଷ୍ୟତ ନଷ୍ଟ ହେବା ସହ ତାର ଜୀବନ ମଧ୍ୟ ନେଇ ଯାଉଛନ୍ତି। ଅନେକ ଲୋକ ମାନେ ବି ଅଛନ୍ତି, ଯେଉଁମାନେ କି ଟିକେ ଗରୀବ ଶ୍ରେଣୀର ଲୋକ, ସେମାନେ ଦିନ ସାରା ଖଟି ଦିପଇସା ରୋଜଗାର କରନ୍ତି, ସେସବୁ କୁ ରାତି ହେଲେ ମଦ ପିଇ ସେଥିରେ ଉଡାଇ ଦିଅନ୍ତି, ଘର କୁ ଖାଇବା ପିଇବା ପାଇଁ ବି ପଇସା ପତ୍ର ଦିଅନ୍ତି ନାହିଁ, ଆଉ ଏହି ସବୁ ପାଇଁ ତାଙ୍କୁ ତାଙ୍କର ଘର ଲୋକ ବିରୋଧ କରିଲେ ସେମାନେ ସେମାନେ ମାଡଧର କରନ୍ତି। ସମାଜରେ ନିଶା ଯୋଗୁଁ ଅନେକ ପ୍ରକାର ର ଅସୁବିଧା ସବୁ ଦେଖିବାକୁ ମିଳୁଛି। ତେବେ ସେହି ଲୋକ ମାନଙ୍କ ପାଇଁ ଝାଡଖଣ୍ଡ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି।

ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ୍। ଝାଡଖଣ୍ଡ ସରକାର କହିଛନ୍ତି ଯେ, ଯେଉଁ ଲୋକ ମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ଅଛନ୍ତି, ସେମାନେ ସେଥିପାଇଁ ଆବେଦନ କରିବା ସମୟ ରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ହେବ। ଯେଉଁ ସତ୍ୟପାଠ ରେ ଲେଖା ଥିବ କି ସେମାନେ ଆଗରୁ କେବେ ନିଶା ସେବନ କରୁନଥିଲେ କି ଚାକିରୀ କରିବା ପରେ ବି ସେମାନେ ନିଶା ସେବନ କରିବେ ନାହିଁ। ପୂର୍ବ ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ୍ ବୈଠକ ରେ ଏପରି ନିଷ୍ପତ୍ତି ନିଆ ଯାଇଛି।


ଝାଡଖଣ୍ଡ ରେ ଏପରି ନିଷ୍ପତ୍ତି ହେବା ପରେ, ମନ୍ତ୍ରୀ ଥିବା ଆଲାମଗୀରି ଆଲାମ କହିଛନ୍ତି କି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ, ଏହାକୁ ସବୁ ଲୋକ ସହଯୋଗ କରିବା ଆବଶ୍ୟକ। ଏହା ଦ୍ୱାରା ଆଗାମୀ ପିଢି କୁ ତମାଖୁ ପରି ମାରାତ୍ମକ ଅଭ୍ୟାସରୁ ମୁକୁଳା ଯାଇ ପାରିବ। ନ୍ୟାସନାଲ୍ ତମାଖୁ କଣ୍ଟ୍ରୋଲ୍ ପ୍ରୋଗ୍ରାମ ର ଝାଡଖଣ୍ଡ ରାଜ୍ୟର ନୋଡାଲ ଅଧିକାରୀ ଏଲ୍. ଆର୍ ପାଠକ କହିଛନ୍ତି କି କମିଟି ଏହି ନିଷ୍ପତ୍ତି ନେଇଛନ୍ତି କି ଏହି ଆଇନ୍ ରାଜ୍ୟରେ ଆସନ୍ତା 2021 ମସିହା ଏପ୍ରିଲ୍ ମାସ ଠାରୁ ଲାଗୁ କରାଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।