ଜ୍ୟୋତିଷ ଶାସ୍ତ୍ର – ଅଳତାର ବ୍ୟବହାର କିପରି ହେଲେ ଗ୍ରହ ଦୋଷ, ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଏବଂ ଗୃହରେ ହୋଇଥାଏ ଧନର ବର୍ଷା !!!

0

ବନ୍ଧୁଗଣ ଆଜି ଆମେ ଓଡ଼ିଆ ଘରର ଏକ ମହତ୍ତ୍ୱବାନ ଜିନିଷ ବିଷୟରେ ଜାଣିବାକୁ ଯାଉଛୁ | ତାହା ହଉଛି ଅଳତା | ଅଳତା ଏକ ଶ୍ରେଷ୍ଠ ସୃଙ୍ଗାର ଅଟେ | ମହିଳାମାନଙ୍କ ୧୬ ସୃଙ୍ଗାର ମାନଙ୍କ ମଧ୍ୟରୁ ଏହା ଏକ ଉଚ୍ଚକୋଟିର ସୃଙ୍ଗାର ହୋଇଥାଏ | ଏହା କେବଳ ମହିଳାମାନଙ୍କ ସୁନ୍ଦରତା ବଢ଼ାଇନଥାଏ ତାହା ସହ ଅନେକ ରୋଗରୁ ରକ୍ଷାକରିବା ସହିତ ମାତା ଲଷ୍ମୀଙ୍କ ସନ୍ତୁଷ୍ଟ ମଧ୍ୟ କରିଥାଏ | ଯାହା ଦ୍ଵାରା ଗ୍ରୁହରେ ସୁଖ ଭରିବା ସହିତ ଧନର ବର୍ଷା ହୋଇଥାଏ |

ଆପଣମାନେ ଅନେକ ପୌରାଣିକ କଥା ଦେଖିଥିବେ ସବୁଥିରେ ସମସ୍ତ ଦେବା ଦେବୀମାନେ ଅଳତା ପିନ୍ଧିଥିବା ଆପଣମାନେ ଦେଖିଥିବେ | ମାତା ଲଷ୍ମୀ କୁଆଁରୀ ଝିଅମାନଙ୍କୁ ଗୌରୀ ବୋଲି କହିଥାନ୍ତି ଓ ବିବାହିତ ମହିଳାମାନଙ୍କୁ ଗୃହଲଷ୍ମୀ କହିଥାନ୍ତି ମାତା ଲଷ୍ମୀ ଯେପରି ସର୍ବଦା ଅଳତା ଲଗାଇଥାନ୍ତି ସେଚାହିଁଥାନ୍ତି ସବୁ ବିବାହିତ ମହିଳାମାନେ ଅଳତା ଧାରଣ କରନ୍ତୁ |

ଏହା ଦ୍ଵାରା ଘରର ସମସ୍ତ ଅଶୁବିଧା ଦୂର ହୋଇଥାଏ ଓ ଗୃହକୁ ଅଶାନ୍ତି ଆସିନଥାଏ | ଘରେ ସର୍ବଦା ମାତା ଲଷ୍ମୀଙ୍କର କୃପା ରହିଥାଏ ଯାହା ଦ୍ଵାରା ଧନର ବର୍ଷା ହୋଇଥାଏ | ଅଳତା ଲଗାଇବା ଦ୍ଵାରା ଶରୀରର ଅନେକ ରୋଗମଧ୍ୟ ଦୂର ହୋଇଥାଏ | ଦେହ, ମନ ଓ ମତିଷ୍କ ଶାନ୍ତ ରହିଥାଏ | ଏହାକୁ ପାଦରେ ଲଗାଇବାଦ୍ଵାରା ପାଦଫଟା ରୋଗ ଓ ପାଣିଖିଆ ରୋଗ ମଧ୍ୟ ଦୂରହୋଇଥାଏ


ଏବେତ ସହରାଞ୍ଚଳ ମାନଙ୍କରେ ମହିଳାମାନେ ଅଳତା ଲଗାଉଥିବା ଦେଖିବାକୁ ମିଳିନଥାଏ କିନ୍ତୁ ଗ୍ରାମାଞ୍ଚଳର ମହିଳା ଅଳତା ଲଗାଇଥାନ୍ତି | ସମସ୍ତଙ୍କୁ ଅଳତା ଲାଗିବାର ବିଧି ଜଣାନଥାଏ | ସାଧାରଣତ ଗ୍ରାମାଞ୍ଚଳରେ ଓଷା , ବ୍ରତ, ବିବାହ , ଇତ୍ୟାଦି ମାଙ୍ଗଳିକ କାଯ୍ୟରେ ମହିଳାମାନେ ଅଳତା ପିନ୍ଧିଥାନ୍ତି ଯେପରି କୁମାରପୂର୍ଣ୍ଣିମା, ମାର୍ଗରେ ମାଣବାସ ଗୁରୁବାର ଯାହାକି ଲଷ୍ମୀ ପୂଜା ବୋଲି ମାନାଯାଏ ଏବଂ ମା ଦୁର୍ଗାପୂଜାରେ ମଧ୍ୟ | କିନ୍ତୁ ଅନ୍ୟ ସମୟରେ ପାଦକୁ ଖାଲି ରଖିଥାନ୍ତି କିନ୍ତୁ ଏପରି କରିବା ଉଚିତ ନୁହେଁ |

କାରଣ ରାହୁ ଗ୍ରହ ଏକ ଏପରି ଗ୍ରହ ଯାହା ପ୍ରତ୍ୟେକ ଘରେ ଦୁଖଃ, କଷ୍ଟ ଆଦି ଦେଇଥାଏ | ରାହୁ ଗ୍ରହକୁ କେବଳ ମାତା ଲଷ୍ମୀଙ୍କର ପାଦ ହିଁ ଶାନ୍ତ କରିଥାଏ | ତେଣୁ ଗୃହର ମହିଳାମାନଙ୍କ ପାଦରେ ଅଳତା ଦେଖିଲେ ରାହୁ ଆଉ ନିଜ କୋପ ପକାଇପାରେନି | ତେଣୁ କହିବାଅଛି କି ଜେବେ ଘରକୁ ନୂଆ ବୋହୁ ଆସିଥାଏ ସେଆଗ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ଘରର ସମସ୍ତ ମହିଳାଙ୍କ ପାଦରେ ଅଳତା ଲଗାଇ ପ୍ରଣାମ କରିଥାଏ |


ଅଳତା ଲଗାଇବା ସମୟରେ ଦକ୍ଷିଣ ଦିଗକୁ ମୁହଁକରି ବସି ଲଗାଇବା ଅନୁଚିତ ବୋଲି ଶାସ୍ତ୍ରରେ କୁହାଯାଇଛି | ଘରର ଦୁଆର ବନ୍ଧ ଉପରେ ବସି ଅଳତା ଲାଗାଇବା ଅନୁଚିତ ଅଟେ | ଅଳତା ଏକ ପବିତ୍ର ଜିନିଷ ତେଣୁ ଏହାକୁ ପବିତ୍ର ସମୟରେ ଲଗାଇବା ଆବଶ୍ୟକ | କୌଣସି ଅପବିତ୍ର ସମୟରେ ଏହାକୁ ଲଗାଇବା ନିଷେଧ ଅଟେ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।