ଦେଖନ୍ତୁ ଭିଡିଓ -ପୁଣି ମୁହଁ ଖୋଲିଲେ ବିଦ୍ୟାଶ୍ରୀ ସେ ଯେଉଁସବୁ କଥା କହିଲେ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି

0

ଏହି କିଛି ଦିନ ତଳେ ସମାଜ ସେବୀ ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ଘଟଣା ସାରା ଓଡିଶା ରେ ଏକ ହଇ ଚଇ ମଚେଇ ଦେଇଥିଲା। ଏବେ ଏହି କିଛି ଦିନ ତଳେ ଆଦିତ୍ୟ ମୃତ୍ୟୁ କଥା ବହୁତ ଜୋରରେ ଶୁଣିବାକୁ ମିଳୁଥିଲା, ଏହି କିଛି ଦିନ ହେବ ସେହି କଥା ଥମି ଯାଇଥିଲା। ଓଡ଼ିଶା ବାସୀ ଙ୍କ ମୁହଁ ରେ ତ ସେଇ ଗୋଟିଏ କଥା ଥିଲା ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ଘଟଣା। ଏକ ଟ୍ରେନ୍ ଲାଇନ୍ ପାଖରୁ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ର ମୃତ ଦେହ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ତଦନ୍ତ, ପୋଲିସ୍ ଏହି କେସ୍ ର ତଦନ୍ତ କରି ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଦେଇ ଥିଲା। ହେଲେ ଏହି କଥା କୁ ଏତେ ସହଜ ରେ ଗ୍ରହଣ କରି ପାରୁନଥିଲେ ଆଦିତ୍ୟ ଙ୍କ ଫ୍ୟାମେଲି ଏବଂ ତାଙ୍କ ସାଙ୍ଗ ମାନେ।ସେମାନଙ୍କ କହିବା ଅନୁଯାୟୀ ଆଦିତ୍ୟ ଆତ୍ମହତ୍ୟା କରିବା ପରି ଲୋକ ନୁହଁନ୍ତି,ତାଙ୍କୁ ହତ୍ୟା କରାଯାଇ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦିଆଯାଇଛି। ଏହାର ଭଲ ଭାବେ ତଦନ୍ତ ହେଉ କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀ ସାମ୍ନା କୁ ଆସୁ।

ପରେ ସେପରି ହୋଇଥିଲା, କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଥିଲା। ଅନେକ ଲୋକ ଆଦିତ୍ୟ ଙ୍କ ସ୍ତ୍ରୀ ଙ୍କୁ ଦୋଷୀ ବୋଲି କହୁଥିଲେ, ସେମାନେ କହୁଥିଲେ ବିଦ୍ୟାଶ୍ରୀ ତାଙ୍କ ର ହତ୍ୟା କରି ତାହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଦେଇଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ବିଦ୍ୟାଶ୍ରୀ ଙ୍କୁ ପ୍ରଥମେ ନେଇ ପଚରା ଉଚରା କରୁଥିଲା, ବିଦ୍ୟାଶ୍ରୀ ଙ୍କ କଥାରୁ ସତ୍ୟତା ଜାଣିବା ପାଇଁ ତାଙ୍କ ର ଲାଏଡିଟେକ୍ହନ୍ ଟେଷ୍ଟ ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ।

ଏହାପରେ ଅନେକ କଥା ସାମ୍ନା କୁ ଆସିଥିଲା। ଆଦିତ୍ୟ ଙ୍କ ପୁରୁଣା ଗର୍ଲଫ୍ରଣ୍ଡ ଙ୍କ କଥା ସାମ୍ନା କୁ ଆସିଲା, ତାଙ୍କ ସହ ଆଦିତ୍ୟ କରିଥିବା ଅନେକ ଟିକ୍ ଟକ୍ ଭିଡିଓ ସବୁ ଫେସବୁକ୍ ରେ ଭାଇରାଲ୍ ହେଉଥିଲା। ଏହା ପରେ ଶୁଭାଶିଷ ଷଡଙ୍ଗୀ ଙ୍କ ର ଅନେକ ଭିଡିଓ ସବୁ ଭାଇରାଲ୍ ହୋଇଥିଲା, ସେ ସିଧାସଳଖ ଭାବେ କହୁଥିଲେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ ହିଁ ହେଉଛନ୍ତି ଆଦିତ୍ୟ ଙ୍କ ର ହତ୍ୟାକାରୀ। ତେବେ ଏହାପରେ ଏହି କିଛି ଦିନ ହେବ ଆଦିତ୍ୟ ଙ୍କ କଥା ଟିକେ ଥମି ଯାଇଥିଲା ଏବଂ ପୁଣି ଉଠିଛି। ତେବେ ଆସନ୍ତୁ ଦେଖିବା କେଉଁ କଥାକୁ ନେଇ ପୁଣି ଆଦିତ୍ୟ ଙ୍କ କେସ୍ ଚର୍ଚ୍ଚା କୁ ଆସିଛି।

ତେବେ ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ବିଦ୍ୟାଶ୍ରୀ ପୁଣି ଥରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି କି ଲୋକ ମାନେ ତାଙ୍କ ଶାଶୁ ଶ୍ୱଶୁର ଙ୍କୁ ଚାପ ପକାଇଛନ୍ତି ଏବଂ ଏଥିପାଇଁ ସେମାନେ ବିଦ୍ୟାଶ୍ରୀ ଙ୍କ ସହ ରହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି କି ଲୋକ ମାନେ ଫୋନ୍ କରି କହୁଛନ୍ତି ଆପଣ ଆପଣଙ୍କ ବୋହୂ ଙ୍କୁ କୁହନ୍ତୁ ସେ କେସ୍ ଉଠାଇନେବେ ନହେଲେ ଆମେ ଆପଣ ଙ୍କ କେସ୍ ଲଢିବୁନି। ବିଦ୍ୟାଶ୍ରୀ କହୁଛନ୍ତି ଯାହାକୁ ଲଢିବାକୁ ଇଚ୍ଛା ଅଛି ସେମାନେ ସାମ୍ନା କୁ ଆସି ଲଢନ୍ତୁ ଏମିତି ପଛରେ ରହି କଣ ପାଇଁ ଲଢୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।