ଫିଲ୍ମରେ ପୋଷ୍ଟର୍ ଲଗାଉଥିବା ଏହି ପିଲାଟି ଆଜି ସେ ନିଜେ ବଲିଉଡ୍ ର ସୁପରଷ୍ଟାର୍, ନାଁ ଜାଣିଲେ ଆପଣ ବି ବିଶ୍ବାସ କରିବେନି

0

କଥାରେ କୁହାଯାଇଥାଏ ମଣିଷଟି ଛୋଟରୁ ହିଁ ବଡ ହୋଇଥାଏ ।ଯିଏ ପିଲା ଦିନରୁ କଷ୍ଟ କରିଥାଏ ସେ ନିଶ୍ଚୟ ବଡ ହେଲେ ଜଣେ ବଡ ମଣିଷ ହୋଇଥାଏ ।ସେମିତି ଜଣେ ବଲିଉଡର ସୁପରଷ୍ଟାର ବିଷୟରେ କୁହାଯାଇଛି । ସେ ହେଉଛନ୍ତି ବଲିଉଡ୍ ରଜଗୁଦାଦା ମାନେ ଜ୍ୟାକି ଶ୍ରଫ ।ସେ ପିଲାଦିନେ ଫିଲ୍ମୀ ପୋଷ୍ଟର ମାରୁଥିଲେ ଯାହାକି ସେ ଆଜି ଜଣେ ସୁପରଷ୍ଟାର ହୋଇପାରିଛନ୍ତ ।ସେ 1958 ମସିହା ଫେବୃଆରୀ ମାସରେ ସାଉଥ୍ ମୁମ୍ୱାଇରେ ଗ୍ରାଉଣ୍ଡରୋଡ ସ୍ଥିତ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

ଜ୍ୟାକିଙ୍କ ବାପା ଗୁଜୁରାଟି ଏବଂ ମାଆ କୁଳସ୍ଥାନ କାଜକିସ୍ଥାନ ଥିଲେ ।ସେ ତାଙ୍କର ଇଣ୍ଟରଭ୍ୟୁ ସମୟରେ କହିଥିଲେ ସେ ତାଙ୍କର ଛୁଆ ବେଳରୁ ଫିଲ୍ମୀ ରିଲିଜ ହେବାର ଅପେକ୍ଷା କରିଥିଲେ ।ଏଥିପାଇ ଜ୍ୟାକି ନିଜର ଛୁଆ ବେଳର ସାଙ୍ଗ ମାନଙ୍କ ସହିତ ଫିଲ୍ମୀ ପୋଷ୍ଟର ଲଗାଉଥିଲେ । ସେ କହିଥିଲେ ଦ୍ୱିପହର ପର୍ଯ୍ୟନ୍ତ କାମ କରିବା ବଦଳରେ ତାଙ୍କୁ ଚାରି ଅଣା ମିଳୁଥିଲା ।ଯାହାକି ଆଜିର ସମୟରେ ଏହାର ମୂଲ୍ୟ ନାହିଁ ।


ଜ୍ୟାକି କହିଥିଲେ ସେ ଗୋଟିଏ ବସକୁ ଅପେକ୍ଷା କରି ଛିଡା ହୋଇଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ କଣ କରୁଛ ବୋଲି ପଚାରିଥିଲେ ।ସେ ତାଙ୍କର କାମ ବିଷୟରେ କହିଥିଲେ ।ଏହା ଶୁଣି ସାରିବା ପରେ ତାଙ୍କୁ ଏକ ଅଫର ଦେଇଥିଲେ ସେ କହିଥିଲେ ତାଙ୍କ ପାଖରେ ଏକ ମାର୍କେଟିଙ୍ଗ ଏଜେନ୍ସିର ଜବ ରହିଛି ।ଯଦି ଚାହିଁବେ ମଡେଲିଙ୍ଗ୍ ମଧ୍ୟ କରିପାରିବେ ।ଏବଂ ତାଙ୍କୁ ଫୋଟ କ୍ଲିକ୍ କରିବାକୁ ଅଫର ଦେଇଥିଲେ ।ଜ୍ୟାକିଙ୍କୁ ମଧ୍ୟ ସେ ବ୍ୟକ୍ତି ଜଣକ ପଇସା ଦେବେ ବୋଲିକହିଥିଲେ ।ଏହା ଶୁଣି ଜ୍ୟାକି ସେ ଲୋକଙ୍କ ସହିତ ଚାଲିଯାଇଥିଲେ ।ସେଠାରେ ନିଜ ଫୋଟ ସେସନ କରାଇଥିଲେ ।ଜ୍ୟାକି ଜଣେ ସଫଳ ମଡେଲର ଭାବରେ ବାହାରିଲେ ।ଗୋଟିଏ ବିଜ୍ଞାପନରେ ସେ ନିଜର ସୁନ୍ଦର ମଡେଲିଙ୍ଗ କରିବାରୁ ତାଙ୍କୁ 7 ହଜାର ଟଙ୍କା ଦିଆଯାଇଥିଲା ।


ଏହା ପରେ ଜ୍ୟାକି ଅଭିନୟ ଶିଖୁଥିଲେ ।ସେହିଠାରେ ହିଁ ଦେବା ଆନନ୍ଦଙ୍କ ପୁଅ ସୁନିଲ ଆନନ୍ଦଙ୍କ ସହ ଜ୍ୟାକିଙ୍କର ସାକ୍ଷାତ ହୋଇଥିଲା ।ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ।ଜ୍ୟାକି ସ୍ରାଫ ବାରମ୍ୱାର ସୁନୀଲ୍ କୁ ଦେଖାକରିବାକୁ ଯାଉଥିଲେ କାରଣ ସେ ଚାହୁଥିଲେ ତାଙ୍କ ଦ୍ୱାରା ତାଙ୍କ ବାପା ଦେବା ଆନନ୍ଦଙ୍କ ସହ ସାକ୍ଷାତ ହୋଇପାରିବ ।ତାଙ୍କର ସତ ଚେଷ୍ଟା ପରେ ସେ ଦେବା ନନ୍ଦକୁ ଦେଖାକଲେ । ଏବଂ ତାଙ୍କର ସ୍ୱପ୍ନ ମଧ୍ୟ ପୂରାହୋଇଥିଲା ।ଜ୍ୟାକି ଦେବା ଆନନ୍ଦଙ୍କର ବଡ ଫ୍ୟାନ ଥିଲେ । ଏହା ପରେ ଦେବାଆନ୍ନଦ ତାଙ୍କର ଏକ ଫିଲ୍ମୀ ସ୍ୱାମି ଦାଦାରେ ଛେୋଟ ରୋଲ ଅଫର କରିଥିଲେ ।ଏହି ରୋଲ ଦ୍ୱାରା ତାଙ୍କର ଫିଲ୍ମୀ କ୍ୟାରିଅର ଆରମ୍ଭ ହୋଇଥିଲା ।ଏବେ କେବଳ ଜ୍ୟାକି ଶ୍ରଫ ନୁହେଁ ବରଂ ତାଙ୍କ ପୁଅ ଟାଇଗର ଶ୍ରଫ ମଧ୍ୟ ଏକ ସୁପରଷ୍ଟାର ହୋଇଯାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।