ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପରୀ ର ବାପା ଓ ମା କହିଲେ ଏଭଳି କଥା ସମସ୍ତେ ଶୁଣି କହିଲେ ….

0

ସାରା ଦେଶ ଏବଂ ଆମ ସାରା ରାଜ୍ୟରେ ଆଗରୁ ଝିଅ ବୋହୂ ମାନେ ସୁରକ୍ଷିତ ନଥିଲେ, ଏବେ କିନ୍ତୁ ଛୋଟ ଛୋଟ କଅଁଳ ଶିଶୁ ମାନେ ବି ଆଉ ସୁରକ୍ଷିତ ନାହାଁନ୍ତି। ଗୋଟେ ଲୋକ କଣ ଏତେ ମାତ୍ରାରେ ନିର୍ଦୟ ହୋଇ ପାରେ କି। ପ୍ରଥମେ ଝିଅ, ବୋହୂ ମାନଙ୍କ ର ଇଜ୍ଜତ୍ ନେଇ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲେ, ଏବେ ଛୋଟ ଛୋଟ ଝିଅ ମାନଙ୍କୁ ବି ଛାଡୁନାହାଁନ୍ତି। ଏବେ ତ ପ୍ରାୟ ପ୍ରତିଦିନ ଶୁଣିବାକୁ ମିଳୁଛି କେଉଁଠି ନା କେଉଁଠି କେତେକ ଝିଅ ମାନଙ୍କ ର ଜୀବନ ଯାଉଛି। ଝିଅ ମାନେ ଆଉ ଜମାବି ସୁରକ୍ଷିତ ନାହାଁନ୍ତି। ଏହାର ପରିମାଣ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଦିନ କୁ ଦିନ ଲୋକ ମାନେ ପରିବର୍ତ୍ତନ ହେବା ବଦଳରେ ଆହୁରି ହିଂସ୍ର ହେବାକୁ ଲାଗିଛନ୍ତି।

ତେବେ ଆମ ରାଜ୍ୟରେ ବହୁ ଚର୍ଚ୍ଚିତ ପରୀ ର ହତ୍ୟା ମାମଲା ଏବେ ଏକ ଭୟଙ୍କର ମୋଡ ନେବାରେ ଲାଗିଛି। ପରୀର ନ୍ୟାୟ ପାଇଁ କେବଳ ସାରା ରାଜ୍ୟ ନୁହଁ ସାରା ଦେଶବାସୀ ବି ସ୍ୱର ଉଠାଅଛନ୍ତି। ପରୀର ହତ୍ୟା ମାମଲା ପଛରେ ଜଣେ ମନ୍ତ୍ରୀ ଙ୍କ ହାତ ଥିବା କଥା ବି ଜଣା ପଡିଥିଲା। ବିଜେଡି ମନ୍ତ୍ରୀ ଏହି କେସ୍ ସହ ଯୋଡିତ ଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା। ଏହି ସମ୍ପର୍କ ରେ ଏକ କଲ୍ ରେକର୍ଡ ମଧ୍ୟ ସୋସିଆଲ ମିଡ଼ିଆ ରେ ଖିବ୍ ଜୋରରେ ଭାଇରାଲ୍ ହୋଇଥିଲା। ଏହି କଲ୍ ରେକର୍ଡ ଟି ମନ୍ତ୍ରୀ ଅରୁଣ ସାହୁ ଙ୍କ ର ବୋଲି ମଧ୍ୟ କୁହାଯାଉଥିଲା। ତେବେ ଏହି ସମ୍ପର୍କରେ ଏବେ ପରୀ ଙ୍କ ର ବାପା ମାଆ ଙ୍କ ର ବୟାନ୍ ମିଳିଛି। ଯେଉଁଥିରେ ସେମାନେ ସେମାନଙ୍କ ପ୍ରତି ହୋଇଥିବା ସବୁ ଅନ୍ୟାୟ କଥା କୁ କହୁଛନ୍ତି। ତେବେ ଆସନ୍ତୁ ଜାଣିବା ପରୀର ବାପା ମାଆ କଣ କହୁଛନ୍ତି।

