ବସରେ ଯୁବତୀଙ୍କୁ ମିଳିଲା ଏମିତି ଏକ ଜିନିଷ ଫେରାଇ ଦେଇ ତିଆରି କରିଥିଲେ ଏକ ଉଦାହରଣ ଯୁବତୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

0

ଭଗବାନ ମଣିଷ କୁ ଶ୍ରେଷ୍ଠ ମଣିଷ ବୋଲି ଗଢିଥିଲେ, ତାକୁ ସବୁକିଛି ର ବିଚାର କରିବା ପାଇଁ ଅର୍ଥାତ୍ କେଉଁ ଜିନିଷ ଟି ଠିକ୍ ଏବଂ କେଉଁ ଜିନିଷ ଟି ଭୁଲ୍ ତାକୁ ବିଚାର କରିବା ବୁଦ୍ଧି ଏବଂ ବିବେକ ମଧ୍ୟ ଦେଇଛି। ପଶୁ ମାନଙ୍କ ପାଖରେ ଯେଉଁ ସବୁ ହିଂସ୍ର ଗୁଣ ଅଛି ସେହି ସବୁ ଗୁଣ ଭଗବାନ ମଣିଷ କୁ ଦେଇ ନଥାନ୍ତି। ହେଲେ ଆଜି କାଲି ଦୁନିଆରେ ଅଲଗା ଦେଖିବାକୁ ମିଳୁଛି। ଆଜି କାଲି ତ ମଣିଷ ପଶୁ ପାଲଟି ଗଲାଣି, ପଶୁ ଙ୍କ ପରୀ ହିଂସ୍ର ମଧ୍ୟ ହୋଇଗଲାଣି। ଏକ ମଣିଷ ହୋଇ ଆଉ ଏକ ମଣିଷ ଉପରେ ଏବଂ ମଣିଷ ପ୍ରତି ଯେଉଁ ସବୁ କାମ କରୁଛି ତାହା ଏକ ପଶୁ ଠାରୁ କିଛି କମ୍ ନୁହେଁ। ତେବେ ଆପଣ ମାନେ ତ ଦେଖୁଥିବେ କିପରି ଭାବରେ ଆମ ସମାଜ ରେ ସବୁ ଘଟଣା ଗୁଡିକ ଘଟୁଛି।


ସମାଜ ରେ ସବୁ ଅନେକ ପ୍ରକାର ନିନ୍ଦନୀୟ ଏବଂ ଅପ୍ରିତିକର ଘଟଣା ସବୁ ଘଟୁଛି। ଆଉ ତ ସମାଜ ରେ ଝିଅ ବୋହୂ ମାନେ କେହି ସୁରକ୍ଷିତ ନୁହଁନ୍ତି, ସେମାନଙ୍କୁ ତ ତାଙ୍କ ଇଜ୍ଜତ୍ ଲୁଟ୍ କରି ଯେପରି ଭାବରେ ମରଣ ଦିଆଯାଉଛି ତାହା ଏକ ବହୁତ ବଡ ଦୁଃଖ ର କଥା। ଆଉ ମାନବିକତା ଶବ୍ଦର ଅର୍ଥ ବୋଧେ ଆଉ ଦୁନିଆରେ ନାହିଁ ଦେଖିବାକୁ ଗଲେ କେବଳ ଜଣେ କି ଦୁଇ ଜଣ ଲୋକ ଙ୍କ ପାଖରେ ଦେଖିବାକୁ ମିଳୁଛି। ଆଜି କାଲି ତ ଲୋକ ମାନେ ଲୋକ ମାନଙ୍କ ର ଝାଳ ବୁହା ଧନ କୁ ଚୋରି କରି ନେଇ ଯାଉଛନ୍ତି, ହେଲେ ଲୋକ ମାନଙ୍କ ର ଝାଳ ବୁହା ଧନ ହଜିଯାଇଥିଲେ ସେହି ଧନ କୁ ପାଇ ପୁଣି ଥରେ ସେହି ଲୋକ ଙ୍କ ହାତ କୁ ଦେଇଦବା ଲୋକ ବହୁତ୍ କମ୍ ଦେଖିବାକୁ ମିଳନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଜଣେ ସଚ୍ଚୋଟ ମହିଳା ଙ୍କ ସମ୍ପର୍କରେ ଏବଂ ତାଙ୍କ ଅତି ଉଚ୍ଚ ଧରଣ ର ଚିନ୍ତାଧାରା ସମ୍ପର୍କରେ ଆପଣ ମାନଙ୍କୁ କହିବୁ।


ଏହି ଘଟଣା ଟି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ରେ ଏଠାରେ ଜଣେ ଯୁବତୀ ଙ୍କ ପାଖରେ ଏପରି ଏକ ସଚ୍ଚୋଟତାର ଉଦାହରଣ ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକ ମାନେ କହିଛନ୍ତି ନା ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ମାନବିକତା ଉଠି ଯାଇନାହିଁ, ଏବେ ବି ମାନବିକତା ଅଛି। ଏଠାରେ ଜଣେ ଯୁବତୀ ଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ର ଏକ ଭର୍ତ୍ତି ବ୍ୟାଗ୍ ମିଳିଥିଲା, ଯାହାକୁ ସେହି ଯୁବତୀ ଜଣକ ନ ନେଇ ଯାଇ ପୋଲିସ୍ କୁ ଦେଇଥିଲେ ଏବଂ କହିଥିଲେ ଏହି ଟଙ୍କା ଟି ଯାହାର ତାଙ୍କୁ ଜଲ୍ଦି ଦେଇଦେବା ପାଇଁ। ସେହି ଯୁବତୀ ଜଣକ ଙ୍କ ନାମ ହେଉଛି ରୀତା।


ତେବେ ଘଟଣା ଟି ଏପରି ହୋଇଥିଲା କି ବିରୁଲ ବଜାର ର ଜଣେ ବାସିନ୍ଦା ଯିଏ କି ଜଣେ କୃଷକ ତାଙ୍କ ନାମ ହେଉଛି ରାଜା ରମେଶ ସାହୁ। ସିଏ ନିଜର କୋବି ଫସଲ କୁ ବିକ୍ରି କରି ଭୋପାଳ ରୁ ଫେରୁଥିଲେ। ସେ ଯେଉଁ ବସ୍ ରେ ଆସୁଥିଲେ ସେହି ବସ୍ ରେ ତାଙ୍କ ର ଟଙ୍କା ବ୍ୟାଗ୍ ଟି କୁ ଛାଡି ଆସିଥିଲେ, ସେହି ବସ୍ ଟି ର ନାମ ଥିଲା ବୈଷ୍ଣବୀ। ସେହି ବସ୍ ରେ ପୋହର୍ ର ବାସିନ୍ଦା ରୀତା ମଧ୍ୟ ଯାତ୍ରା କରୁଥିଲେ। ସେ ସେହି ଟଙ୍କା ବ୍ୟାଗ୍ ଟି କୁ ପାଇଥିଲେ, ଏହା ପରେ ସେ ଏହି ବ୍ୟାଗ୍ ଟି କୁ ସାଇଖେଡା ପୋଲିସ୍ କୁ ଦେଇଥିଲେ। ଏହା ପରେ ପୋଲିସ୍ ସେହି ବସ୍ ର ଲୋକ ମାନଙ୍କ ସହାୟତା ରେ ସେହି କୃଷକ ଙ୍କୁ ତାଙ୍କ ଟଙ୍କା ବ୍ୟାଗ୍ ଫେରାଇ ଦେଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।