କେହି ଜାଣି ନଥିବେ କମେଡିଆନ୍ ପ୍ରଜ୍ଞା ଙ୍କ ର ରିଏଲ୍ ଲାଇଫ୍ ଏବଂ ଜୀବନୀ ସମ୍ପର୍କରେ କିଛି ଅଜଣା କଥା।

0

ଲୋକ ମାନେ ତ ଆଜି କାଲି ନିଜ ନିଜର କାମ ରେ ସବୁବେଳେ ବିଜି, ଘର କାମ ଅଫିସ୍ କାମ। ଏହି ସବୁ କାମ ଭିତରେ ରହିକି ଲୋକ ମାନେ ବିରକ୍ତି ମଧ୍ୟ ହୋଇ ଯାଉଛନ୍ତି। ଲୋକ ମାନେ ତ ସକାଳୁ ଉଠିଲେ ନିଜର ନିତ୍ୟ କର୍ମ ସାରିଲେ କାମ କୁ ଗଲେ ପୁଣି କାମ ରୁ ଆସିକି ଘର କାମ ତାପରେ ଶୋଇଲେ, ପୁଣି ସକାଳୁ ଉଠିଲେ ସେହି ରୁଟିନ୍। ଆଉ ଏବେ ତ ଲକ୍ଡାଉନ୍ ଚାଲିଥିଲା ଲୋକ ମାନେ ନିଜ କାମ କୁ ବି ଯାଇପାରୁନଥିଲେ ଏବଂ ଘରୁ ମଧ୍ୟ ବାହାରକୁ ଯାଇ ପାରୁନଥିଲେ। ଘରେ ରହି ଘର କାମ ସବୁ କରୁଥିଲେ ଆଉ ଘରେ ବସୁଥିଲେ। ଏହି ସବୁ ମଧ୍ୟରେ ଲୋକ ମାନେ ଗୋଟେ ଏପରି ଜିନିଷ କୁ ଖୋଜନ୍ତି ଯାହାକୁ ଦେଖିବା ଦ୍ୱାରା ବା କରିବା ଦ୍ୱାରା ସେମାନଙ୍କ ର ମାଇଣ୍ଡ୍ ଫ୍ରେସ୍ ହୋଇଯିବ ଏବଂ ତାଙ୍କୁ ଟିକେ ଭଲ ମଧ୍ୟ ଲାଗିବ।


ହେଲେ ଆମ ଓଲିଉଡ୍ ବି କିଛି ଖରାପ ନୁହେଁ। ଓଲିଉଡ୍ ରେ ବି ଏପରି ଅନେକ ହିରୋ, ହିରୋଇନ୍, କମେଡିଆନ୍ ଆଦି ଅଛନ୍ତି ଯେଉଁମାନେ କି ନିଜର ଚମତ୍କାର ଆକ୍ଟିଙ୍ଗ୍ ଦ୍ୱାରା ଲୋକ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରନ୍ତି ଏବଂ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରି ପାରନ୍ତି। ଆମ ଓଲିଉଡ୍ ରେ ଏପରି ଅନେକ କମେଡିଆନ୍ ଅଛନ୍ତି ଯେଉଁମାନେ କି ନିଜର କମେଡି ଦ୍ୱାରା ଲୋକ ମାନଙ୍କୁ ହସିବା ପାଇଁ ବାଧ୍ୟ କରି ଦେଇଥାଆନ୍ତି। ତାଙ୍କ ର ଅଭିନୟ ଦେଖିବା ମାତ୍ରେ ଲୋକ ମାନେ ନିଜର ହସ କୁ କଣ୍ଟ୍ରୋଲ୍ କରି ପାରନ୍ତିନି ଏବଂ ତାଙ୍କ ର ଆକ୍ଟିଙ୍ଗ୍ ଦେଖିବା ପାଇଁ ସବୁବେଳେ ଅପେକ୍ଷା କରି ରହିଥାଆନ୍ତି। ତେବେ ଆମେ ଆଜି ଓଡିଶା ର ସେହି ପରି ଜଣେ ଶ୍ରେଷ୍ଠ ହାସ୍ୟ ଅଭିନେତା ଙ୍କ ରିଏଲ୍ ଲାଇଫ୍ ଏବଂ ତାଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ କହିବୁ।


ତେବେ ସେହି ଅଭିନେତା ଜଣକ ଆଉ କେହି ନୁହଁନ୍ତି ଆପଣ ମାନଙ୍କ ର ଅତିପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା, ଯାହା ଙ୍କ ପୁରା ନାମ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ। ତାଙ୍କ ର ଜନ୍ମ ଦିନ ହେଉଛି 10 ଅକ୍ଟୋବର ରେ, ସେ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍ ର ସାହାନାଜପୁର୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପ୍ରଜ୍ଞ ଙ୍କ ପରିବାର କହିବାକୁ ଗଲେ ତାଙ୍କ ର ଜଣେ ମା ଅଛନ୍ତି, ତାଙ୍କ ବାପା ଜଣେ ଯାତ୍ରା ନିର୍ଦେଶକ। ତାଙ୍କର 6 ଭାଇ ଏବଂ ଗୋଟିଏ ଭଉଣୀ। ପ୍ରଜ୍ଞା ଙ୍କ ର ଜେଜେମା ମଧ୍ୟ ଅଛନ୍ତି।


ପ୍ରଜ୍ଞା ଙ୍କ ର ପିଲାଟି ଦିନରୁ ଅଭିନୟ ପ୍ରତି ରୂଚି ଥିଲା, 2 ବର୍ଷ ବୟସରେ ସେ କୃଷ୍ଣ ଭୂମିକାରେ ନାଟକ ରେ ଅଭିନୟ କରିଥିଲେ। ପ୍ରଜ୍ଞା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଛାତ୍ର,ଡ୍ରାମା କଲଚର୍ ଆଦି ରେ ସେ ଶିକ୍ଷା ଲାଭ କରିଛନ୍ତି। ସେ ନିଜର ବହୁତ ଭଲ ଆକ୍ଟିଙ୍ଗ୍ ପାଇଁ ଘରେ ଘରେ ପରିଚିତ। ସେ ଯେକୌଣସି ଭୂମିକା କୁ ଖୁବ୍ ସୁନ୍ଦର ଭାବେ ନିଭେଇ ଥାଆନ୍ତି। ସେ ଓଡିଶାର ଶ୍ରେଷ୍ଠ ହାସ୍ୟ ଅଭିନେତା ମାନଙ୍କ ଭିତରୁ ଜଣେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।