୪ ବର୍ଷର ଝିଅର ଗଳାକାଟି ହତ୍ୟା ଉଦ୍ୟମ କଲା ମା ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ । ତେବେ ଆମ ସମାଜରେ ଜଣେ ମା ର ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।ଗୋଟିଏ ପିଲା ର ବଞ୍ଚିବା ଓ ମରିବା ତାର ହସ ଖୁସି ତଥା ଭଲ ମନ୍ଦ ସବୁ ତାର ମା ଉପରେ ନିର୍ଭର କରିଥାଏ ।କିନ୍ତୁ କେବେ ଜଣେ ମା ଯେ ଜଣେ ପିଲା ର ମୃତ୍ୟୁ ର କାରଣ ହୋଇପାରେ ତାହା ଅତ୍ୟନ୍ତ ଅଭବନୀୟ କିନ୍ତୁ ବର୍ତ୍ତମାନ ର ଯୁଗରେ ଏହା ହେବାକୁ ଲାଗିଛି।


ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ କୁନି ଝିଅ ଟି ବିଷୟରେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ ଯାହାକୁ ତାର ମା ଗଳାକାଟି ହତ୍ୟା କରିବାକୁ ଉଦ୍ୟମ କରିଛି ।ଘଟଣା ଟି ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଜନକ ଲାଗିଥିବ କିନ୍ତୁ ଏହା ଏକ ସତ୍ୟ ଘଟଣା ଅଟେ ।ତେବେ ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲାର ବାଲିକୁଦା ଅଞ୍ଚଳରେ ।ବାଲିକୁଦା ଅଞ୍ଚଳରେ ପ୍ରଦୀପ ଦାସ ଙ୍କର ୪ ବର୍ଷ ର କନ୍ୟା କୁ ତାଙ୍କର ଦ୍ୱିତୀୟ ପତ୍ନୀ ମାରିବାକୁ ଉଦ୍ୟମ କରିଛନ୍ତି ।ତେବେ ବହୁ କଷ୍ଟରେ ଝିଅ ଟିର ଜୀଵନ ବଞ୍ଚେଇବାରେ ସଫଳ ହୋଇଛି ଚାଇଲଡ଼ କେୟାର ।


ଉଲେଖଯୋଗ୍ୟ ଯେ , ଗତ ୧ ବର୍ଷ ତଳେ ପ୍ରଦୀପ ଙ୍କର ପ୍ରଥମ ସ୍ତ୍ରୀ ଙ୍କର କୌଣସି କାରଣ ରୁ ମୃତ୍ୟୁ ହୋଇଥିଲା ।ତେବେ ସେହି ସମୟରେ ତାଙ୍କର ୩ ବର୍ଷ ର କୁନି ଝିଅ ଟିଏ ଥିବାରୁ ପ୍ରଦୀପ ଅନ୍ୟ ଏକ ମହିଳା ଙ୍କୁ ବିବାହ କରିଥିଲେ ।କିନ୍ତୁ ସେ ଜାଣିନଥିଲେ କି ସେ ବିବାହ କରି ନିଜ ଝିଅ ପାଇଁ ଏକ ମା ନୁହେଁ ବରଂ ଏକ ନାଗୁଣୀ କୁ ଘରକୁ ଆଣିଛନ୍ତି ବୋଲି ।ତେବେ ପ୍ରଦୀପ ଜଣେ ଦିନ ମଜୁରିଆ ଅଟେ ଯିଏକି କେବଳ ରାତି ସମୟରେ ଘରକୁ ଫେରିଥିଲେ ।ଆଉ ଏହାର ଫାଇଦା ଉଠାଇ ତାଙ୍କର ଦ୍ୱିତୀୟ ପତ୍ନୀ ତାଙ୍କର କୁନି ଝିଅ ଟୀକୁ ବହୁତ କଷ୍ଟ ଦେଉଥିଲା ।ତାକୁ ଗାଳି କରିବା ସହ ମାଡ଼ ମାରୁଥିଲା ।


ତେବେ ଗତ ୩୦ ତାରିଖ ରେ ସେହି ସାବତ ମା ଜଣଙ୍କ କୌଣସି କଥା ରେ ରାଗିଯାଇ ଥିଲେ ।ଏବଂ ରାଗରେ ଗୋଟିଏ ଧାରୁଆ ବ୍ଲେଟ ରେ ୪ ବର୍ଷ ର କୁନି ଝିଅ ଟିର ଗଳା କୁ କାଟି ଦେଇଥିଲେ ।ପିଲାଟି ର ଚିତ୍କାର ଶୁଣିବା ପରେ ତାଙ୍କର ପୋଡ଼ଶୀ ଚାଇଲଡ଼ କେୟାର କୁ କଲ କରିଥିଲେ ଆଉ ସେମାନେ ଝିଅ ଟିର ଜୀଵନ ବଞ୍ଚେଇ ଥିଲେ ।ତେବେ ଏ ନେଇ ବାଲିକୁଦା ପୋଲିସ ଷ୍ଟେସନ ରେ ଅଭିଯୋଗ କରିବା ସହ ତାଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।