ଗୋଟିଏ ପକ୍ଷେ ବର ବରଯାତ୍ରୀର ଆସୁଥିବା ବେଳେ ଅପର ପକ୍ଷରେ କନ୍ୟାର ଉଠୁଥିଲା କୋକେଇ ! ମୃର୍ତ୍ୟୁ ର କାରଣ ଜାଣିଲେ ଅବାକ୍ ହୋଇଯିବେ

0

ବିବାହର ଋତୁ ମାର୍ଗଶିର ଦେଶର କଣ ଅନୁକୋଣରୁ ବିବାହବନ୍ଧନ ସୂତ୍ର ଗଢି ଚାଲିଛି | କି ଧନୀ କି ଗରିବ ସମସ୍ତେ ଏଥିରେ ଯୋଡ଼ା | ଏହା ଏମିତି ଏକ ସମ୍ପର୍କର ସୂତ୍ର ଯାହା ଦୁଇ ପାରିବ ମଧ୍ୟରେ ଗଢିଉଠେ ସମ୍ପର୍କର ସେତୁ | ମାତ୍ର ଏହି ସମୟ ରେ ଗଢି ଉଠିଛି ଆପତ୍ତିଜନକ ଦୁଃଖଦ ଘଟଣା | ଯାହାଦ୍ୱାରା ଭାଙ୍ଗି ପଡିଛି ଦୁଇ ପରିବାର | ଘଟଣାଟି ଉତ୍ତରପ୍ରଦେଶ ରାଜ୍ୟର କୁଶୀନଗରର ଖାଡା ଅଞ୍ଚଳର ଜଣେ ପୁଅ ଏବଂ ନେବୁଆ ନୌରଙ୍ଗିଆ ଅଞ୍ଚଳର ଝିଅ ରବିବାର ଦିନ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଯେଉଁ ଦିନ ଏହି ବିବାହ ହେବା କୁ ଯାଉଥିଲ ବିବାହ କରୁଥିବା କନ୍ୟାଟି ପ୍ରାଣବାୟୁ ସେହିଦିନ ଚାଲିଗଲା |


ଘଟଣାଟି ଘଟିଥିଲା କିଛି ଏପରି କୁଶୀନଗରର ଖଡ୍ଡା ଅଞ୍ଚଳର ଧାନୌଜୀ ଆବାଦକରୀ ଗ୍ରାମର ଉଦୟଭାନଙ୍କ ବଡ ପୁଅ ଓମପ୍ରକାଶ କୁଶୱାହାଙ୍କ ବିବାହ ନେବୁଆ ନୌରାଙ୍ଗିଆ ଥାନା ଅନ୍ତର୍ଗତ କାଠନଇୟା ଖୁଚା ଟୋଲାର ନିବାସୀ ଶ୍ରୀନାରାୟଣଙ୍କ ଝିଅ ମାୟାଙ୍କ ସହିତ ନଭେମ୍ବର ମାସ ୨୯ ତାରିଖରେ ହେବାକୁ ଥିଲା | ମାତ୍ର ଏହାର ତିନିଦିନ ପୂର୍ବରୁ କନ୍ୟା ମାୟାଙ୍କ ପରିବାର ଲୋକ ବର ଓମପ୍ରକାଶଙ୍କୁ ବାଡୁଅ ପାଣି ଗାଧୁଆ କରିଥିଲେ | ମାତ୍ର ସେହିଦିନ କନ୍ୟା ମାୟା ତାଙ୍କ ଭାଇଙ୍କ ସହିତ କିଛି ବିବାହ ସାମଗ୍ରୀ ଆଣିବାକୁ ନିକଟ ବଜାର ଯାଇଥିଲେ | ଏହି ସମୟରେ ଏକ ବ୍ରେକରରେ ଗାଡିଟି ନିଜର ଭାରସାମ୍ୟ ହରାଇ ବସିଥିଲା ଏବଂ ମାୟା ଆହତ ହୋଇଥିଲେ |

ତେଣୁ ସେଠାରୁ ଡାକ୍ତରଖାନାରେ ମାୟାଙ୍କ ଚିକିତ୍ସା କରାଯାଇଥିଲା | ସେ ମଧ୍ୟ ସୁସ୍ଥ ହୋଇ ତାଙ୍କ ଘରକୁ ତାପରଦିନ ଫେରିଯାଇଥିଲି | କିନ୍ତୁ ବିବାହ ଦିନ ନଭେମ୍ବର 29 ସକାଳେ ହଠାତ ମାୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁନଃ ଖରାପ ଦିଗରେ ଗତି କରିଥିଲା ଏବଂ ପୁଣି ଡାକ୍ତରଖାନ ସ୍ଥାନାନ୍ତରି ସମୟରେ ସେ ଇହଧାମ ତ୍ୟାଗ କରିଥିଲେ | ଯେତବେଳେ ବର ର ପରିବାର ଏହି ସମ୍ପର୍କରେ jଆଣିବାକୁ ପାଇଲେ ସେମାନେ ସ୍ତବ୍ଧ ହୋଇଗଲେ ଏବଂ ବର ନିଜେ ନିଜକୁ ସମ୍ଭାଳି ପାରିନଥିଲେ | ଏମିତିକି ସେ ଏହି ଦୁଃଖଦ ଘଟଣା ଶୁଣିବା ପରେ ତଳେ କଚାଡି ହୋଇ ପଡିଯାଇଥିଲେ | ଦୁଇ ପରିବାର ମଧ୍ୟରେ ଖେଳି ଯାଇଥିଲା ଦୁଃଖର ଲହରୀ ନିଜର କୋହ କେହିବି ଚାପି ପାରିନଥିଲେ | ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଜୀବନ ଦୀପଟି ଯେପରି ହଠାତ ଲିଭିଗଲା |


କନ୍ୟାଙ୍କୁ ବିବାହ ଶୋଭାଯାତ୍ରାରେ ଆଣିବାକୁ କରିବାକୁ ଥିବା ବର ଏବଂ ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ଶେଷରେ କନ୍ୟାର ଅନ୍ତିମ ବିଦାୟରେ ସାମିଲ ହୋଇଥିଲେ | ଯାହା ହେବାରେ ଥିବ ତାହାକୁ କେହି ବଦଳାଇ ପାରିବେ ନାହିଁ | ତେଣୁ ଉଭୟ ପରିବାର ଲୋକ ଏହି ଦୁଃଖଭରା ସତ୍ୟଟିକୁ ମାନିନେଇ ଥିଲେ | ପରିଶେଷରେ ବରଘର ଲୋକ ବିଦାୟ ନେଇଥିଲେ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।