ପରୀ ଏକ ବହୁତ ଛୋଟ ପିଲା ଥିଲା, ତାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ତାକୁ ହତ୍ୟା କରିବା ପରେ ତାର ଶରୀର କୁ ଟିକ୍ ଟିକ୍ କରି କାଟି ବୁରା ରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିଲା ଏବଂ ତାର ଆଖି, କିଡନୀ ଆଦି ସବୁ ଖୋଲି ନିଆ ଯାଇଥିଲା। ପରୀକୁ ନ୍ୟାୟ ଦେବା ପାଇଁ ଦାବି କରି ପରୀର ବାପା ମାଆ ବିଧାନସଭା ଆଗରେ ନିଜ ଦେହରେ କିରୋସିନ୍ ଢାଳି ନିଜକୁ ମାରିଦେବା ପାଇଁ ଚେଷ୍ଟା କରୁଥିଲେ,କିନ୍ତୁ ଏହି ସମୟ ରେ ସେଠାରେ ଉପସ୍ଥିତ ଥିବା ପୋଲିସ୍ ମାନେ ସେମାନଙ୍କୁ ଆୟତ୍ତ କରି ଏକ ଅଟୋ ସାହାର୍ଯ୍ୟ ରେ ପୋଲିସ୍ ଷ୍ଟେସନ୍ କୁ ନେଇଥିଲେ। ସେମାନଙ୍କ କହିବା ଅନୁଯାୟୀ ସେମାନଙ୍କ ପୋଲିସ ଥାନା ଅଧିକାରୀ ମାନେ ପରୀ କୁ ଯେଉଁ ମାନେ ମାରିଛନ୍ତି ସେମାନଙ୍କ ଠାରୁ ଟଙ୍କା ଖାଇଛନ୍ତି ଏବଂ ଏହି କେସ୍ କୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି ଆମକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ।

ପରୀର ର ବାପା ମାଆ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି, ଯେଉଁମାନେ ଏହି କେସ୍ ସହ ସମ୍ପୃକ୍ତ ଅଛନ୍ତି ସେମାନେ କହୁଛନ୍ତି କି ଏହି କେସ୍ ରେ ଲାଗୁ 10 ଲକ୍ଷ ଲାଗୁ 15 ଲକ୍ଷ ଲାଗୁ ଆମେ ଏହି କେସ୍ ଉଡେଇଦେବା ଆଉ ତା ବାପା ମାଆ ଙ୍କୁ କିରୋସିନ୍ ଢାଳି ଜାଳିଦେବା। ସେମାନଙ୍କୁ ଅନେକ ଧମକ ମଧ୍ୟ ଦେଉଛନ୍ତି କହୁଛନ୍ତି ପିଲା କୁ ଯେପରି ଟିକ୍ ଟିକ୍ କରି କାଟି ଫିଙ୍ଗି ଦେଇଥିଲୁ ତମକୁ ବି ସେମିତି ଟିକ୍ ଟିକ୍ କରି କାଟି ଫିଙ୍ଗି ଦେବୁ। ପରୀ ଙ୍କ ବାପା ଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ଏବଂ ତାଙ୍କ ମୁଣ୍ଡ ରେ ରକ୍ତ ମଧ୍ୟ ଜମାଟ ବାନ୍ଧି ଯାଇଛି। ପୋଲିସ୍ ମାନେ ବି ସେହି ହତ୍ୟା କାରୀ ମାନଙ୍କ ସହ ମିଶି ପରୀର ବାପା ମାଆ ଙ୍କୁ ସହଯୋଗ କରୁ ନାହାଁନ୍ତି ଓଲ୍ଟି ଏମାନଙ୍କୁ ନାଲି ଆଖି ଦେଖାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।