ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିଲେ ଚଳାଉଥିବା ବ୍ୟକ୍ତି ବିରୁଦ୍ଧରେ ନିଆଯିବ ଏହି ଦୃଢ କାର୍ଯ୍ୟାନୁଷ୍ଠାନ, ସେୟାର କରି ନିଶ୍ଚୟ ଜଣାନ୍ତୁ……

0

ଏହି କିଛି ଦିନ ହେବ ଆମେ ଦେଖିବାକୁ ପାଉଛୁ କି ଆମ ରାଜ୍ୟ ରେ ଲୋକ ମାନେ ବହୁତ ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଛନ୍ତି। ଆଜି କାଲି ର ପିଲା ମାନେ ତ ଗୋଟେ ଗୋଟେ ବାଇକ୍ ପାଇଗଲା ପରେ ମନ ଇଚ୍ଛ ଗାଡି ଚଲଉଛନ୍ତି, ମଣିଷ ମାନଙ୍କୁ ବି ମାନୁ ନାହାଁନ୍ତି। ରାସ୍ତା ରେ ଲୋକ ମାନେ ଯାଉଥିଲେ ବି ସେମାନେ ବହୁତ ଜୋରରେ ଗାଡି ଚଳାଉଛନ୍ତି। ତେବେ ଆମେ ଯଦି ଦେଖିବାକୁ ଯିବା ତେବେ ଏହି ଦୁର୍ଘଟଣା ଦ୍ୱାରା ପ୍ରତିବର୍ଷ ଅନେକ ଲୋକ ମାନଙ୍କ ର ଜୀବନର ଯାଉଛି। ବେଶୀ ଛୋଟ ଛୋଟ ପିଲା ମାନେ ଅଧିକ ଜୋରରେ ଗାଡି ଚଲାଉଛନ୍ତି। ତେବେ ଏହା ପାଇଁ ସରକାର ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ। ଯେଉଁ ବ୍ୟକ୍ତି ବିନା ହେଲମେଟ୍ ରେ ଗାଡି ଚଲାଉଥିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଫାଇନ୍ ମଧ୍ୟ ନିଆଯିବ।


ତେବେ ବାରମ୍ବାର ଲୋକ ମାନଙ୍କ ର ସୁରକ୍ଷା ପାଇଁ ଆମ ରାଜ୍ୟ ପରିବହନ ଅନେକ ପ୍ରକାରର ନୂତନ ନିୟମ ସବୁ ଲାଗୁ କରୁଛି, ଏଥି ପାଇଁ ଅନେକ ଗାଇଡ୍ ଲାଇନ୍ ବି ଜାରି କରୁଛି ରାଜ୍ୟ ପରିବହନ। ଏବେ ଆଉ ଏକ ନୂତମ ନିୟମ ଲାଗୁ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଏହି ନିୟମ ଗାଡି ଚଳାଉଥିବା ବ୍ୟକ୍ତି ଙ୍କ ପଛ ପଟେ ବସିଥିବା ଲୋକ ମାନଙ୍କ ପାଇଁ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ ଗାଡି ଚଳାଉଥିବା ବ୍ୟକ୍ତି ଙ୍କ ପଛପଟେ ବସିଥିବା ବ୍ୟକ୍ତି ବି ହେଲମଟ୍ ପିନ୍ଧିବା ପାଇଁ ବାଧ୍ୟତାମୂଳକ ଅଟନ୍ତି।


ଏହି ନିୟମ କୁ କଡାକଡି ଭାବେ ଲାଗୁ କରିବାକୁ ଯାଉଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯଦି ଗାଡି ର ପଛପଟେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିବେ ଆଉ ଗାଡି ଚଳାଉଥିବା ବ୍ୟକ୍ତି ସେହିପରି ଭାବରେ ଗାଡି ଚଳାଉଥିବେ, ତେବେ ଗାଡି ଚଳାଉଥିବା ବ୍ୟକ୍ତି ଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି କୁହିଯାଇଛି। ଆଉ ଏହି ନିୟମ କୁ ଯିଏ ବି ଉଲଙ୍ଘନ କରିବେ ତାଙ୍କ ପ୍ରତି ବହୁତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଗତ କାଲି ଆରଟିଓ ପକ୍ଷରୁ କଟକ ରେ ଟ୍ରାଫିକ୍ ନିୟମ ଉଲଙ୍ଘନ କାରୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ତାହା ସହ 40 ବ୍ୟକ୍ତି ଙ୍କ ଡ୍ରାଇଭିଂ ଲାଇସେନ୍ସ ବି ରଦ୍ଦ କରା ଯାଇଥିଲା।


ଏହି ସବୁ ପାଇଁ ସରକାର ଏବେ ଏକ ନୂତମ ନିୟମ ଆଣି ତାହାକୁ ଲାଗୁ ମଧ୍ୟ କରିବାକୁ ଯାଉଛନ୍ତି। ଏହି ସବୁ ପାଇଁ ଏସଟିଏ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି, ଏହି ସଂକ୍ରାନ୍ତ ରେ କୁହା ମଧ୍ୟ ଯାଇଛି, ଆଉ ଏହି ସଂକ୍ରାନ୍ତ ରେ ଉଲ୍ଲେଖ ମଧ୍ୟ କରାଯାଇଛି। ତେବେ ବିଭାଗ ତରଫରୁ କରା ଯାଇଥିବା ଟ୍ୱିଟ୍ ରେ ଏହା ମଧ୍ୟ କୁହାଯାଇଛି କି ଦୟାକରି ଆପଣ ମାନେ ହେଲମେଟ୍ ପିନ୍ଧନ୍ତୁ ଆଉ ଆପଣ ମାନଙ୍କ ଜୀବନ ବଞ୍ଚାଇବା ସହ ଜୋରିମାନା ଦେବାରୁ ମଧ୍ୟ ବଞ୍ଚନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।